କମିଲା ମୋଦିଙ୍କ ମନ୍ତ୍ରିମଣ୍ଡଳରେ ମହିଳାଙ୍କ ଉପସ୍ଥିତି; ଗତଥର ଥିଲେ ୧୦, ଏଥର ୭

ଭୁବନେଶ୍ୱର,୧୦/୬(ସତ୍ୟପାଠ ବ୍ୟୁରୋ): ମୋଦୀଙ୍କ ନୂଆ କ୍ୟାବିନେଟ ଦାୟିତ୍ବରେ ଏଥର ୭ ଜଣ ମହିଳାଙ୍କୁ ସ୍ଥାନ ମିଳିଛି। ଗତକାଲି ୧୮ତମ ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମ‌ାରୋହରେ ଅନେକ କେନ୍ଦ୍ର ମନ୍ତ୍ରୀଙ୍କ ନାମ ଘୋଷଣା ହୋଇଛି। ପୂର୍ବଥର ମୋଦୀ କ୍ୟାବିନେଟ୍‌ରେ ୧୦ ଜଣ ମହିଳା ମନ୍ତ୍ରୀ ଥିବା ବେଳେ ଏଥର ସଂଖ୍ୟା ହ୍ରାସ ପାଇଛି।

ମନ୍ତ୍ରୀ ପରିଷଦରୁ ଓହରି ଯାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ, ରାଜ୍ୟ ମନ୍ତ୍ରୀ ଭାରତୀ ପାୱାର, ସାଧବୀ ନିରଂଜନ ଜ୍ୟୋତି, ଦର୍ଶନ ଜାରଡୋଶ, ମୀନାକ୍ଷୀ ଲେଖୀ ଏବଂ ପ୍ରତୀମା ଭୌମିକ ଅଛନ୍ତି।

ନୂତନ ମହିଳା ମନ୍ତ୍ରୀମାନେ ହେଉଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣ, ବିଜେପି ସାଂସଦ ଅନ୍ନପୂର୍ଣ୍ଣା ଦେବୀ, ଶୋଭା କରନ୍ଦଲାଜେ, ରକ୍ଷା ଖଡସେ, ସାବିତ୍ରୀ ଠାକୁର, ଏବଂ ନିମୁବେନ ବାମ୍ବନିଆ ଏବଂ ଅପନା ଦଳ ସାଂସଦ ଅନୁପ୍ରିୟା ପଟେଲ। ସୀତାରମଣ ଏବଂ ଦେବୀଙ୍କୁ କେନ୍ଦ୍ର କ୍ୟାବିନେଟରେ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ଅନ୍ୟମାନେ ରାଜ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଇରାନୀ ଏବଂ ପାୱାର ଯଥାକ୍ରମେ ଆମେଥୀ ଏବଂ ଡାଣ୍ଡୋରିରେ ନିଜର ଆସନ ହରାଇଲେ। ଚଳିତବର୍ଷ ଲୋକସଭା ନିର୍ବାଚନରେ ମୋଟ ୭୪ ଜଣ ମହିଳା ଜିତିଛନ୍ତି।

୭୧ ଜଣିଆ ମନ୍ତ୍ରିମଣ୍ଡଳର ମୁଖ୍ୟ ଭାବେ ଶପଥ ନେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୂଆ ମନ୍ତ୍ରିମଣ୍ଡଳରେ ୬ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ସାମିଲ ହୋଇଛନ୍ତି। ମଧ୍ୟପ୍ରଦେଶର ୩ ଥର ମୁଖ୍ୟମନ୍ତ୍ରୀ ଥିବା ଶିବରାଜ ସିଂହ ଚୌହାନ, ହରିୟାଣାର ଦୁଇ ଥର ମୁଖ୍ୟମନ୍ତ୍ରୀ ରହିଥିବା ମନୋହର ଲାଲ ଖଟ୍ଟର, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜନାଥ ସିଂହ ଏବଂ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ରହିଛନ୍ତି।

Related Posts