ପଣ୍ଡିଅନଙ୍କ ଘର ଆଗରୁ ହଟିଲା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର,୧୦/୬(ସତ୍ୟପାଠ ବ୍ୟୁରୋ): ଭିକେ ପାଣ୍ଡିଆନଙ୍କ ବାସଭବନ ଆଗରୁ ହଟିଲା ବ୍ୟାରିକେଡ। ଭୁବନେଶ୍ୱର ୟୁନିଟ ୬ରେ ଥିବା କ୍ୱାର୍ଟର ନଂ ଭିଆଇଆର ୭ର ଆଗରେ କରାଯାଇଥିବା ବ୍ୟାରିକେଡକୁ ହଟାଇ ଦିଆଯାଇଛି।

ବିଜେଡି ସରକାର କ୍ଷମତାରେ ଥିବାବେଳେ ପାଣ୍ଡିଆନଙ୍କ ବାସଭନବ କଡ଼ା ସୁରକ୍ଷା ବଳୟ ଭିତରେ ଥିଲା। ସୁରକ୍ଷାକର୍ମୀ ରାତିଦିନ ଜଗି ରହୁଥିଲେ। କ୍ୱାର୍ଟରକୁ ଜଗି ରହିଥିବା ସୁରକ୍ଷାକର୍ମୀ ସେହି ରାସ୍ତାରେ ଯାଉଥିବା ଲୋକଙ୍କୁ ଗୋଟିଏ ମିନିଟ୍ ସେଠାରେ ଠିଆ ହେବାକୁ ଅନୁମତି ଦେଉ ନଥିଲେ।।

ପାଣ୍ଡିଆନଙ୍କ ବାସଭବନକୁ ସୁରକ୍ଷା ଦେବା ପାଇଁ ସର୍ବସାଧାରଣ ରାସ୍ତାରେ ବ୍ୟାରିକେଡ ମଧ୍ୟ କରାଯାଇଥିଲା। ଏନେଇ ଅଭିଯୋଗ ଆସିବା ପରେ ଏହି ବ୍ୟାରିକେଡକୁ ଆବଶ୍ୟକ ସ୍ଥଳେ ଖୋଲା ଯାଉଥିଲା ଓ ଏହାକୁ ବନ୍ଦ କରି ଦିଅଯାଉଥିଲା। ବ୍ୟାରକେଡ ପାଖରେ ପୁଲିସ ମଧ୍ୟ ଜଗି ରହୁଥିଲେ। ତେବେ ବିଜେଡି ସରକାର କ୍ଷମତାରୁ ହଟିବା ପରେ ଏବେ ପଣ୍ଡିଆନଙ୍କ ଘର ଆଗରୁ ବ୍ୟାରିକେଡ୍ ହଟାଯାଇଛି। ତାଙ୍କ ବାସଭବନରେ ଆଗରେ ମଧ୍ୟ ଆଉ ପୁଲିସ ଛାଉଣୀ ନାହାନ୍ତି। 

ବିଜେଡିର ଶୋଚନୀୟ ପରାଜୟ ପାଇଁ ଗତକାଲି ବିଜେଡି କର୍ମୀଙ୍କୁ ଭୁଲ୍ ମାଗିବା ସହ ରାଜନୀତିରୁ ସନ୍ନ୍ୟାସ ନେଉଥିବା ନେଇ ଏକ ଭିଡ଼ିଓ ବାର୍ତ୍ତା ଜାରି କରି ଘୋଷଣା କରିଥିଲେ ଭି.କେ. ପାଣ୍ଡିଆନ୍।

Related Posts