‘ମୁଁ ଲେଖିକି ଦେଉଛି, ଗୁଜରାଟରେ ୫ରୁ କମ ଆସନ ଜିତିବ କଂଗ୍ରେସ’: ଅରବିନ୍ଦ କେଜ୍ରିୱାଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୁଜରାଟ ବିଧାନସଭା ନିର୍ବାଚନରେ କଂଗ୍ରେସ ୫ଟି ଆସନ ବି ଜିତିପାରିବ ନାହିଁ , ଏହା ମୁଁ ଲେଖିକି ଦେଉଛି। ଗୁଜରାଟ ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନକୁ ନେଇ ଏପରି କହିଛନ୍ତି ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍। କଂଗ୍ରେସକୁ କେହି ଗୁରୁତର ସହ ନେଉନାହାନ୍ତି। ତେଣୁ ରାଜ୍ୟରେ ଦଳ ୫ଟି ଆସନରୁ ବି କମ ଜିତିବ ବୋଲି କେଜରିୱାଲ୍ ଜୋର୍ ଦେଇ କହିଛନ୍ତି।

ଏକ ଜାତୀୟ ଗଣମାଧ୍ୟମର କାର୍ଯ୍ୟକ୍ରମରେ ଯୋଗ ଦେଇ କେଜ୍ରିୱାଲ କହିଛନ୍ତି ଯେ, ‘ଗୁଜରାଟର ଲୋକେ ପରିବର୍ତ୍ତନ ଚାହୁଁଛନ୍ତି। ଯଦି ଲୋକେ ପରିବର୍ତ୍ତନ ଚାହୁଁ ନଥାନ୍ତେ, ତେବେ ଆମକୁ ଗୁଜୁରାଟରେ ଜାଗା ବି ମିଳି ନଥାନ୍ତା। ଆମେ ୩୦ ପ୍ରତିଶତ ଭୋଟ ଶେୟାର ପାଇବାକୁ ଯାଉଛୁ। ବିଗତ ଦିନରେ ଆମେ ପଞ୍ଜାବରେ ସରକାର ଗଠନ କରିଛୁ। ତେବେ ଗୁଜରାଟରେ କିଛି ପରିବର୍ତ୍ତନ ହେବାକୁ ଯାଉଛି।’

କଂଗ୍ରେସକୁ ନେଇ କେଜରିୱାଲ କହିଛନ୍ତି ଯେ, ଏଠି କଂଗ୍ରେସକୁ କେହି ଗୁରୁତର ସହ ନେଉ ନାହାନ୍ତି। ତେଣୁ ଦଳ ଏଠି ୫ଟି ଆସନ ଜିତିପାରିବ ନାହିଁ। ଏତିକିବେଳେ ସେ ଖଣ୍ଡେ କାଗଜ ନେଇ କଂଗ୍ରେସର ପରାଜୟ କଥା ଲେଖି ପ୍ରମାଣ ପାଇଁ ରଖିବାକୁ ମିଡିଆକୁ କହିଛନ୍ତି। ସେ କହିଛନ୍ତି ଯେ ଗୁଜୁରାଟ ନିର୍ବାଚନରେ କଂଗ୍ରେସ ୫ ଆସନ ଜିତିବ। ଏବେ ଆମେ ରାଜ୍ୟରେ ଦ୍ୱିତୀୟ ନମ୍ବର ସ୍ଥାନରେ ରହିଛୁ। ନିର୍ବାଚନରେ ପ୍ରଥମ ସ୍ଥାନରେ ଆସିବୁ ବୋଲି ସେ କହିଛନ୍ତି। ଏହାସହିତ ରାଜ୍ୟରେ ବିଜେପିର ଭୋଟ ଶେୟାର ୨୦ ପ୍ରତିଶତ ହ୍ରାସ ପାଇବ ବୋଲି କେଜରିୱାଲ୍ ଏହି ଅବସରରେ କହିଛନ୍ତି।

Related Posts