କଂଗ୍ରେସ ସମେତ ଅନ୍ୟ ରାଜନୈତିକ ଦଳମାନେ ଦେଶରେ ସାମ୍ପ୍ରଦାୟିକ ହିଂସା ସୃଷ୍ଟି କରିବାରେ ଲାଗିଛନ୍ତି: ବିଜେପି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶରେ ବର୍ତ୍ତମାନ ଠାରୁ ୨୦୨୪ ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ପ୍ରସ୍ତୁତି ଆରମ୍ଭ କରିବାରେ ଲାଗିଛନ୍ତି । ଏନେଇ ପ୍ରାୟ ସମସ୍ତ ବିରୋଧୀ ଦଳ ବିଜେପି ବିରୋଧରେ ଏକଜୁଟ ହେବାରେ ଲାଗିଛନ୍ତି । ଏହା ମଧ୍ୟରେ ୧୩ ଟି ବିରୋଧୀ ଦଳକୁ ନେଇ ଶାସକ ବିଜେପି କଡ଼ା ପ୍ରତିକ୍ରିୟା ଦେଇଥିବାର ଦେଖିବାକୁ ମିଳିଛି । ତେବେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ମୃତ ଦେହ ଉପରେ ରାଜନୀତି କରୁଛନ୍ତି ଏବଂ ସେମାନେ କେବଳ ସୌହାର୍ଦ୍ଦ୍ୟକୁ ଭଙ୍ଗ କରିବାକୁ ଚାହୁଁଛନ୍ତି ବୋଲି ବିଜେପି କହିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିରୋଧୀଙ୍କ ଆକ୍ରମଣକୁ ଆକାଶରେ କାଦୁଅ ଫିଙ୍ଗିବା ସହ ତୁଳନା କରିଛନ୍ତି ବିଜେପି ମୁଖପାତ୍ର ଗୌରବ ଭାଟିଆ ।

କେବଳ ଏତିକି ନୁହେଁ ବରଂ ରାଜସ୍ଥାନରେ କରୌଲି ହିଂସାକୁ ନେଇ ଭାଟିଆ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ପ୍ରଶ୍ନ କରିବା ସହ ଅଭିଯୋଗ କରିଛନ୍ତି ଯେ ତାଙ୍କ ଦଳର ତୁଷ୍ଠିକରଣ ରାଜନୀତି ଯୋଗୁଁ ଦଙ୍ଗାକାରୀଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ରାହୁଲ ଗାନ୍ଧୀ ଦଙ୍ଗାକାରୀଙ୍କ ସହ ଠିଆ ହୋଇ ପରିସ୍ଥିତିକୁ ବିଗାଡ଼ିବାରେ ଲାଗିଛନ୍ତି ବୋଲି କହିଛନ୍ତି । ସେହିପରି ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସକୁ ନେଇ ମଧ୍ୟ ବିଜେପି ବଡ଼ ବୟାନ ଦେଇଥିôବାର ଦେଖିବାକୁ ମିଳିଛି । ତେବେ ପଶ୍ଚିମବଙ୍ଗରେ ଘଟୁଥିବା ସାମ୍ପ୍ରଦାୟିକ ହିଂସା ପଛରେ ବାରମ୍ପାର ଟିଏମସି ନେତାଙ୍କ ନାମ ସାମ୍ନାକୁ ଆସିବାରେ ଲାଗିଛି ।

ଏହାକୁ ଦୃଷ୍ଟିରେ ରଖି ବିଜେପି ନେତା ଗୌରବ ଭାଟିଆ କହିଛନ୍ତି ଯେ କଂଗ୍ରେସ ଏବଂ ଅନ୍ୟ ରାଜନୈତିକ ଦଳମାନେ ଦେଶରେ ସାମ୍ପ୍ରଦାୟିକ ହିଂସା ସୃଷ୍ଟି କରିବାରେ ଲାଗିଛନ୍ତି । ଅନ୍ୟପଟେ କଂଗ୍ରେସ ସମେତ ୧୩ ଟି ବିରୋଧୀ ଦଳ ମିଳିତ ବିବୃତ୍ତି ଜାରି କରି ଦେଶର ବିଭିନ୍ନ ସ୍ଥାନରେ ଘଟିଥିବା ହିଂସା ଘଟଣାରେ ଲୋକଙ୍କୁ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ରକ୍ଷା କରିବାକୁ ଅନୁରୋଧ କରିଛନ୍ତି। ଏହା ସହ ଭାଟିଆ କହିଛନ୍ତି, ପଶ୍ଚିମବଙ୍ଗରେ ବଡ଼ ଧରଣର ହିଂସା ଘଟୁଥିବାବେଳେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ମିଳିତ ବିବୃତ୍ତିରେ ଦସ୍ତଖତ କରିଛନ୍ତି। ଏଥିରୁ ସ୍ପଷ୍ଟ ବାରି ହୋଇଯାଉଛି ଯେ କଂଗ୍ରେସ ସମେତ ଅନ୍ୟ ବିପକ୍ଷ ଦଳମାନେ ଦେଶରେ ଘଟୁଥିବା ସାମ୍ପ୍ରଦାୟିକ ହିଂସାକାଣ୍ଡରେ ସମ୍ପୃକ୍ତ ଥିବା ସହ ଲୋକମାନଙ୍କର ଧାର୍ମିକ ମନଭାବରେ ମଧ୍ୟ ଆଘତ ସୃଷ୍ଟି କରୁଛନ୍ତି ବୋଲି ଗୌରବ ଭାଟିଆ କହିଛନ୍ତି । ସେପଟେ ବିରୋଧୀ ଦଳର କାର‌୍ୟ୍ୟକଳାପକୁ ଭାରତୀୟ ଜନତା ପାର୍ଟି ତୁଷ୍ଟିକରଣ ରାଜନୀତି ବୋଲି କହିଛି ।

କେବଳ ଏତିକି ନୁହେଁ ବରଂ ବିରୋଧୀ କଂଗ୍ରେସକୁ ବିଜେପି ଅନେକ ପ୍ରଶ୍ନ ପଚାରିଥିବାର ମଧ୍ୟ ଦେଖିବାକୁ ମିଳିଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ କରୌଲି ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ ମତଲୁବ ଅହମ୍ମଦଙ୍କୁ ଗିରଫ କରିବାରେ ବିଫଳ ହେବାରେ ପରେ ମଧ୍ୟ କାହିଁକି ସୋନିଆ ଗାନ୍ଧୀ ଚୁପ ଅଛନ୍ତି ? ଲୋକମାନେ ପ୍ରଶ୍ନ କରଛନ୍ତି ଅଭିଯୁକ୍ତ ୧୪ ଦିନ ଧରି କିପରି ଫେରାର ହୋଇ ରହିଛି ? ଆପଣଙ୍କର ଆବେଦନରେ ଦଙ୍ଗାକାରୀଙ୍କ ବିରୋଧରେ କଡା କାର‌୍ୟ୍ୟାନୁଷ୍ଠାନ ଦାବି କରିବା କଥା ହେଲେ ଏହା କରୌଲିରେ ଘଟୁ ନାହିଁ କାହିଁକି ? ଆପଣ ଆପତ୍ତିଜନକ ରାଜନୀତି କରିବାକୁ ଚାହୁଁଛନ୍ତି କି? ବୋଲି ଅନେକ ପ୍ରଶ୍ନ ବିଜେପି ବିରୋଧୀ କଂଗ୍ରେସକୁ ପଚାରିଥିବାର ଦେଖିବାକୁ ମିଳିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts