
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗତବର୍ଷରେ ଭାରତକୁ ଆସିଛନ୍ତି ୧୫ ଲକ୍ଷରୁ ଉର୍ଦ୍ଧ ବିଦେଶୀ ନାଗରିକ। ଏନେଇ ଗୃହ ମନ୍ତ୍ରଣାଳୟର ତଥ୍ୟରୁ ସୂଚନା ମିଳିଛି। ଏଥିମଧ୍ୟରେ ସର୍ବାଧିକ ଆମେରିକୀୟ ନାଗରିକ ଥିବାବେଳେ ଦ୍ବିତୀୟରେ ସର୍ବାଧିକ ବାଙ୍ଗଲାଦେଶୀ ଭାରତକୁ ଆସିଛନ୍ତି। ଦେଶରେ ଏହି ସମୟରେ କରୋନା ମହାମାରୀକୁ ନେଇ ବିଭିନ୍ନ କଟକଣା ରହିଥିଲେ ମଧ୍ୟ ଏତେ ସଂଖ୍ୟକ ବିଦେଶୀ ନାଗରିକଙ୍କ ସମାଗମ ହୋଇଛି ।
ତଥ୍ୟ ଅନୁଯାୟୀ, ୨୦୨୧ ଜାନୁଆରୀ ୧ ରୁ ଡିସେମ୍ବର ୩୧ ମଧ୍ୟରେ ଭାରତକୁ ୧୫,୨୪,୪୬୯ ବିଦେଶୀ ଆସିଥିଲେ।ଏମାନଙ୍କ ମଧ୍ୟରେ ୭୪.୩୯ ପ୍ରତିଶତ ବିଦେଶୀ କେବଳ ୧୦ ଦେଶରୁ ଆସିଛନ୍ତି। ଏହା ସହ ୨୫.୬୧ ପ୍ରତିଶତ ଅନ୍ୟାନ୍ୟ ଦେଶରୁ ଆସିଛନ୍ତି।
ଭାରତକୁ ଆସିଥିବା ସବୁଠୁ ଅଧିକ ବିଦେଶୀଙ୍କ ମଧ୍ୟରେ ସର୍ବାଧିକ ୪,୨୯,୮୬୦ ବିଦେଶୀ ଆମେରିକାରୁ ଆସିଥିଲେ। ଏହାପରେ ଦ୍ବିତୀୟରେ ବାଙ୍ଗଲାଦେଶରୁ ୨,୪୦,୫୫୪ ଲକ୍ଷ ବିଦେଶୀ ଭାରତ ଆସିଥିଲା। ଏହାପଛକୁ ଲଣ୍ଡନରୁ ୧,୬୪,୧୪୩, କାନାଡାରୁ ୮୦,୪୩୭ ଏବଂ ନେପାଳରୁ ୫୨, ୫୪୪ ବିଦେଶୀ ଭାରତ ଆସିଛନ୍ତି। ଆଫଗାନିସ୍ତାନରୁ ୩୬,୪୫୧ ନାଗରିକ, ଅଷ୍ଟ୍ରେଲିଆରୁ ୩୩,୭୭୨, ଜର୍ମାନୀରୁ ୩୩,୭୭୨, ୩୨,୦୬୪ ପର୍ତ୍ତୁଗାଲ ଏବଂ ୩୦,୩୭୪ ନାଗରିକ ଫ୍ରାନ୍ସରୁ ଆସିଥିଲେ।
ସୂଚନାଯୋଗ୍ୟ, ୨୦୨୦ ଠାରୁ ସବୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ କୋଭିଡ୍ ଲକ୍ଡାଉନ୍ ଯୋଗୁଁ ସ୍ଥଗିତ ରଖାଯାଇଥିଲା। ପ୍ରଥମେ ଭାରତରେ ୨୦୨୦ ମାର୍ଚ୍ଚ ୨୫ ରୁ ଏପ୍ରିଲ ୨୧ ପର୍ଯ୍ୟନ୍ତ ଲଗାଯାଇଥିଲା। ଯାହାକୁ ପରେ ତିନି ଥର ବୃଦ୍ଧି ମଧ୍ୟ କରାଯାଇଥିଲା। ତେବେ ଏହାପରେ ଜୁନ୍ଠାରୁ ପର୍ଯ୍ୟାୟକ୍ରମେ ପ୍ରତିବନ୍ଧକ ହଟାଯାଇଥିଲା। କୋଭିଡ୍ ପ୍ରତିବନ୍ଧକ ୨୦୨୧ ର କିଛି ମାସ ପର୍ଯ୍ୟନ୍ତ ମଧ୍ୟ ଜାରି ରହିଥିଲା। କିନ୍ତୁ କଟକଣା ଜାରି ରହିଥିଲା। ଭିଜା ଉପରେ ବି କଟକଣା ରହିଥିଲା।