ଆସାନସୋଲରେ କେବଳ ଗଣତନ୍ତ୍ରର ହିଁ ବିଜୟ ହେବ: ଶତ୍ରୁଘ୍ନ ସିହ୍ନା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆସାନସୋଲ ଲୋକସଭା ଉପନିର୍ବାଚନ ପାଇଁ ଚାଲିଛି ମତଦାନ। ତେବେ ତୃଣମୂଳ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଶତ୍ରୁଘ୍ନ ସିହ୍ନା ଆଜି ବିଜେପିକୁ ଆକ୍ରମଣ କରିଛନ୍ତି । ସେ କହିଛନ୍ତି ଯେ ବିଜେପିକୁ ଚୁପ କରିବାକୁ ଯୋଜନା ହୋଇସାରିଛି । ସେ କହିଛନ୍ତି ଯେ ଆଜି ମୁଁ କୌଣସି ବିଜୟ କିମ୍ବା ପରାଜୟ ବିଷୟରେ କହିବି ନାହିଁ । ଆଜି ମୁଁ କେବଳ ଏତିକି କହିବି ଯେ ଗଣତନ୍ତ୍ରର ବିଜୟ ହେଉ । ଲୋକମାନେ ଭୋଟକେନ୍ଦ୍ରକୁ ଆସି ଭୋଟ୍ ଦେବା ଉଚିତ୍ । ଭୋଟ୍ ଦେଇ ପ୍ରିୟ ନେତାଙ୍କୁ ବାଛିବାକୁ ଶତ୍ରୁଘ୍ନ ଅପିଲ କରିଛନ୍ତି । ସୂଚନା ମୁତାବକ ‘ବିହାରୀ ବାବୁ’ ଶତ୍ରୁଘ୍ନ ସିହ୍ନାଙ୍କୁ ପରାସ୍ତ କରିବାକୁ ଭାରତୀୟ ଜନତା ପାର୍ଟି ଏକ ଚକ୍ରବ୍ୟୁହ ସୃଷ୍ଟି କରିଛି ।

ଆସାନସୋଲ ଆସନ ଝାଡ଼ଖଣ୍ଡର ଧାନବାଦ ଜିଲ୍ଲାର ସୀମାକୁ ଲାଗିଥିବାବେଳେ ଏଠାରେ ହିନ୍ଦୀ ଭାଷାଭାଷୀ ଭୋଟରମାନେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରନ୍ତି । ଏହାକୁ ଦୃଷ୍ଟିରେ ରଖି ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶତ୍ରୁଘ୍ନ ସିହ୍ନାଙ୍କୁ ପ୍ରାର୍ଥୀ କରିଛନ୍ତି। ଆଉ ଟିଏମସିର ଶତ୍ରୁଘ୍ନ ସିହ୍ନାକୁ ଟକ୍କର ଦେବା ପାଇଁ ବିଜେପି ଅଗ୍ନିମିତ୍ରା ପାଲଙ୍କୁ ପ୍ରାର୍ଥୀ କରିଥିଲା । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ବାବୁଲ ସୁପ୍ରିଓଙ୍କ ଇସ୍ତଫା ପରେ ଆସାନସୋଲ ଲୋକସଭା ଆସନ ଖାଲି ପଡିଛି। ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts