‘ମୋତେ କେବଳ ମେସେଜ ପଠାଇବା ଏବଂ ଡିଲିଟ କରିବା ଆସେ’; ଟେକ୍ନୋଲୋଜିକୁ ନେଇ ଶତ୍ରୁଘ୍ନ ସିହ୍ନାଙ୍କ ମନ୍ତବ୍ୟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଟେକ୍ନୋଲୋଜିକୁ ନେଇ ଅଭିନେତା ତଥା ରାଜନେତା ଶତ୍ରୁଘ୍ନ ସିହ୍ନାଙ୍କ ବିବୃତ୍ତି ସାମ୍ନାକୁ ଆସିଛି। ଆଇଟି ପ୍ୟାନେଲର ସଂସଦୀୟ ବୈଠକରେ ସିହ୍ନା କହିଛନ୍ତି ଯେ, ସେ ସଦସ୍ୟଙ୍କ ବୁଦ୍ଧି ଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୋଇଥିବାବେଳେ ଆଇଟି ବିଷୟରେ ତାଙ୍କର ଜ୍ଞାନ କେବଳ ମେସେଜ ପଠାଇବା ଓ ଡିଲିଟ କରିବାରେ ସୀମିତ। ତାଙ୍କୁ କେବଳ ମେସେଜ ପଠାଇବା ଏବଂ ଡିଲିଟ କରିବା ଆସେ ବୋଲି ସେ କହିଛନ୍ତି।

ତେବେ ସୂଚନା ପ୍ରଯୁକ୍ତିବିଦ୍ୟା ସଂସଦୀୟ ପ୍ୟାନେଲର ପୁନର୍ଗଠନ ପରେ ପ୍ରଥମ ଥର ପାଇଁ ବୈଠକ କରିଥିଲା। ସିହ୍ନା ଏହି ନୂତନ ବୈଠକରେ ଯୋଗ ଦେଇଥିଲେ। ସେ କହିଥିଲେ ଯେ, ତାଙ୍କର ସମସ୍ତ ସହକର୍ମୀଙ୍କ ବୁଦ୍ଧି ଦ୍ୱାରା ସେ ବହୁତ ପ୍ରଭାବିତ ହୋଇଥିଲେ ମଧ୍ୟ ତାଙ୍କ ବିଷୟରେ ଅଧିକ ଜ୍ଞାନ ନାହିଁ। ଅନ୍ୟପଟେ ଏନେଇ ସିପିଆଇ-ଏମ ରାଜ୍ୟସଭା ସାଂସଦ ଜନ୍ ବ୍ରିଟାସ୍ କହିଛନ୍ତି ଯେ ଶତ୍ରୁଘ୍ନ ସିହ୍ନାଙ୍କୁ ହ୍ଵାଟ୍ସଆପ ବାବଦରେ ଶିକ୍ଷା ଦିଆଯିବା ଉଚିତ୍ ।

ସୂଚନାଯୋଗ୍ୟ ଯେ, ଶତ୍ରୁଘ୍ନ ସିହ୍ନା ଏହି ପ୍ୟାନେଲରେ ନବନିଯୁକ୍ତ ସଦସ୍ୟ । ସେ ଏପ୍ରିଲ ମାସରେ ଟିଏମସି ଟିକେଟରେ ପଶ୍ଚିମବଙ୍ଗର ଆସନସୋଲ ଲୋକସଭା ଆସନରୁ ଉପ-ନିର୍ବାଚନରେ ​​ବିଜୟୀ ହୋଇଥିଲେ।୧୯୯୧ରେ ଶତ୍ରୁଘ୍ନ ସିହ୍ନା ବିଜେପିରେ ଯୋଗ ଦେଇଥିଲେ। ତାଙ୍କୁ ଦଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଥିଲା। ରାଜ୍ୟସଭା ସଦସ୍ୟ କରି କେନ୍ଦ୍ରରେ ମନ୍ତ୍ରୀ ଥିଲେ। ତାଙ୍କୁ ପାଟନା ସାହିବରୁ ଟିକେଟ୍ ମିିଳିଥିଲା ଓ ସେ ଲୋକସଭା ନିର୍ବାଚନରେ ​​ମଧ୍ୟ ଜିତିଥିଲେ। ଏହା ପରେ, ୨୦୧୪ରେ ତାଙ୍କୁ କେନ୍ଦ୍ରମନ୍ତ୍ରୀ ପଦରୁ ହଟାଯିବା ପରେ ସେ ବିଜେପି ଛାଡି ଟିଏମସିରେ ଯୋଗ ଦେଇଥିଲେ।

Related Posts