ବିଜେପି ନେତ୍ରୀ ନୁପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ୍: ଆଘାତମୁଳକ ମନ୍ତବ୍ୟକୁ ଯେତେ କଡ଼ା ଶବ୍ଦ ସମ୍ଭବ ମୁଁ ତୀବ୍ର ନିନ୍ଦା କରୁଛି

ନୂଆଦିଲ୍ଲୀ: ଅଡ଼ୁଆରେ ନିଲମ୍ବିତ ବିଜେପି ନେତ୍ରୀ ନୁପୁର ଶର୍ମା । ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେବା ଏବେ ତାଂକୁ ବହୁତ୍ ମହଙ୍ଗା ପଡ଼ିଛି। ଏହି ଘଟଣାକୁ ନେଇ ସେ କ୍ଷମା ମାଗିବା ପରେ ମଧ୍ୟ ରାଜନୀତି ଥମିବାର ନା ନେଉ ନାହିଁ। ମାମଲା ବିଦେଶରେ ବି ଚର୍ଚ୍ଚା ହେଲାଣି। ଏନେଇ କତାର ଭାରତକୁ ସମନ କରିଥିବା ବେଳେ ଏବେ ପାକିସ୍ତାନ ତାର ଘୃଣ୍ୟ ଚାଲ୍ ଚଳାଇବା ଆରମ୍ଭ କରିଦେଇଛ।

ନୁପୁର ଶର୍ମାଙ୍କ ମନ୍ତବ୍ୟକୁ ବିରୋଧ କରି ସାରା ବିଶ୍ୱ ଏହାକୁ ନଜର ରେଖିବା ଦରକାର ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କହିଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି ” ଆମର ପୂଜ୍ୟ ପ୍ରଫେଟ(PBUH)ଙ୍କ ବିଷୟରେ ବିଜେପି ନେତ୍ରୀ ଦେଇଥିବା ଆଘାତମୁଳକ ମନ୍ତବ୍ୟକୁ ଯେତେ କଡ଼ା ଶବ୍ଦ ଶମ୍ଭବ ମୁଁ ତୀବ୍ର ନିନ୍ଦା କରୁଛି। ପୂର୍ବରୁ ଅନେକ ଥର କହିଛି ଯେ ଭାରତରେ ମୋଦୀ ସରକାର ମୁସଲମାମାନଙ୍କ ଧାର୍ମିକ ସ୍ୱାଧୀନତାକୁ ଦଳିମକଚି ଦିଆଯାଉଛି ଓ ନିର୍ଯାତନା ଦିଆଯାଉଛି। ବିଶ୍ୱ ଏଥିରେ ଧ୍ୟାନ ଦେଉ ଓ ଭାରତକୁ କଡ଼ା ଜବାବ ଦେଉ। ପବିତ୍ର ପ୍ରଫେଟ (PBUH)ଙ୍କ ପ୍ରତି ଆମର ଭଲପାଇବା ସବୁଠାରୁ ଉଚ୍ଚରେ। ପବିତ୍ର ପ୍ରଫେଟ (PBUH)ଙ୍କ ପାଇଁ ତାଙ୍କ ସମ୍ମାନ ପାଇଁ ପ୍ରତ୍ୟେକ ମୁସଲମାନ ତାଙ୍କ ପ୍ରାଣବଳି ଦେଇପାରେ।”

ଏହି ଘଟଣାକୁ ନେଇ ପୂର୍ବରୁ କତାର ଓ କୁୱେତ ମନ୍ତବ୍ୟକୁ ନିନ୍ଦା କରିଛନ୍ତି। ଦୁଇ ଦେଶ ଭାରତକୁ ସମନ ମଧ୍ୟ କରିଛନ୍ତି। ଯାହାର ଜବାବରେ ଭାରତର ରାଷ୍ଟ୍ରଦୂତ କହିଛନ୍ତି ବିଜେପି ନେତାଙ୍କ ମନ୍ତବ୍ୟରେ ଭାରତ ସରକାରଙ୍କର କୌଣସି ସମ୍ପର୍କ ନାହିଁ। ମନ୍ତବ୍ୟ ଦେଇଥିବା ନେତାଙ୍କୁ ନିଲମ୍ବିତ କରାଯାଇଛି ବୋଲି କତାର ଓ କୁଏତ ଭାରତୀୟ ରାଷ୍ଟ୍ରଦୂତମାନେ ଜବାବ ରଖିଛନ୍ତି।

ସୂଚନା ଥାଉକି, ପ୍ରଫେଟ୍ ମହମ୍ମଦଙ୍କ ବିଷୟରେ ବିବାଦୀୟ ବୟାନ ଦେଇଥିବା ବିଜେପି ଜାତୀୟ ପ୍ରବକ୍ତା ନୁପୁର ଶର୍ମାଙ୍କୁ ନିଲମ୍ବିତ କରିଛି ବିଜେପି। ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରିଛନ୍ତି ବିଜେପି ହାଇ କମାଣ୍ଡ। କେବଳ ନୁପୁରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ, ଦିଲ୍ଲୀ ବିଜେପି ମିଡିଆ ଦାୟିତ୍ୱରେ ଥିବା ନଭୀନ କୁମାର ଜିନ୍ଦଲଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି।

ନୁପୁର ଶର୍ମାଙ୍କ ମନ୍ତବ୍ୟକୁ ନେଇ ବିବାଦ ହେବା ପରେ ଦଳ ପକ୍ଷରୁ ସ୍ପଷ୍ଟୀକରଣ ଦେଇଥିଲେ ଦଳର ମହାସଚିବ ଅରୁଣ ସିଂହ। ବିଜେପିକୁ ଏଭଳି ବିଚାର ସ୍ୱୀକାର୍ଯ୍ୟ ନୁହେଁ, ଯାହା ଅନ୍ୟ କୌଣସି ଧର୍ମର ଭାବନାକୁ ଆଘାତ ପହଞ୍ଚାଏ। ବିଜେପି ଏଭଳି ବିଚାରକୁ ମାନେ ନାହିଁ କି ପ୍ରୋତ୍ସାହନ ଦିଏ ନାହିଁ ବୋଲି ଅରୁଣ ସିଂହ କହିଛନ୍ତି।

ନୁପୁରଙ୍କ ବିରୋଧରେ ୩ ମାମଲା

ସେପଟେ ନୁପୁରଙ୍କ ବିରୋଧରେ ଥାନାରେ ୩ ଟି ମାମଲା ହୋଇଛି। ପ୍ରଥମ ଏଫ୍‌ଆଇଆର୍ ମୁମ୍ବାଇରେ ଭାରତୀୟ ସୁନ୍ନୀ ମୁସଲମାନର ସୁନ୍ନୀ ବରେଲବୀ ସଂଗଠନର ରଜା ଅକଦମୀ କରିଛନ୍ତି। ଏସ୍‌ପି ଅଭିଯୋଗରେ ଦ୍ୱତୀୟ ମାମଲା ପୁଣେର କୋଢୱା ଥାନାରେ ହୋଇଛି। ହୋଇଛି। ତୃତୀୟ ମାମଲା ହାଇଦ୍ରାବାଦର ସାଇବର କ୍ରାଇଣ ପୁଲିସ ଷ୍ଟେସନ୍‌ରେ ଜଣେ ପୁଲିସ କର୍ମଚାରୀ କରିଛନ୍ତି। ସମସ୍ତ ମାମଲାରେ ମୁସଲମାନଙ୍କ ଭାବନାକୁ ଆଘାତ କରାଯାଇଥିବା ଅଭିଯୋଗ ହୋଇଛି।

ନୁପୁରଙ୍କ ବିବାଦୀୟ ବୟାନ ଯୋଗୁ ତାଙ୍କ ମୁଣ୍ଡ ଉପରେ ଆଇନର ଖଣ୍ଡା ଝୁଲୁଥିବା ବେଳେ ଏପେଟା ତାଙ୍କୁ ହତ୍ୟା ଓ ଦୁଷ୍କର୍ମ ଧମକ ମଧ୍ୟ ମିଳିଛି।

Related Posts