କଳାହାଣ୍ଡିରେ ପିଆଜ ଚାଷ ଏବେ ଅଭିଶାପ, ସଂରକ୍ଷଣ ବ୍ୟବସ୍ଥା ନାହିଁ, ଚାଷୀ ଅଭାବୀ ବିକ୍ରିର ଶିକାର

(ସତ୍ୟପାଠ ବ୍ୟୁରୋ) : କଳାହାଣ୍ଡି ଜ଼ିଲ୍ଲା ଧର୍ମଗଡ ବ୍ଲକ ରେ ଧାନ ଓ ମକା ଚାଷ ପରେ ଏବେ ପିଆଜ ର ଉତ୍ପାଦନ ବଢ଼ି ଚାଲିଛି ! ବ୍ଲକର ଟିପିଗୁଡା ପଂଚାୟତ ଟିପିଗୁଡା, ରାଜପୁର, ରେଂନଗୁଡା, ଵୋକ୍ରାସିଲ ଆଦି ଗ୍ରାମ ମାନଙ୍କରେ ଚାଷୀ ମାନେ ଦୀର୍ଘ ଦିନରୁ ପିଆଜ ଚାଷ କରି ଆସୁଛନ୍ତି ! କିନ୍ତୁ ଶୀତଳ ଭଣ୍ଡାର ଓ ବଜାର ର ବ୍ୟବସ୍ଥା ନ ଥିବାରୁ ଚାଷୀଙ୍କୁ ସେମାନଙ୍କ ପରିଶ୍ରମ ର ଉଚିତ ମୂଲ୍ୟ ମିଲି ପାରୁ ନାହିଁ ! ଧର୍ମଗଡ ଉଦ୍ୟାନ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ ଚଳିତ 2020-2021ବର୍ଷ ରେ 53ଜଣ ଚାଷୀ ଙ୍କୁ 70kg ପିଆଜ ବିହନ ପ୍ରଦାନ କରା ଯାଇ ଥିଲା ! ଗତ ବର୍ଷ ତୁଳନାରେ ଚାଷୀ ଙ୍କୁ କମ ମଞ୍ଜି ମିଲି ଥିଲେ ମଧ୍ୟ ହେକ୍ଟର ପିଛା 170 ରୁ 190କୁଇଣ୍ଟାଲ ପିଆଜ ଉତ୍ପାଦନ ହୋଇ ଥିବା ଜଣା ପଡିଛି ! ଖବର ଅନୁ ଯାଇ ବ୍ଲକ ର 53ଜଣ ଚାଷୀ ଙ୍କୁ ହାରା ହାରି 14 ହେକ୍ଟର ଜମିରେ ଚାଷ କରି ଥିବା ବେଳେ ଚଳିତ ବର୍ଷ ହାରା ହାରି 2.670କୁଇଣ୍ଟାଲ ପିଆଜ ଅମଳ ହୋଇ ଥିବା ଜଣା ପଡିଛି ! ସୂଚନା ଯୋଗ୍ୟଯେ, ସରକାରୀ ସ୍ତରରେ ଚଳିତ ବର୍ଷ ପ୍ରାୟ 14ହେକ୍ଟର ଜମିରେ ପିଆଜ ଚାଷ ହୋଇ ଥିବା ସୂଚନା ମିଲିଥିବା ବେଳେ ବେସରକାରୀ ଭାବରେ 50ରୁ ଅଧିକ ହେକ୍ଟର ଜମିରେ ଚାଷୀ ପିଆଜ ଚାଷ କରି ଥିବା ଜଣା ପଡିଛି ! ତେବେ ବେସରକାରୀ ଭାବରେ ବ୍ଲକରେ 9.500 କୁଇଣ୍ଟାଲ ଅଧିକ ଉତ୍ପାଦନ ହୋଇ ଥିବା ଅନୁମାନ କରା ଯାଉଛି ! ବ୍ଲକ ରେ ପ୍ରତିବର୍ଷ ପିଆଜ ର ଅଧିକ ଉତ୍ପାଦନ ବଢ଼ୁ ଥିବା ବେଳେ ପିଆଜ ସଂରକ୍ଷଣ ବ୍ୟବସ୍ଥା ନ ଥିବା ଯୋଗୁଁ ଚାଷୀ ସ୍ଥାନୀୟ ବେପାରୀ ଙ୍କୁ କୁଇଣ୍ଟାଲ ପ୍ରତି 1000/-ରୁ ବାର ଶହ ଟଙ୍କା ମଧ୍ୟରେ ବିକ୍ରି କରୁ ଥିବା ଜଣା ପଡୁଛି ! ସରକାରୀ ସ୍ତରରେ ପିଆଜ ଚାଷ ପାଇଁ ପ୍ରୋତ୍ସାହନ କିମ୍ବା ଉଚିତ ଭାବରେ ବିହନ ଯୋଗାଇ ଦିଆ ଯାଉ ନ ଥିବା ନେଇ ମଧ୍ୟ ଚାଷୀ ଅଭିଯୋଗ କରିଛନ୍ତି ! ଚଳିତ ବର୍ଷରେ ସରକାରୀ ସ୍ତରରେ ମଞ୍ଜିର ଅଭାବ ହୋଇ ଥିବା ବିଭାଗ ସୂତ୍ରରୁ ଜଣା ପଡିଛି ! ଚାଷୀ ନିଜେ ପିଆଜ ଚାଷ ପାଇଁ ଖୋଲା ବଜାରରୁ ଅଧିକ ମୂଲ୍ୟ ଦେଇ ବିହନ ଓ ସାର କିଣି ଚାଷ କରୁଛି ! ଏହା ସହ ବ୍ଲକ ରେ ସରକାର ଙ୍କ ତରଫରୁ ପିଆଜ ର ସରଙ୍ଗକ୍ଷଣ ପାଇଁ ଶୀତଳ ଭଣ୍ଡାର ନ ଥିବାରୁ ଚାଷୀ ଅଭାବୀ ବିକ୍ରି ର ଶିକାର ହେଉଛି ! ଉଦ୍ୟାନ ବିଭାଗ ତରଫରୁ ଚାଷୀ ଙ୍କୁ ପିଆଜ ବିହନ ସବସିଡି ମୂଲ୍ୟ ରେ ଯୋଗାଇ ଦିଆଯାଇଛି ଓ କିଛି ଚାଷୀ ଙ୍କୁ ତାଲିମ ଦିଆଯାଇ ପିଆଜ କୁ ରଖିବା ପାଇଁ ଚାଷୀ ଙ୍କୁ ସଂଗ୍ରହୀତ ଗୃହ ଦିଆଯାଇ ଥିବା ଜଣା ପଡିଛି ! ଏ ନେଇ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ନିରୁପମା ନାଏକ ଟିପିଗୁଡା ପଂଚାୟତ ର ପିଆଜ ଚାଷ ପାଇଁ ଏକ ଶୀତଳ ଭଣ୍ଡାର ଗୃହ ଯୋଗାଇ ଦେବାପାଇଁ ସରକାର ଙ୍କୁ ନିବେଦନ କରି ଛନ୍ତି

Related Posts