ବାବୁ ବୋଇଲେ ପାଣ୍ଡିଆନ, ବାକି ସବୁ ହ**

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ପ୍ରଶାସନରେ ଆଉ ପଲିଟିକ୍ସରେ କାର୍ତ୍ତିକ ହିଁ ଏକଇର ବଳା ବିସିକେଶନ ଏକଥା ନବୀନ ବାବୁ ପ୍ରକାଶ୍ୟରେ ଏବଂ ପରୋକ୍ଷରେ ବାରମ୍ବାର ସନ୍ଦେସ ଦେଇସାରିଛନ୍ତି । ଯଦି ପାଣ୍ଡିଆନଙ୍କ ପ୍ରତି ପଟ୍ଟନାୟକଙ୍କର ଅନାବିଳ ଶ୍ରଦ୍ଧାର ମାତ୍ରା ଏତେ ଅଧିକ ତାହା ହେଲେ ପ୍ରୋଟୋକଲ ଏବଂ ପଦ ପଦବୀକୁ ପ୍ରତି ଦନ ଲାତ ନମାରି ପାଣ୍ଡିଆନଙ୍କୁ ମୁଖ୍ୟ କରିଦେଲେ ଭଲ ହୁଅନ୍ତା । ଏକଥା ଅବସ୍ତାବ ଆଉ ଅଯଥାର୍ଥ ବୋଲି ଏହାକୁ ଯିଏ ପଢ଼ିବ ସେ ଭାବିବା ସ୍ବାଭାବିକ । କିନ୍ତୁ ଯେଉଁ କାରଣ ଆଧାରରେ ଏହି ରିପୋର୍ଟ ଲେଖାଯାଇଛି ତା’ର ତଥ୍ୟଗତ ପ୍ରମାଣ ସହ ରିପୋର୍ଟକୁ ପଢ଼ିବା ପରେ ଏହା ଯେ ସମ୍ପୂର୍ଣ୍ଣ ଯଥାର୍ଥ ଏଥିରେ କୌଣସି ମତଭେଦ ରହିବ ନାହିଁ ।

ଘଟଣାଟି ଏହି ପରି

30.12.2019ରେ ଶ୍ରୀଜଗନ୍ନାଥ ହେରିଟେଜ କରିଡର ଚିଠା ଲୋକାପର୍ଣ ପାଇଁ ତୃତୀୟ ମହଲା ପକ୍ଷରୁ ଏକ ପ୍ରେସ୍‌ ରିଲିଜ ପ୍ରକାଶ କରାଯାଇଛି । ପ୍ରଶାସନର ଅନ୍ୟ କୌଣସି ବିଭାଗ ନୁହଁ, ଖୋଦ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ତୃତୀୟ ମହାଲାରୁ ପ୍ରକାଶିତ ଆଉ ପ୍ରସାରିତ ଏକ ପ୍ରେସ୍‌ ରିଲିଜ୍‌ରେ ଏହି କଥାର ତଥ୍ୟ ପ୍ରମାଣ ରହିଛି । ପୁରା ପ୍ରଶାସନରେ ନିଜର କ୍ୟାବିନେଟ ମନ୍ତ୍ରୀ ପରିଷଦର ସହଯୋଗୀ ଏବଂ ବ୍ୟୁରୋକାଟ ସହଯୋଗୀମାନେ କାହାର ବି ନବୀନଙ୍କ ପାଖରେ ଗୁରୁତ୍ବ ସାମାନ୍ୟ ଟିକେ ବି ନାହିଁ । ପାଣ୍ଡିଆନ ବାବୁଙ୍କ ଛଡ଼ା ଅନ୍ୟମାନଙ୍କ ଗୁରୁତ୍ବ ନବୀନ ବାବୁ ପାଖରେ କେତେ ନ୍ୟୁନ ତାହା ଏହି ପ୍ରେସ୍‌ ରିଲିଜ୍ ହିଁ ବୟାନ କରୁଛି । ପୁରା ପ୍ରଶାସନରେ ନବୀନ ବାବୁଙ୍କ ପରେ ଯଦି ଦାପ୍ତରିକ ଭାବେ ବା ଲଖିତ ଭାବେ କୌଣସି ବ୍ୟକ୍ତିଙ୍କ ନାଁ ଆସୁଛି ସେ ହେଲେ ପାଣ୍ଡିଆନ ବାବୁ ।

ଯଦିଓ ଆଜିର ବୈଠକରେ ଏହି ପ୍ରମୁଖମାନେ ଥିଲେ, ହେଲେ ପ୍ରେସ୍‌ ରିଲିଜରେ କାହାର ନାଁ ନାହିଁ, କେବଳ ପାଣ୍ଡିଆନଙ୍କର ନାଁ ରହିଛି । ଏହାକୁ ଦେଖିଲେ ଲାଗୁଛି ଯେଭଳି ମୁଖ୍ୟ ଶାସନ ସଚିବ, ସଚିବ, ମନ୍ତ୍ରୀ ଏମାନେ ସବୁ ପ୍ରଶାସନରେ ହଳିଆ । ତୃତୀୟ ମହଲାର ପ୍ରେସ୍‌ ରିଲିଜରେ ଏମାନଙ୍କର ନାଁ ବାହାରିବାର ଦମ ନାହିଁ ବା ଗୁରୁତ୍ବ ନାହିଁ  ।

ସୋମବାର ଓଡ଼ିଶାବାସୀଙ୍କ ପାଇଁ ଏହି ସ୍ଥାପତ୍ୟ ଯୋଜନା ଚିଠା ଲୋକାର୍ପିତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଚିଠା ନେଇ ଜାନୁଆରି 15 ସୁଦ୍ଧା ସାଧାରଣ ଲୋକ ତାଙ୍କର ମତାମତ ଦେବାକୁ ପରାମର୍ଶ ଦେଇଛନ୍ତି ନବୀନ । ଲୋକଙ୍କ ମତକୁ ଗ୍ରହଣ କରାଯାଇ ଫେବ୍ରୁଆରି ମାସରେ ଚୂଡ଼ାନ୍ତ ସ୍ଥାପତ୍ୟ ଯୋଜନା ପ୍ରକାଶ କରାଯିବ । ମହାପ୍ରଭୁଙ୍କ ପାଇଁ ଜମି ଦାନ କରିଥିବା ଲୋକଙ୍କ ନାଁ କରିଡର ଫଳରେ ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଗୁରୁତ୍ବପୂର୍ଣ୍ଣ କଥା ହେଲା ତୃତୟ ମହଲାରୁ ମେଲ୍‌ ଯୋଗେ ଆସିଥିବା ପ୍ରେସ୍‌ ରିଲିଜ୍‌ରେ ପାଣ୍ଡିଆନ ବାବୁ 2016 ମସିହାରେ ମୁଖ୍ୟମନ୍ତ୍ରୀଙ୍କ ସହ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଯାଇଥିବା ବେଳର ଅନୁଭୁତି ଦର୍ଶାଇଛନ୍ତି । କାର୍ତ୍ତିକଙ୍କ କହିବା କଥା ମହାପ୍ରଭୁଙ୍କ ଦର୍ଶନ ପାଇଁ ଯିବା ବେଳେ ରାସ୍ତାର ଉଭୟ ପାର୍ଶ୍ବରେ ଲାଗିଥିବା ହୋଡିଂରେ ଜଗନ୍ନାଥଙ୍କ ଫୋଟୋକୁ ଦେଖି ମୁଖ୍ୟମନ୍ତ୍ରୀ ପ୍ରଣାମ କରି କରି ଯାଉଛନ୍ତି । ଏହା ପରେ ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ବେଳେ ମୁଖ୍ୟମନ୍ତ୍ରୀ ଶଙ୍ଖ କ୍ଷେତ୍ରର ବିକାଶ ପାଇଁ କହିଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ହ୍ବାଟ୍ସଆପ୍‌ ଗ୍ରୁପରେ ଯେଉଁ ପ୍ରେସ୍ ରିଲିଜ ଦିଆଯାଇଛି ସେଥିରେ ଏହାକୁ ବାଦ୍‌ ଦିଆଯାଇଛି । ଏଥିରୁ ସ୍ପଷ୍ଟ ହେଉଛି ଯେ ଉପରକୁ କେହି କିଛି କହୁନଥିଲେ ବି ଭିତରେ ପାଣ୍ଡିଆନଙ୍କ ବାବୁ ପଣିଆକୁ ସହଜରେ କେହି ହଜମ କରୁନାହାନ୍ତି ।

Related Posts