ପାଟକୁରା ବିଧାନସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା

ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ପାଟକୁରା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ଜୁଲାଇ ୨୦ ତାରିଖରେ ଏଠାରେ ନିର୍ବାଚନ ହେବ। ଜୁଲାଇ ୨୪ରେ ଭୋଟ୍‌ ଗଣତି ହେବ। ଏନେଇ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନାଯୋଗ୍ୟ ଯେ, ସାଧାରଣ ନିର୍ବାଚନ ସମୟରେ ଚତୁର୍ଥ ପର୍ଯ୍ୟାୟରେ ଅର୍ଥାତ୍ ଏପ୍ରିଲ ୨୯ତାରିଖରେ ପାଟକୁରା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିଲା । ତେବେ ଏପ୍ରିଲ ୨୦ତାରିଖରେ ବିଜୁ ଜନତା ଦଳର ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ମୃତ୍ୟୁ ହୋଇଥିଲା ।  ଫଳରେ ନିର୍ବାଚନ ସ୍ଥଗିତ ହୋଇଥିଲା । ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟରେ ଅର୍ଥାତ୍ ମେ ୧୯ତାରିଖରେ ଏଠାରେ ନିର୍ବାଚନ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା । ତେବେ ବାତ୍ୟା ଫୋନିକୁ ଦୃଷ୍ଟିରେ ରଥି ନିର୍ବାଚନ ତାରିଖ ବଦଳାଇବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ବାଚନ କମିଶନକଙ୍କୁ ଅନୁରୋଧ କରିଥିଲେ । ଫଳରେ ନିର୍ବାଚନ କମିଶନ ପୁଣି ପାଟକୁରା ନିର୍ବାଚନକୁ ସ୍ଥଗିତ ରଖିଥିଲେ । ଆଜି କମିଶନ ପାଟକୁରା ନିର୍ବାଚ ନେଇ ତାରିଖ ଘୋଷଣା କରିବା ପରେ ରାଜ୍ୟର ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି । ସୂଚନାଯୋଗ୍ୟ ଯେ, ପାଟକୁରା ପାଇଁ ପ୍ରାର୍ଥୀପତ୍ର ଦାଖଲ ହୋଇସାରିଛି । ଏଠାରୁ ବିଜେପିରୁ ବିଜୟ ମହାପାତ୍ର ପ୍ରାର୍ଥୀ ହୋଇଥିବାବେଳେ ବିଜେଡିରୁ ପ୍ରାର୍ଥୀ ଅଛନ୍ତି ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ବିଧବା ପତ୍ନୀ ସାବିତ୍ରୀ ଅଗ୍ରଓ୍ବାଲ ।

Related Posts