କରୋନା ମୃତ୍ୟୁ ଲୁଚାଯାଉଛି, ଗୁଜୁରାଟରେ ୬୫୦୦୦ରୁ ଅଧିକ ଡେଥ ସାର୍ଟିଫିକେଟ ଇସ୍ୟୁ ପଛର କାରଣ କଣ?- ଚିଦାମ୍ବରମ

chidambaram

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ସାରା ଦେଶରେ ପ୍ରତ୍ୟେକ ଦିନ ଅନେକ ସଂଖ୍ୟାରେ କରୋନା ସଂକ୍ରମିତ ଚିହ୍ନଟ ହେବା ସହ ଅନେକ ଲୋକ ମୃତ୍ୟୁବରଣ କରୁଛନ୍ତି । ଏପରିସ୍ଥିତିରେ ଜାତୀୟ କଂଗ୍ରେସ କେତେକ ରାଜ୍ୟ କେନ୍ଦ୍ରସରକାରଙ୍କ ସହ ମିଶି ମୃତ୍ୟୁର ସଠିକ ସଂଖ୍ୟାକୁ ଲୁଚାଉଛନ୍ତି ବୋଲି ଦାବି କରି ଆସୁଛି । ତେବେ ଚିଦାମ୍ବରମ ବିଜେପି ଶାସିତ ଗୁଜୁରାଟ କୋଭିଡ ମୃତ୍ୟୁ ସଂଖ୍ୟାକୁ ବହୁ ମାତ୍ରାରେ ନିୟନ୍ତ୍ରଣ କରିଛି ବୋଲି କହିଛନ୍ତି । ଗୁଜୁରାଟର ଏକ ଦୈନିକ ଖବର କାଗଜ ଦିବ୍ୟା ଭାସ୍କର କୋଭିଡ ମୃତ୍ୟୁ ସଂଖ୍ୟାକୁ ନେଇ ଏକ ଖବର ପ୍ରକାଶ କରିଥିଲା । ଏହା ପରେ କଂଗ୍ରେସ ନେତା ପି ଚିଦାମ୍ବରମ ଓ ଶକ୍ତିସିଂହ ଗୋହିଲଙ୍କ ପ୍ରକାଶ ପାଇଥିବା ଖବରକୁ ନେଇ ସରକାରଙ୍କ ପ୍ରଶ୍ନ କରିଥିଲେ । ଉଭୟ ଚିଦାମ୍ବରମ ଓ ଶକ୍ତିସିଂହ ଗୋହିଲ ମିଳିତ ବିବୃତ୍ତିରେ ଚଳିତ ବର୍ଷ ମାର୍ଚ୍ଚ ୧ରୁ ମେ ୧୦ ତାରିଖ ମଧ୍ୟରେ ଗୁଜୁରାଟରେ ପ୍ରାୟ ୧୨୩,୦୦୦ ଜଣଙ୍କର ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିବା କଥା କହିଛନ୍ତି । ଯାହା ଗତ ବର୍ଷ ସମାନ ସମୟରେ ଜାରି କରାଯାଇଥିବା ପ୍ରାୟ ୫୮,୦୦୦ ମୃତ୍ୟୁ ପ୍ରମାଣପତ୍ର ବିରୁଦ୍ଧରେ ଥିଲା ବୋଲି ଉଲ୍ଲେଖ କରାଯାଇଛି । ତେବେ ଗୁଜୁରାଟରେ ୬୫୦୦୦ରୁ ଅଧିକ ଡେଥ ସାର୍ଟିଫିକେଯ ଇସ୍ୟୁ ପଛର କାରଣ କଣ ବୋଲି ପ୍ରଶ୍ନ କରିଛନ୍ତି ପି ଚିଦାମ୍ବରମ । ଏହା ସହ ଏପରି ମୃତ୍ୟୁ ସଂଖ୍ୟା ବୃଦ୍ଧିକୁ ପ୍ରାକୃତିକ ବାର୍ଷିକ ବୃଦ୍ଧି ବୋଲି କୁହାଯାଇ ପାରିବ ନାହିଁ । ଏହା କେବଳ ମହାମାରୀ କିମ୍ବା ଅନ୍ୟ କୌଣସି ପ୍ରାକୃତିକ ବିପର୍ଯ୍ୟୟର କାରଣ ହୋଇପାରେ ବୋଲି ଚିଦାମ୍ବରମ କହିଛନ୍ତି । ଅନ୍ୟପଟେ କଂଗ୍ରେସ ଦୀର୍ଘ ୭୧ ଦିନ ଧରି ଏହି ଦୁଇଟି ସଂଖ୍ୟାକୁ ନିରପେକ୍ଷ ଭାବରେ ଯାଞ୍ଚ କରିଛି ବୋଲି ସେ କହିଛନ୍ତି । ଏହି ଯାଞ୍ଚରେ ଗୁଜୁରାଟ ଫୋରର ମୃତ୍ୟୁ ପ୍ରମାଣ ପତ୍ରର ୩୩ଟି ଜିଲ୍ଲାରୁ ସଂଗ୍ରହ କରିଥିବା ସଂଖ୍ୟା ୨୦୨୧ ମସିହାରେ ୧,୨୩,୮୭୩ ଥିଲା ଏବଂ ୨୦୨୦ ମସିହାରେ ୫୮,୦୬୮ ଥିଲା । ଯାହା ଦୈନିକ ଖବରକାଗଜରେ ଦର୍ଶାଯାଇଥିବା ସଂଖ୍ୟା ସହ ପ୍ରାୟ ସମାନ ଥିଲା । ଅନ୍ୟପଟେ ଗୁଜୁରାଟ ସରକାର ଆନୁଷ୍ଠାନିକ ଭାବରେ କେବଳ ୪,୨୧୮ ମୃତ୍ୟୁ ଘଟିଥିବାର ସ୍ୱିକାର କରିଛି । ଏପରିସ୍ଥିତିରେ ମୃତ୍ୟୁ ପ୍ରମାଣପତ୍ର ସଂଖ୍ୟା ୬୫୦୦୦କୁ ବୃଦ୍ଧି ଏବଂ ସରକାରୀ ସ୍ୱିକାର କରିଥିବା ୪,୨୧୮ ମୃତ୍ୟୁକୁ ବାଖ୍ୟା କରାଯିବା ଆବଶ୍ୟକ ବୋଲି କହିଛନ୍ତି । ଏହାକୁ ଛାଡି ଗଙ୍ଗାରେ ଭାସୁଥିବା ଶହ ଶହ ମୃତ ଦେହ ଏବଂ ଗଙ୍ଗା କୂଳରୁ ମିଳିଥିବା ୨୦୦୦ରୁ ଅଧିକ ମୃତଦେହକୁ ପୋତି ଦିଆଯାଇଥିବାର ଦେଖିବା ପାଇଁ ମିଳିଥିଲା । ଏପରି ଘଟଣା ସାମ୍ନାକୁ ଆସିବା ପରେ କଂଗ୍ରେସର ସନ୍ଦେହ ଠିକ ବୋଲି ଚିଦାମ୍ବରମ କହିଛନ୍ତି । ଯଦି ସନ୍ଦେହ ଠିକ ହୁଏ ତାହାଲେ ଏହା ଜାତୀୟ ଲଜ୍ଜା ଜନକ ଘଟଣା ନୁହେଁ ବରଂ ଏହା ଏହା ଜାତୀୟ ଦୁଃଖଦ ଘଟଣା ବୋଲି ଚିଦାମ୍ବରମ କହିଛନ୍ତି ।

Related Posts