ପି ଏମ୍ କେୟାରସ ଫଣ୍ଡ ରେ ଦେଶରେ ୧୬୨ ଟି ସରକାରୀ ଡାକ୍ତରଖାନାରେ ପ୍ରତିଷ୍ଠା ହେବ ଅକ୍ସିଜେନ୍ ପ୍ଲାଣ୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଅମ୍ଳଜାନ ଅଭାବ କୁ ନେଇ ଏବେ ସାରା ଦେଶରେ ହା ହା କାର ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଏହା ମଧ୍ୟରେ କେନ୍ଦ୍ର ସରକାର ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। PM CARES ପାଣ୍ଠି ସହାୟତାରେ ସାରା ଦେଶରେ 551ଟି PSA ମେଡିକାଲ ଅମ୍ଳଜାନ ଉତ୍ପାଦନକାରୀ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ । ଏହି ପ୍ଲାଣ୍ଟଗୁଡିକ ଖୁବ୍ ଶୀଘ୍ର ସ୍ଥାପନ କରାଯିବ । ଏହି ଅମ୍ଳଜାନ ଉତ୍ପାଦନକାରୀ ପ୍ଲାଣ୍ଟଗୁଡିକ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଥିବା ଜିଲ୍ଲା ମୁଖ୍ୟାଳୟରେ ଚିହ୍ନିତ ସରକାରୀ ଡାକ୍ତରଖାନାଗୁଡ଼ିକରେ ପ୍ରତିଷ୍ଠା କରାଯିବ। କାରଖାନା ସ୍ଥାପନ ପାଇଁ ଆବଶ୍ୟକୀୟ ଯନ୍ତ୍ରପାତି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ରକ୍ଷଣାବେକ୍ଷଣ କରାଯିବ। ଏହାପୂର୍ବରୁ ପିଏମ୍ କେୟାରସ୍ ପାଣ୍ଠିରୁ 201.58 କୋଟି ଟଙ୍କା ସହାୟତାରେ 162 ଉତ୍ସର୍ଗୀକୃତ ମେଡିକାଲ ଅମ୍ଳଜାନ କାରଖାନା ସ୍ଥାପନ କରାଯାଇଛି। ଶନିବାର ଦିନ ଅମ୍ଳଜାନର ଅଭାବକୁ ଦୂର କରିବା ପାଇଁ ସରକାର ଆସନ୍ତା ତିନିମାସ ପାଇଁ ଅମ୍ଳଜାନ ଆମଦାନୀ ଉପରେ ଆମଦାନୀ ଶୁଳ୍କ ଏବଂ ସ୍ୱାସ୍ଥ୍ୟ ସେସକୁ ସମ୍ପୂର୍ଣ୍ଣ ଛାଡ କରିବାକୁ ନିଷ୍ପତ୍ତି ନେଇଥିଲେ। ଅମ୍ଳଜାନ ସମ୍ବନ୍ଧୀୟ ଯନ୍ତ୍ରପାତି ଉପରେ ଆମଦାନୀ ଶୁଳ୍କ ଛାଡ ଘୋଷଣା କରାଯାଇଛି। ତୁରନ୍ତ ପ୍ରଭାବ ସହିତ ଏହି ନିୟମ କାର୍ଯ୍ୟକାରୀ କରାଯାଇଛି। କରୋନା ମୁକାବିଲା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚ ସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଏହି ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଏବଂ ବହୁ ବରିଷ୍ଠ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଦେଶରେ ମେଡିକାଲ ଅମ୍ଳଜାନର ଅତ୍ୟଧିକ ଆବଶ୍ୟକତା ରହିଛି।

Related Posts