ବନ ବିଭାଗ ର ଅପୂର୍ବ ସଫଳତା ପଟାମୁଣ୍ଡ ଅଞ୍ଚଳରୁ ଦଶ କେଜି ଓଜନର ବଜ୍ରକାପ୍ତା ଉଦ୍ଧାର ଓ ଚାରିଜଣ ବ୍ୟବସାୟୀ ଗିରଫ

ପାଳଲହଡା ବନ ବିଭାଗର ଘନ ଘନ ଚଢାଉ ର ତତ୍ପରତାରେ ବେଶ କିଛିଦିନ ଭିତରେ ଅନେକ ଗୁରୁତ୍ୱ ପୂର୍ଣ କାର୍ଯ୍ୟ କରି ସଫଳତା ହାତେଇ ପାରିଛନ୍ତି । କିଛିଦିନ ପୂର୍ବ ରୁ ପାଳଲହଡା ଶିଗଡ ପଞ୍ଚାୟତ ଅଞ୍ଚଳ ରୁ ଦୁଇ ଶିକାରୀ ସମେତ ଗୋଟାଏ ମୃତ ହରିଣ ଜବତ କରିଥିଲେ । ତେବେ ବନ ବିଭାଗ ତରଫରୁ କିଛିଦିନ ହେଲା ଲଗାତାର ଭାବେ ପାଟ୍ରୋଲିଂ କୁ ଯୋରଦାର କରାଯାଇଥିବା ଜଣା ପଡିଛି ଯାହା ଫଳରେ କାଠ ମାଫିଆ ଓ ଜଙ୍ଗଲୀ ଜନ୍ତୁ ଶିକାରୀ ଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇ ଯାଇଛି ।

 

ଗତକାଲି ଓ ଜମରଡିହ ଓ ପାଳଲହଡା ବନବିଭାଗ ର ମିଳିତ ଉଦ୍ୟମ ରେ ବନ୍ଧାଭୁଇଁ ପଞ୍ଚାୟତ ର ପଟାମୁଣ୍ଡ ଅଞ୍ଚଳ ରୁ ଏକ ଜଙ୍ଗଲି ବଜ୍ରକାପ୍ତା ଜୀବିତ ଉଦ୍ଧାର କରିବା ସହ ପଟାମୁଣ୍ଡ ଗାଁ ର କୈଳାସ ନାଏକ , ସନ୍ତୋଷ ମହାକୁଳ , ଟାଇସିରା ଅଞ୍ଚଳର ଗଣନାଥ ନାଏକ ଓ ଜଗମୋହନପୁର ଅଞ୍ଚଳର ମୁନା ମୁଣ୍ଡା ଏହି ଚାରିଜଣ ଶିକାରୀ ମାନଙ୍କୁ ବଜ୍ର କାପ୍ତା ଚାଲାଣ କରୁଥିବା ବେଳେ ବନ ବିଭାଗ କର୍ମଚାରୀ ଅତି ଚତୁରତାର ସହ ନିଜେ ବ୍ୟବସାୟୀ ସାଜି ଅଭିଯୁକ୍ତ ମାନଙ୍କୁ ଧରିବାରେ ସଫଳ ହୋଇଥିଲେ । ପାଳଲହଡା ରେଞ୍ଜର ଶ୍ରୀ ଦୁର୍ଯୋଧନ ଜେରେଇ ଅଭିଯୁକ୍ତ ମାନଙ୍କୁ ଧରି କୋର୍ଟ ରେ ହାଜର କରାଯିବା ସହ ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ ବ୍ୟବସ୍ଥା କୁ ଆହୁରି କଡାକଡି କରାଯିବ ବୋଲି ତାଙ୍କ ପ୍ରତିକ୍ରିୟା ରେ ଜଣାଇଛନ୍ତି ।

Related Posts