“କେବଳ ନିଃସଙ୍ଗ ଅନୁଭବ କରୁଛି ବୋଲି କୌଣସି ରିଲେଶନସିପରେ ରହିବାକୁ ଚାହୁଁନି”: ନିକ୍କି ତମ୍ବୋଲି

nikki

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ନିଜର ରିଲେଶନସିପକୁ ନେଇ ବଡ ବୟାନ ଦେଲେ ନବାଗତ ଅଭିନେତ୍ରୀ ତଥା ବିଗବସ ୧୪ ପ୍ରତିଯୋଗୀ ନିକ୍କି ତମ୍ବୋଲି । ତେବେ ତାଙ୍କ ଜନ୍ମଦିନରେ ସେ କାହା ସହ ଡେଟିଂ କରୁଛନ୍ତି ବୋଲି ପ୍ରଶ୍ନ କରାଯାଇଥିଲା । ଏହାର ଜବାବରେ ସେ ଅବିବାହିତ ଥିବା ଏବଂ କେବଳ ନିଃସଙ୍ଗ ରହୁଛି ବୋଲି କୌଣସି ରିଲେଶନସିପରେ ରହିବାକୁ ଚାହୁଁନି ବୋଲି କହିଥିଲେ । ବାସ ଏହା ପରେ ବେଶ ଚର୍ଚ୍ଚାରେ ରହିଛନ୍ତି ନିକ୍କି । ତେବେ ପୂର୍ବତନ ବିଗବସ ୧୪ ପ୍ରତିଯୋଗୀ ନିକ୍କି ତମ୍ବୋଲି ତାଙ୍କ ସମ୍ପର୍କକୁ ନେଇ ଗଣମାଧ୍ୟମ ନିକଟରେ କହିଥିଲେ । ସେ କହିଥିଲେ, ତାଙ୍କର ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନକୁ କିପରି ସନ୍ତୁଳିତ କରିବେ ଜାଣି ନାହାଁନ୍ତି । ସେ ଏହାକୁ ସମ୍ଭାଳି ପାରିବେ ନାହିଁ । ଏପରି କିଛି ଘଟିବା ପାଇଁ ହେଲେ ତାଙ୍କୁ ଅଧିକ ସମୟ ଦରକାର । ଆଶା ରଖୁଛି ଏପରି କିଛି ଭବିଷ୍ୟତରେ ଘଟୁ । ଏହା ଶୁଣିବା ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଦେଇଥିଲା । କିଛି ଦିନ ପୂର୍ବରୁ ହିଁ ନିକ୍କି କୋଭିଡରେ ସଂକ୍ରମିତ ହୋଇଥିଲେ । ସଂକ୍ରମିତ ହେବା ପରେ ଦୀର୍ଘ ୧୦ ଦିନ ଧରି ବେଡରେ କେବଳ ଶୋଇଥିଲେ ବୋଲି କହିଥିଲେ । କେବଳ ନିକ୍କି ସଂକ୍ରମିତ ହୋଇଥିବାରୁ ପରିବାର ଠାରୁ ଦୂରରେ ରହୁଥିଲେ । ଏହା ତାଙ୍କ ପାଇଁ ବେଶ କଷ୍ଟଦାୟକ ଥିବା ସହ ଏପରିସ୍ଥିତି ପୁଣି ନ ଆସୁ ବୋଲି ପ୍ରାର୍ଥନା କରିଥିଲେ । ଅନ୍ୟପଟେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ସରକାରଙ୍କ କଟକଣା ମାନିବାକୁ ଅନୁରୋଧ କରିଥିଲେ ।

Related Posts