ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଦୀର୍ଘ ଦିନ ଧରି ଭାରତ ଏବଂ ଚୀନ ମଧ୍ୟରେ ତିକ୍ତତା ଜାରି ରହିଛି । ତଥାପି ଚୀନ ନିଜର ହରକତରୁ ଦୂରେଇ ପାରୁ ନାହିଁ । କେତେବେଳେ ସୀମାଞ୍ଚଳରେ ବସ୍ତି ବସାଉଛି ତ ଆଉ କେତେବେଳେ ଅବୈଧ ରାସ୍ତା କାମ କରୁଛି । ଏହା ମଧ୍ୟରେ ଚୀନ ପୋଙ୍ଗୟାଙ୍ଗ ହ୍ରଦ ଉପରେ ଏକ ପୋଲ ନିର୍ମାଣ କରୁଥିବାର କଥା ସାମ୍ନାକୁ ଆସିଛି । ଏହି ପୋଲର ଲମ୍ବ ପ୍ରାୟ ୪୦୦ ମିଟର । ସେପଟେ ଏହି ପୋଲ ଚୀନର ସୈନ୍ୟମାନଙ୍କୁ ବେଶ ସହାୟକ ହେବ । କାହିଁକିନା ଏହି ପୋଲ ସାହାଯ୍ୟରେ ଚୀନର ସୈନ୍ୟମାନେ ଅତି ସହଜରେ ଲଦାଖ ଓ ଭାରତ ସୀମାରେ ପହଞ୍ଚି ପାରିବେ ବୋଲି ଅନୁମାନ କରାଯାଉଛି ।
ଅନ୍ୟପଟେ ଏହି ସେତୁଟି ୮ ମିଟର ଚଉଡା ଜ୍ଝ ଏହି ସେତୁ ଚାଇନାର ସେନା ଫିଲ୍ଡ ବେସର ଦକ୍ଷିଣରେ ପାଙ୍ଗୋଙ୍ଗର ଉତ୍ତର ପାର୍ଶ୍ୱରେ ଅବସ୍ଥିତ, ଯେଉଁଠାରେ ୨୦୨୦ ମସିହାରେ ଭାରତ ଏବଂ ଚୀନ୍ ମଧ୍ୟରେ ବିବାଦ ସମୟରେ ଚୀନ୍ ସେନା ଡାକ୍ତରଖାନା ଏବଂ ସୌନିକମାନେ ରହିଥିଲେ। ସେପଟେ ଜାନୁଆରୀ ୧୬ ତାରିଖରେ ସାଟଲାଇଟରୁ ଚିତ୍ରରୁ ଏହାର ସୂଚନା ମିଳିଥିଲା । ଚାଇନାର ଶ୍ରମିକମାନେ ଏକ ଭାରୀ କ୍ରେନ୍ ସାହାଯ୍ୟରେ ପୋଲର କାମକୁ କରୁଛନ୍ତି । ନିର୍ମାଣର ଗତିକୁ ଦେଖିଲେ ଏହା ଜଣାପଡ଼ୁଥିଲା ଯେ ଏହି ସେତୁ କିଛି ମାସ ମଧ୍ୟରେ ସମ୍ପୂର୍ଣ୍ଣ ହୋଇପାରିବ ।





