ବିଶ୍ବ ପ୍ରସିଦ୍ଧ ରଥଯାତ୍ରା : ବଡଦାଣ୍ଡରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ

ଆଜି ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଆଲୋକମାଳାରେ ଝଲସି ଉଠୁଛି ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡ । ଲକ୍ଷାଧିକ ଭକ୍ତଙ୍କ ସମାଗମରେ ବଡ଼ଦାଣ୍ଡ ଜନସମୁଦ୍ର ପାଲଟିଛି। ବଡ଼ଦାଣ୍ଡ ଭକ୍ତିରେ ପରିପୂର୍ଣ୍ଣ ହୋଇଯାଇଛି। ଜଗତର ବଡ଼ ଠାକୁର ଶ୍ରୀଜଗନ୍ନାଥ ନିଜର ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ଶ୍ରୀମନ୍ଦିରରୁ ୯ ଦିବସୀୟ ଯାତ୍ରାରେ ବାହାରିବେ। ବଡ଼ଦାଣ୍ଡରେ ଚତୁର୍ଦ୍ଧା ମୂରତିଙ୍କୁ ଦର୍ଶନ କରିବା ପାଇଁ ଦେଶ ବିଦେଶରୁ ଭକ୍ତ ଓ ଶ୍ରଦ୍ଧାଳୁ ଛୁଟି ଆସିଛନ୍ତି । ସମସ୍ତେ ଚାତକ ପରି ଅନେଇ ରହିଛନ୍ତି, ଶ୍ରୀଜିଉ ମାନେ କେତେବେଳେ ରଥ ଉପରେ ବିରାଜମାନ କରିବେ। କାରଣ ବିଶ୍ବାସ ଅନୁଯାୟୀ ରଥରେ ୩ ଠାକୁରଙ୍କୁ ଦର୍ଶନ କଲେ ସବୁ ପାପ ଧୋଇ ହୋଇଯାଇ ପୂଣ୍ୟ ମିଳିଥାଏ।

ରଥ ପ୍ରତିଷ୍ଠା ପରେ ଆରମ୍ଭ ହେଲା ଶ୍ରୀଜିଉଙ୍କ ପହଣ୍ଡି ବିଜେ । ପହଣ୍ଡି କରି ରଥାରୂଢ ହେବେ ଚତୁର୍ଦ୍ଧାମୂର୍ତ୍ତି । ପ୍ରଥମେ ପହଣ୍ଡି ବିଜେ କରି ରଥାରୂଢ ହେଲେ ଚକ୍ରରାଜ ସୁଦର୍ଶନ । ଚକ୍ରରାଜ ସୁଦର୍ଶନଙ୍କ ପରେ ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ବିଜେ । ବଳଭଦ୍ରଙ୍କ ପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ଏବଂ ଶେଷରେ କଳାଠାକୁର ଶ୍ରୀଜଗନ୍ନାଥ ପହଣ୍ଡିରେ ଆସି ରଥାରୂଢ ହେବେ ।

Related Posts