
ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ପଞ୍ଜାବରେ ଆମ ଆଦମୀ ପାର୍ଟି ଭଗବନ୍ତ ମନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଘୋଷଣା କରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପଞ୍ଜାବ ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି । ସେପଟେ ପ୍ରାର୍ଥୀ ହେବା ପରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ଭଗବନ୍ତ । ତେବେ ଦଳ ମୋ ଉପରେ ବିଶ୍ୱାସ କରି, ଏତେ ବଡ଼ ଦାୟିତ୍ୱ ଦେଇଥିବାରୁ ମୁଁ ଗର୍ବିତ । ଆଜି ଠାରୁ ଗାଲି ବି ମୋର ତାଳି ବି ମୋର ଅଟେ । ଆମେ ଏକ ମିଳିତ ଟିମ ହୋଇ ପଞ୍ଜାବରେ କାମ କରିବୁ । ବିଶେଷ କରି ପଞ୍ଜାବକୁ ପୂର୍ବପରି କରିବାକୁ ଆମ ସମସ୍ତଙ୍କର ପ୍ରଥମ ଲକ୍ଷ୍ୟ ରହିବ । ପୂର୍ବରୁ ଯେପରି ବେକାର ସମସ୍ୟା ନଥିଲା, ମହିଳାଙ୍କ ଉପରେ ଅତ୍ୟାଚାର ହେଉନଥିଲା, କେହି ବି ଆତ୍ମହତ୍ୟା କରୁନଥିଲେ ।
ଠିକ ସେହିପରି ଆମେ ପଞ୍ଜାବକୁ ଗଢ଼ିତୋଳିବାକୁ ଯୋଜନାବଦ୍ଧ ଅଟୁ ବୋଲି ଭଗବନ୍ତ କହିଛନ୍ତି । ଅନ୍ୟପଟେ ନିଶା ନେଉଥିବା ଆରୋପକୁ ମଧ୍ୟ ସେ ଖଣ୍ଡନ କରିଥିବାର ଦେଖିବାକୁ ମିଳିଛି । ବିରୋଧୀମାନେ ମୋ ବିରୋଧରେ ଲଗାତାର ୧୧ ବର୍ଷ ଧରି ଏହି ଆରୋପ ଲଗାଇ ଆସୁଛନ୍ତି । କିନ୍ତୁ ଜନସାଧାରଣ ସତ୍ୟ କଣ ଜାଣିଛନ୍ତି । ଏବଂ ମୋତେ ଆପଣାଇବି ସାରିଛନ୍ତି ।
ମୋର ଭାବୂମର୍ତ୍ତି ଲୋକଙ୍କ ଆଗରେ ବହୁତ ପରିଷ୍କାର । କେହି ବି ମୋତେ ଦୁର୍ନିତୀ ଖୋର କହିପାରିବେ ନାହିଁ । ଏପରିକି ଲୋକସଭାରେ ମୋର ପ୍ରଦର୍ଶନ ସର୍ବତ୍ତୋମ । ତେଣୁ ବର୍ତ୍ତମାନ ଏପରି ଆରୋପ ଲାଗାଇବାର କିଛି ଆବଶ୍ୟକ ନୁହଁ ବୋଲି ଆମ ଆଦମି ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗବନ୍ତ ମନ ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି ।