ଫେବୃଆରୀ ୭ରୁ ଆରମ୍ଭ ହେବ ଏମ୍ସରେ ଓପିଡି ସେବା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭୁବନେଶ୍ୱରରେ ଥିବା ଏମ୍ସର ଓପିଡି ସେବା ଫେବୃଆରୀ ୭ ତାରିଖରୁ ଆରମ୍ଭ ହେବ । ଓଡ଼ିଶାରେ କୋଭିଡ-୧୯ ମାମଲା ତୀବ୍ର ବୃଦ୍ଧି ହେତୁ ସେବାଗୁଡ଼ିକ ବନ୍ଦ କରାଯାଇଥିଲା । ହେଲେ ବର୍ତ୍ତମାନ କୋଭିଡ ସ୍ଥିତିରେ ସୁଧାର ଦେଖି ରୋଗୀସେବାକୁ ପ୍ରାଧାନ୍ୟ ଦେଇ ଏମ୍ସ ପକ୍ଷରୁ ଓପିଡି ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବାର ସୂଚନା ମିଳିଛି । ସେପଟେ କରୋନା କଟକଣାକୁ ପାଳନ କରିବାକୁ ସମସ୍ତ ବିଭାଗଗୁଡ଼ିକୁ ପରାମର୍ଶ ଦିଆଯାଇଛି ।

ପୂର୍ବରୁ ରହିଥିବା କାର୍ଯ୍ୟସୂଚନୀ ଅନୁସାରେ ଆସନ୍ତା ୭ ତାରିଖରୁ ଦୈନିକ ଓପିଡି କାର୍ଯ୍ୟକାରୀ ହେବ । କେବଳ ଏତିକି ନୁହେଁ ବରଂ ନୂତନ ଆଡମିଶନ ମାମଲାଙ୍କ ପାଇଁ ପ୍ରତ୍ୟେକ ୱାର୍ଡରେ ୪ରୁ ୫ ଲେଖାଏ ଶର୍ଯ୍ୟା ରଖିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ରୋଗୀମାନଙ୍କର ନିୟମିତ ଯାଞ୍ଚ ଆଦି ସେବା ନିମନ୍ତେ ଏମ୍ସ ଭୁବନେଶ୍ୱର ସ୍ୱାସ୍ଥ୍ୟ ଆପ ଏବଂ ଟେଲିମେଡିସିନ ବ୍ୟବସ୍ଥା ଜାରି ରହିବ ବୋଲି ଅଧୀକ୍ଷକ ସୂଚନା ଦେଇଛନ୍ତି ।

Related Posts