#PakistanStandsWithIndia ଏବେ ଟୁଇଟରରେ ଟପ୍ ଟ୍ରେଣ୍ଡ

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର ; ବିଶ୍ୱରେ ଆମେ ବର୍ତ୍ତମାନ କରୋନା ମହାମାରୀର ମଧ୍ୟ ଭାଗରେ ଅଛୁ । ଯେଉଁଥିରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେବା ସହ ବହୁପରିମାଣରେ ମୃତ ମଧ୍ୟ ହେଉଛନ୍ତି । ବର୍ତ୍ତମାନ ଭାରତରେ ଅକ୍ସିଜେନ୍‌ର ଓ ଟିକାର ଅଭାବ ଦେଖାଦେଉଥିବା ବେଳେ ବିଶ୍ୱରେ ଭାରତ କରୋନା ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ଛୁଇଁଚି । ବର୍ତ୍ତମାନ ପଡୋଶୀ ଦେଶ ପାକିସ୍ଥାନ ଏହାରି ମଧ୍ୟରେ ଆଶା ଓ ଏବଂ ସମର୍ଥନ ବାର୍ତ୍ତା ଦେଇ ଆଗକୁ ବଢୁଛି । ଯଦି ଓ ଦୁଇଦେଶ ମଧ୍ୟରେ ସଂପର୍କ ଭଲ ନାହିଁ । ପ୍ରକୃତରେ ଶନିବାର ସକାଳ ସୁଦ୍ଧା ପାକିସ୍ଥାନର ଟୁଇଟର ଧାରାକୁ ଅନୁଧ୍ୟାନ କରିବା ସୂଚାଇ ଦେଉଛି ଯେ ବର୍ତ୍ତମାନ ସମୟରେ ପାକିସ୍ଥାନର ଚିନ୍ତାଧାରା ଭାରତ ସହିତ ଅଛି । ଯେତେବେଳେ #PakistanStandsWithIndia ଏହି ଟ୍ରେଣ୍ଡ ଶୀର୍ଷରେ ରହିଛି ।#IndiaNeedOxygen, #PakistanWithIndia, #IndiaFightsCOVID19 ଏବଂ ଏହି ସଂପ୍ରର୍କିତ ଟ୍ୟାଗ୍ ଟୁଇଟରରେ ହଜାର ହଜାର ଟ୍ରେଣ୍ଡ୍ କରୁଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ପାକିସ୍ଥାନ କରୋନା ବିରୁଦ୍ଧରେ ନିଜ ଦେଶରେ ଠୋସ୍ ପଦକ୍ଷେପ ନେଇନଥିବା ବେଳେ ଭାରତର କରୋନା ମୁକାବୁଲାରେ ସାହାର୍ଯ୍ୟ କରିବାକୁ ଟୁଇଟରରେ ଟ୍ରେଣ୍ଡ କରୁଛି ।

ଭାରତୀୟ ମାନେ ଅଧିକାଂଶ ସମୟରେ ଏହ ଭାବନାକୁ ପ୍ରଶଂସା କରନ୍ତି ।ଦେଶ ଦିନକୁ ୩ଲକ୍ଷରୁ ଅଧିକ ନୂଆ ମାମଲା ଚୁହ୍ନଟ ହେଉଥିବାରୁ ଅନେକ ସମର୍ଥନ ବାର୍ତ୍ତା ଉପରେ କୃତଜ୍ଞତାମୂଳକ ପ୍ରତିକ୍ରିୟା ଛାଡିଛନ୍ତି । ବିଡମ୍ବନାର ବିଷୟ ଟ୍ୱଟରରେ ଭାରତରେ କରୋନା ମହାମାରୀକୁ ସମ୍ପୂର୍ଣ୍ଣ ଭାବେ ଅବହେଳିତ ଥିବା ଜଣା ପଡିଛି ।

Related Posts