ବାଚସ୍ପତିଙ୍କୁ ଏମିତି କାହିଁକି କହିଲେ ସାଲୁଜା…

ସତ୍ୟପାଠ ବ୍ୟୁରୋ : ଗୃହରେ ରାଗିଗଲେ କଂଗ୍ରେସ ବିଧାୟକ । ବାଚସ୍ପତିଙ୍କୁ ଆକ୍ଷେପ କଲେ କଂଟାବାଝି ବିଧାୟକ ସନ୍ତୋଷ ସିଂ ସାଲୁଜା । ଦଳ ଆଧାରରେ ଗୃହ ନ ଚଳାଇ ବିଧୀ ଅନୁସାରେ ଚଳାଇବାକୁ ଗୃହ ଭିତରେ କହିଛନ୍ତି କଂଟାବାଝି ବିଧାୟକ ।

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସମ୍ବନ୍ଧରେ ଗୃହରେ ଆଲୋଚନା ହେଉଥିବା ବେଳେ ଏମିତି କହିଥିଲେ ସାଲୁଜା । “ଆପଣ ଦୟାକରି ଦଳଗତ ହିସାବରେ ଚଳାନ୍ତୁ ନାହିଁ”- ଏହା କହି ବାଚସ୍ପତିଙ୍କୁ ଆକ୍ଷେପ କରିଛନ୍ତି ସାଲୁଜା । ବିଜେପି କିମ୍ବା କଂଗ୍ରେସ ସଭ୍ୟଙ୍କୁ ଗୁରୁତ୍ୱ ଦିଆଯାଉ ନଥିବା ଅଭିଯୋଗ କରିଛନ୍ତି ସେ । ସେମାନଙ୍କ ତୁଳନାରେ ଶାସକ ଦଳକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ପରୋକ୍ଷରେ କହିଥିଲେ । ବାରମ୍ବାର କହିଥିଲେ, ଗୃହକୁ ଦଳଗତ ଭାବେ ଚଳା ନଯାଉ ।

କଂଗ୍ରେସ ଓ ବିଜେପି ସଭ୍ୟ ପ୍ରଶ୍ନ ପଚାରିବାକୁ ଚାହିଁଲେ ସେମାନଙ୍କୁ ସୁଯୋଗ ମିଳୁନି କହି ଏମିତି କହିଥିଲେ କଂଟାବାଝି ବିଧାୟକ ସନ୍ତୋଷ ସିଂ ସାଲୁଜା ।

Related Posts