ଜଳେଶ୍ୱରରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବାଲେଶ୍ୱର ଜିଲ୍ଲାରେ ଦିନକୁ ଦିନ ବ୍ରାଉନସୁଗାର କାରବାରେ ବଢ଼ିବାରେ ଲାଗିଛି । ଫଳରେ ଏହା ପୋଲିସ ଅବକାରୀ ଏସଟିଏଫର ମୁଣ୍ଡ ବିନ୍ଧାର କାରଣ ସାଜିଛି । ଜଳେଶ୍ବର ପୋଲିସ ଏହା ଉପରେ ରୋକ୍ ଲଗାଇବା ପାଇଁ ବିଭିନ୍ନ ଅଂଚଳରେ ଚଢ଼ାଉ କରି ବ୍ରାଉନସୁଗାର ଜବତ କରିବା ସହ ବହୁ ବେପାରୀଙ୍କୁ ଗିରଫ କରୁଛି । ବିଳମ୍ବିତ ରାତିରେ ଜଳେଶ୍ବର ପୋଲିସ ରାଜଘାଟ ଅଞ୍ଚଳରେ ଚଢ଼ାଉ କରି ବ୍ରାଉନସୁଗାର ଜବତ କରିବା ସହିତ ସିଂଲା ଥାନା କାଦରାୟାଁ ଅଂଚଳର ଜଣେ ଯୁବକକୁ ପୋଲିସ ଅଟକ ରଖିଛି ।

ତେବେ ଏ ନେଇ ପୋଲିସ ତରଫରୁ କୌଣସି ସୂଚନା ମିଳିନଥିବା ବେଳେ ଆନୁମାନିକ ପ୍ରାୟ ୩୫୦ଗ୍ରାମରୁ ଅଧିକ ବ୍ରାଉନସୁଗାର ଜବତ ହୋଇଥିବା ଜଣାପଡିଥି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ପୋଲିସ ଯୁବକକୁ ଅଟକ ରଖି ତଦନ୍ତ ଜାରି ରଖିଛି । ଗିରଫ ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Related Posts