ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମୁଖ୍ୟଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟଯନ୍ତ୍ରୀ ରବି ନାରାୟର ପୃଷ୍ଟିଙ୍କୁ ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି । ଚଢ଼ାଉ ବେଳେ ତାଙ୍କ ନିକଟରୁ ବିପୁଳ ପରିମାଣର ଆୟ ବହିଭୂର୍ତ୍ତ ସମ୍ପତ୍ତି ମିଳିଥିଲା । ସମସ୍ତ ସମ୍ପତ୍ତିର ସନ୍ତୋଷଜନକ ଉତ୍ତର ଦେଇ ନଥିବାରୁ ଭିଜିଲାନ୍ସ ଏକ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି । ଏହା ପରେ ତାଙ୍କୁ ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ସେପଟେ ଭିଜିଲାନ୍ସ କୋର୍ଟ ସ୍ପେଶାଲ ଜଜଙ୍କ ନିର୍ଦ୍ଦେଶକ୍ରମେ ରବିଙ୍କ ଭୁବନେଶ୍ୱର ପଟିଆରେ ଥିବା ରେସିଡେନସିଆଲ ଫ୍ଲାଯ, ଜାଗମରାର ଗଜପତି ପ୍ୟାଲେସରେ ଥିବା ଫ୍ଲାଟ, ଖଣ୍ଡଗିରି ବାରଭୁଜା ମାର୍କେଟ କମ୍ପେ୍ଲକ୍ସରେ ଥିବା ଏକ ଶପ, ଶ୍ରୀରାମ ବିହାରସ୍ଥିତ ସମ୍ପର୍କୀୟଙ୍କ ଘର, ପୁରୀ ଶ୍ରୀକ୍ଷେତ୍ର ଭକ୍ତ ନିବାସରେ ଥିବା ଫ୍ଲାଟ, ଗଞ୍ଜାମ ଜିଲ୍ଲା ନୂଆଗଁ ଥାନା ନୂଆପଡ଼ାରେ ଥିବା ପୈତୃକ ଘର ଓ ଭୁବନେଶ୍ୱରସ୍ଥିତ ଏସପିସିବି କାର୍ଯ୍ୟାଳୟରେ ଥିବା ତାଙ୍କ ଚାମ୍ବର ଆଦି ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା । ଏଥିରେ ଭିଜିଲାନ୍ସର ଜଣେ ଏସପି, ୨ ଜଣ ଅତିରିକ୍ତ ଏସପି, ୧୭ ଡିଏସପି ସାମିଲ ଥିଲେ ।

Related Posts