ସରିଲା ପହଣ୍ଡି :ରଥାରୁଢ଼ ହେବା ପରେ ଗଜପତି ମହାରାଜ କରିବେ ଛେରାପହଁରା

ଆଜି ନିର୍ଦ୍ଧାରିତ ସମୟ ପୂର୍ବରୁ ତିନି ଠାକୁରଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ବିଧି ଅନୁସାରେ, ତିନି ଦିଅଁ  ଧାଡ଼ି ପହଣ୍ଡିରେ ଆସିଥିଲେ।  ପ୍ରଥମେ ଚର୍କରାଜ ଶ୍ରୀସୁଦର୍ଶନଙ୍କୁ ପହଣ୍ଡିରେ ଅଣାଯାଇ ମା’ ସୁଭଦ୍ରାଙ୍କ ଦେବଦଳନ ରଥରେ ବିଜେ କରାଯାଇଥିଲା। ଏହାପରେ ବଡ଼ଠାକୁର ଶ୍ରୀବଳଭଦ୍ର ଧାଡ଼ି ପହଣ୍ଡିରେ ଆସି ତାଳଧ୍ୱଜ ରଥରେ ବିଜେ କରିଥିଲେ। ମା’ସୁଭଦ୍ରାଙ୍କୁ ଶୂନ୍ୟ ପହଣ୍ଡିରେ ଅଣାଯାଇ ଦର୍ପଦଳନ ରଥରେ ବିଜେ କରାଯାଇଥିଲା।

ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ପହଣ୍ଡିରେ ଆସି ରଥାରୁଢ଼ ହେବା ପରେ କୋଟି କୋଟି ଓଡ଼ିଆଙ୍କ ପ୍ରାଣର ସ୍ପନ୍ଦନ କାଳିଆ ସାଆନ୍ତଙ୍କର ପହଣ୍ଡି ଆରମ୍ଭ ହୋଇଥିଲା। ଦିବ୍ୟ ଟାହିଆରେ ସୁଶୋଭିତ ହୋଇ କଳାଠାକୁର ଭକ୍ତଙ୍କ ଗହଳରେ ଝୁଲିଝୁଲି ବାଇଶି ପାହାଚ ଦେଇ ଓହ୍ଲାଇ ଆସିବାର ଦୃଶ୍ୟ ଭକ୍ତଙ୍କୁ ବିମୋହିତ କରିଛି। ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଭକ୍ତମାନଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଅପୂର୍ବ ଉତ୍କଣ୍ଠା।

କିଏ ବଡ଼ଦାଣ୍ଡରେ କାଳିଆଠାକୁରଙ୍କ ଆଗରେ ନୃତ୍ୟ ପରିବେଷଣ କରି ଭକ୍ତି ନୈବେଦ୍ୟ ଅର୍ପଣ କରୁଥିଲା ତ କିଏ ରଥ ସମ୍ମୁଖରେ ମୁରୁଜର ବର୍ଣ୍ଣାଳୀ ତୋଳି ଭକ୍ତି ପ୍ରଦର୍ଶନ କରୁଥିଲା। ତିନିଠାକୁର ରଥାରୁଢ଼ ହେବା ପରେ ଗଜପତି ମହାରାଜ ବିଜେ କରି ଛେରାପହଁରା କରିବେ। ଏହାପରେ ବଡ଼ ଦାଣ୍ଡରେ ଆରମ୍ଭ ହେବ ରଥଟଣା ।

Related Posts