ମୂଲ୍ୟବୃଦ୍ଧି ଓ ବେକାରୀଙ୍କ ଉପରେ କେବେ ଚାଲିବ ବୁଲଡୋଜର ? ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢି ଚାଲିଛି ଅନେକ ସାମଗ୍ରୀର ଦର । ଉଚ୍ଚ ମୁଦ୍ରାସ୍ପିତି ହାର ଏବେ ଦେଶରେ ମୂଲ୍ୟବୃଦ୍ଧିର କାରଣ ପାଲଟିଛି। ଯାହାର ଫଳସ୍ୱରୁପ୍ ଅତ୍ୟାବଶକୀୟ ସାମଗ୍ରୀର ଦର ଆକାଶଛୁଆଁ ହେଉଛି । ଅତ୍ୟଧିକ ମୂଲ୍ୟବୃଦ୍ଧି ଏବେ ଲୋକଙ୍କୁ ସେମାନଙ୍କର ଆବଶ୍ୟକତା କାଟ୍ କରିବାକୁ ବାଧ୍ୟ କରୁଛି। ଏଥିରେ ପୂର୍ବତନ ଏଆଇସିସି ସଭପତି ତଥା କଂଗ୍ରେସର ୱାଇନାଡ ସାଂସଦ ରାହୁଲ ଗାନ୍ଧି ମଙ୍ଗଳବାର କେନ୍ଦ୍ରର ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଦେଶରେ ମୂଲ୍ୟବୃଦ୍ଧି ଓ ବେକାରୀ ଉପରେ କେବେ ସରକାର ବୁଲଡୋଜର ଚାଲିବ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି ରାହୁଲ୍ ।

ବିଜେପି ଶାସିତ ରାଜ୍ୟମାନଙ୍କରେ ଏବେ ବୁଲଡୋଜର ବେଶ୍ ଚର୍ଚ୍ଚାରେ ରହିଛି। କେଉଁଠି ମାଫିଆ ଓ ଅସାମାଜିକଙ୍କ ଉପରେ ବାବାଙ୍କ ବୁଲଡୋଜର ଚାଲୁଛି ତ କେଉଁଠି ମାମାଙ୍କ ଓ କେଉଁଠି ନୀତିଶଙ୍କ ବୁଲଡୋଜର ଏବେ ଚର୍ଚ୍ଚାରେ। ଏଥିରେ ମୂଲ୍ୟବୃଦ୍ଧି ଓ ବେକାରୀ ଭଳି ସମସ୍ୟାରେ ବୁଲଡୋଜର ଚାଲିବା ଦରକାର ବୋଲି ରାହୁଲ କହିଛନ୍ତି। ତେବେ ବିଜେପିର ବୁଲଡୋଜର ଘୃଣା ଓ ଆତଙ୍କ ସବାର ଥିବା ସେ କହିଛନ୍ତି।

ମଧ୍ୟପ୍ରଦେଶ ଖରଗୋନରେ ରାମନବମୀ ଅବସରରେ ହୋଇଥିବା ହିଂସା ଲାଗି ଅଭିଯୁକ୍ତଙ୍କ ଘର ଉପରେ ଏବେ ମାମାଙ୍କ ବୁଲଡୋଜର ବୁଲୁଛି। ଏହାକୁ ନେଇ ରାହୁଲ ଏକ ଟ୍ୱିଟ୍‌ କରିଥିବା ବେଳେ ଏପରି ବୁଲଡୋଜର ଯଦି ମୂଲ୍ୟବୃଦ୍ଧି ଓ ବେକାରୀ ବିରୋଧରେ ସରକାର ଚଳାଇପାରନ୍ତେ ଅନୁନ୍ୟ ଦେଶ ଆଶ୍ୱସ୍ତ ହୋଇପାରନ୍ତା ବୋଲି ଉଲ୍ଲେଖ କରିଥିଲେ। ତେବେ ବିଜେପିର ବୁଲଡୋଜରରେ ତ ଆତଙ୍କ ଓ ଘୃଣା ସବାର ଥିବା ସେ ଉଲ୍ଲେଖ କରିଛନ୍ତି।

ଅନ୍ୟପକ୍ଷରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ପି.ଚିଦାମ୍ବରମ ମଧ୍ୟ ଏକ ଟ୍ୱିଟ୍‌ କରିଛନ୍ତି। ଏଥିରେ ସେ ଭଗବାନ ରାମଚନ୍ଦ୍ରଙ୍କୁ ମର୍ଯ୍ୟଦା ପୁରୁଷୋତ୍ତମ କୁହାଯାଏ ବୋଲି ଉଲ୍ଲେଖ କରିଛନ୍ତି। ଯାହା ପବିତ୍ରତାର ପ୍ରତୀକ ବୋଲି କହିଛନ୍ତି। ରାମନବମୀରେ ଅସହିଷ୍ଣୁତା, ହିଂସା ଓ ଘୃଣାର କାର୍ଯ୍ୟ କରାଯାଉଛି। ଏଥିରେ ଦେଶର ସର୍ବୋଚ୍ଚ ପଦପଦବୀରେ ଅଧିଷ୍ଠିତ ଲୋକେ ଏପରି ଅଭିଯୋଗ ଦେଖିବା ଦୂରର କଥା ଶୁଣିବାକୁ ବି ଚାହୁଁନଥିବା ଦୁର୍ଭାଗ୍ୟର ବିଷୟ ବୋଲି ଚିଦାମ୍ବରମ କହିଛନ୍ତି ।

ସୂଚନାଯୋଗ୍ୟ, ଦେଶରେ ବଢ଼ୁଥିବା ଦରଦାମ କୁ ନେଇ ବିରୋଧି ଶାସକ ଦଳକୁ ଟାର୍ଗେଟ କରି ଆସୁଛି । ବଢ଼ୁଥିବା ଦରଦାମ୍ ଗିରବ ଲୋକଙ୍କୁ ବହୁତ୍ କଷ୍ଟ ଦେଉଥିବା କଂଗ୍ରେସ୍ ଅଭିଯୋଗ ଆଣିଛି ।

Related Posts