
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମଧ୍ୟପ୍ରଦେଶ କ୍ୟାବିନେଟ ମନ୍ତ୍ରୀ ହରଦୀପ ସିଂ ଡ଼ଙ୍ଗ ବୟାନକୁ ନେଇ ସାରା ଦେଶରେ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । ତେବେ ତାଙ୍କ କହିବା ମୁତାବକ କେବଳ ଗାଈ ପାଳୁଥିବା ନେତା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ଅଧିକାର ପାଇବା ଉଚିତ । ମନ୍ତ୍ରୀ ଉଜ୍ଜୟନୀର ସୀତାମାଉର ହାଣ୍ଡିଆ ବାଗ ଗୌଶାଳାଠାରେ ଆୟୋଜିତ ଭାଗବତ କଥାରେ ଯୋଗଦେବା ପାଇଁ ଆସିଥିଲେ। ମଧ୍ୟପ୍ରଦେଶ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ତଥା ସୁଭାସରା ବିଧାନସଭାର ବିଧାୟକ ହରଦୀପ ସିଂ ଡଙ୍ଗ କହିଛନ୍ତି ଯେ ମୁଁ ଯଦି ବିଧାନସଭାରେ ଦାବି କରିଛି ଯଦି କୌଣସି ଚାଷୀ ଗାଈ ପାଳିବେ ନାହିଁ ତେବେ ତାଙ୍କ ଜମିର କ୍ରୟ ଏବଂ ବିକ୍ରୟ ପଞ୍ଜିକରଣ ବାତିଲ କରାଯିବା ଉଚିତ ।
ସେ କହିଛନ୍ତି, ‘ମୁଁ ସରପଞ୍ଚ, ବିଧାୟକ ଏବଂ ସାଂସଦଙ୍କ ସହ ସମସ୍ତ ନେତାଙ୍କ ଉଦ୍ଦେଶ୍ୟରେ ମଧ୍ୟ କହିଛି ଯେ ଯଦି ସେମାନେ ଗାଈ ପାଳିବେ ନାହିଁ ତେବେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ଅଧିକାର ରହିବ ନାହିଁ । ଯଦି ସେମାନେ ଗାଈ ପାଳିବେ ନାହିଁ ତେବେ ତାଙ୍କ ଆବେଦନ ପତ୍ରକୁ ଖାରଜ କରାଯିବା ଉଚିତ। କେବଳ ସେହିମାନଙ୍କୁ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାର ସୁଯୋଗ ଦିଆଯାଉ ଯେଉଁମାନେ ଗାଈ ରଖୁଥିବେ ।