ଚଣ୍ଡିଗଡ଼: ପଞ୍ଜାବରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ | ଛୋଟ ପିଲାଙ୍କ ପରି ଖାଦ୍ୟ ଖାଇବାକୁ ନେଇ ଟଣାଓଟରା ହୋଇଛନ୍ତି ଶିକ୍ଷକ ଓ ପ୍ରିନ୍ସପାଲ । କିଏ ଆଗେ ପ୍ଲେଟନେବ ତାକୁ ନେଇ ପରସ୍ପର ମଧ୍ୟରେ ହୋଇଥିଲା ଛଡ଼ାଛଡ଼ି ପରିସ୍ଥିତି। ଏକ କାର୍ଯ୍ୟକ୍ରମ ପରେ ହୋଇଥିବା ଲଞ୍ଚ ସମୟରେ ଶିକ୍ଷକ ଓ ପ୍ରିନ୍ସପାଲଙ୍କ ମଧ୍ୟରେ ହୋଇଥିବା ପ୍ଲେଟ ଟଣାଓଟରାକୁ ନେଇ ଭିଡିଓ ଭାଇରାଲ ହୋଇଛି।

ତେବେ ଏହି ଘଟଣାର ଭିଡିଓ ଭାଇରଲ ହେବା ପରେ ପଞ୍ଜାବର ୭ ଜଶ ପ୍ରିନ୍ସପାଲ ଏବଂ ହେଡ ମାଷ୍ଟରଙ୍କୁ ସମନ କରାଯାଇଛି। ସେମାନଙ୍କୁ ଜିଲ୍ଲା ଶିକ୍ଷାଅଧିକାରୀଙ୍କ ନିକଟରେ ହାଜର ହେବାକୁ ନୋଟିସ ଜାରି କରାଯାଇଛି। ସୂଚନା ଅନୁଯାୟୀ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ଶିକ୍ଷା ସଂସ୍କାରକୁ ନେଇ ସ୍କୁଲ ଶିକ୍ଷକ ଓ ପ୍ରିନ୍ସପାଲମାନଙ୍କ ବୈଠକ ଡାକିଥିଲେ। ଏଥିରେ ରାଜ୍ୟାର ବହୁ ଶିକ୍ଷକ ଓ ପ୍ରିନ୍ସପାଲ ଯୋଗ ଦେଇଥିଲେ।

ଏହା ପରେ ଲଞ୍ଚର ବ୍ୟବସ୍ଥା କରାଯାଇଥିଲା। ଏହି ସମୟରେ ଶିକ୍ଷକ ଓ ପ୍ରିନ୍ସପାଲଙ୍କ ମଧ୍ୟରେ ଖାଦ୍ୟ ପ୍ଲେଟକୁ ନେଇ ଟଣାଟଓରା ହୋଇଥିଲା। କିଏ ଆଗେ ନେବ ସେନେଇ ମଧ୍ୟ ପ୍ଲେଟ ଛଡ଼ାଛଡ଼ି ହୋଇଥିଲା। ଏହି ଭିଡିଓ ଭାଇରାଲ ହେବା ପରେ ସ୍କୁଲ ନିର୍ଦ୍ଦେଶକ ସମ୍ପୃକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନୋଟିସ୍ କରିଥିଲେ। ଏହା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ସମ୍ପୃକ୍ତ ୭ ଜଣ ସ୍କୁଲ ଶିକ୍ଷକ ଓ ପ୍ରିନ୍ସପାଲଙ୍କୁ ନୋଟିସ କରଇଚନ୍ତି। ଏଥିରେ ସମ୍ପୃକ୍ତ ଶିକ୍ଷକ ଓ ପ୍ରିନ୍ସପାଲଙ୍କ ନାଁ ମଧ୍ୟ ଉଲ୍ଲେଖ ରହିଛି।