ଜୋର୍ ଧରିଛି ଅପରେସନ ଗଙ୍ଗା: ଦୁଇଟି ସ୍ୱତନ୍ତ୍ର ବିମାନରେ ଭାରତ ଫେରିଲେ ୩୯୩ ଛାତ୍ରଛାତ୍ରୀ

ଋଷ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ସେଠାରେ ଫସି ରହିଥିବା ଭାରତୀୟଂକୁ ଉଦ୍ଧାର କରିବା କେନ୍ଦ୍ର ସରକାରଂକ ପାଇଁ ବଡ଼ ଚ୍ୟାଲେଞ୍ଜ ଥିବା ବେଳେ, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଆଜି ଦୁଇଟି ସ୍ୱତନ୍ତ୍ର ବିମାନରେ ମୋଟ ୩୯୩ ଭାରତୀୟ ଦେଶକୁ ଫେରିଛନ୍ତି । ହଙ୍ଗେରୀ ରାଜଧାନୀ ବୁଦାପେଷ୍ଟରୁ ଏକ ସ୍ୱତନ୍ତ୍ର ବିମାନରେ ୧୮୩ ଜଣ ଭାରତୀୟ ଫେରିଛନ୍ତି । ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧୀ ବିମାନ ବନ୍ଦରରେ ପହଂଚିବା ପରେ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୁପେନ୍ଦର ଯାଦବ ସେମାନଙ୍କୁ ସ୍ୱାଗତ କରିଛନ୍ତି ।

ସେହିପରି ଅନ୍ୟ ଏକ ବିମାନ ରୋମାନିଆର ବୁଚାରେଷ୍ଟରୁ ୨୧୦ ଜଣ ଭାରତୀୟଙ୍କୁ ଆଣି ହିଣ୍ଡନ ଏୟାରବେସରେ ପହଂଚିଛନ୍ତି । ତେବେ ମୋଟ ଉପରେ ୧୩ ହଜାର ୩୦୦ ଭାରତୀୟ ଅପରେସନ ଗଙ୍ଗା ମାଧ୍ୟମରେ ଭାରତକୁ ଫେରିଛନ୍ତି । ଏପଟେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ଉଦ୍ଧାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ।

ଅନ୍ୟପଟେ ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଡାମଟ୍ରୋ କୁଲେବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛନ୍ତି । ଯୁଦ୍ଧ ରୋକିବା ପାଇଁ ମୋଦିଙ୍କୁ ପୁଟିନଙ୍କ ସହ କଥା ହେବା ପାଇଁ କୁଲେବା ଅନୁରୋଧ କରିଛନ୍ତି ।ଯୁଦ୍ଧ ଦ୍ୱାରା କୌଣସି ଦେଶ ପାଇଁ ଭଲ ନୁହେଁ । ପୁଟିନ୍ ଆମର ବଂଚିବାର ଅଧିକାରକୁ ଗ୍ରହଣ କରୁନାହାଁନ୍ତି । ସ୍ୱଭାବିକ୍ ଭାବେ ଭାରତୀୟମାନେ ଋଷ ରାଷ୍ଟ୍ରଦୂତଙ୍କ ଉପରେ ଯୁଦ୍ଧ ରୋକିବା ପାଇଁ ଚାପ ପକାଇପାରିବେ ବୋଲି ସେ କହିଛନ୍ତି । କୁଲେବା କହିଛନ୍ତି, ଭାରତ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ୟୁକ୍ରେନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ତେଣୁ ଯୁଦ୍ଧ ବନ୍ଦ କରିବା ଭାରତ ପାଇଁ ଭଲ ହେବ ବୋଲି ସେ କହିଛନ୍ତି । ଏଥିସହ ୟୁକ୍ରେନରେ ଫସିଥିବା ଭାରତୀୟମାନଙ୍କୁ ଉଦ୍ଧାର ପାଇଁ ଖାରକିଭ୍ ଏବଂ ସୁମିରେ ଟେନର ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି ।

Related Posts