ଭାରତ ସହ ସମ୍ପର୍କ ଛିନ୍ନ କରିବା ପାଇଁ ସମଝୌତା ଏକ୍ସପ୍ରେସକୁ ବନ୍ଦ କଲା ପାକିସ୍ତାନ

ପାକିସ୍ତାନ ସରକାର ଭାରତ ଓ ପାକିସ୍ତାନ ମଧ୍ୟରେ ଯାଉଥିବା ସମଝୌତା ଏକ୍ସପ୍ରେସକୁ ରବ୍ଦ କରିଛନ୍ତି । ଏନେଇ ପାକିସ୍ତାନୀ ଗଣମାଧ୍ୟମରେ ପ୍ରକାଶ ପାଇଛି । ସମଝୌତା ଏକ୍ସପ୍ରେସ ଭାରତର ରାଜଧାନୀ ନୂଆଦିଲ୍ଲୀରୁ ପାକିସ୍ତାନର ଲାହୋରକୁ ଚଳାଚଳ କରିଥାଏ ।

ଭାରତ ସରକାର ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ପାକିସ୍ତାନ ବିବ୍ରତ ହୋଇ ପଡିଥିଲା । ଏପରିକି ଆକାଶପଥକୁ ବନ୍ଦ କରିବା ସହ କୁଟନୈତିକ ସମ୍ପର୍କ ମଧ୍ୟ ଛିନ୍ନ କରିଥିଲା ।

Related Posts