(ସତ୍ୟପାଠ ବ୍ୟୁରୋ )ଭୁବନେଶ୍ୱର : ମହାମାରୀ କରୋନା କୁ ଆଖି ଆଗରେ ରଖି ସେବାୟତ ମାନଙ୍କ ପାଇଁ ସ୍ୱାସ୍ଥ୍ୟବୀମା ଘୋଷଣା କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ।ସୂଚନାନୁସାରେ ମହାପ୍ରଭୁ ଜଗନ୍ନାଥଙ୍କ ସେବା କରୁଥିବା ସେବାୟତମାନଙ୍କୁ ୨ ଲକ୍ଷ ଟଙ୍କାର ବୀମା ଯୋଗାଇ ଦେବାକୁ ସ୍ଥିର ହୋଇଛି ।ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏ ନେଇ ବୀମା କମ୍ପାନୀ ସହ ଆଲୋଚନ ଚୂଡାନ୍ତ ହୋଇଛି । ଅନ୍ୟପଟରେ ଗୁରୁତର ଅସୁସ୍ଥ ହୋଇଥିବା ସେବାୟତ ମାନଙ୍କ କ୍ଷେତ୍ରରେ ଏହି ବୀମାକୁ ଆଉ ୧ ଲକ୍ଷ ଟଙ୍କା ବୃଦ୍ଧି କରାଯାଇ ଅତିରିକ୍ତ ସହାୟତା କରାଯାଇପାରିବ । ମହାମାରୀ କରୋନା ର ଭୟାବହତା ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆସନ୍ତା ୧୫ ତାରିଖ ଯାଏ ଭକ୍ତମାନଙ୍କୁ ଜଗା ଦର୍ଶନ ବାରଣ କରାଯାଇଛି ।ସାଧାରଣ ଦର୍ଶନ ସ୍ଥଗିତ ରଖାଯାଇଥିବା ବେଳେ ବଡ ଠାକୁରଙ୍କ ସମସ୍ତ ନୀତିକାନ୍ତି ସେବାୟତ ମାନଙ୍କ ଦ୍ୱାରା ଚାଲୁ ରହିଛି ।
Related Posts
-
Copyright © SatyaPatha2021