ସଂସଦରେ କିଏ କେଉଁଠି ବସିଲେ …

ସତ୍ୟପାଠ ବ୍ୟୁରୋ : ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି । ତେବେ ସବୁଠୁ ରୋଚକ କଥା ହେଉଛି ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଏହି ଅଧିବେଶନରେ ଅନେକ ନେତାଙ୍କ ଆସନ ବଦଳିଛି । ଗୃହର ନେତା ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଆସନରେ ବସିଥିବା ବେଳେ ତାଙ୍କ ପରେ ରକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ସମ୍ଭାଳିଥିବା ରାଜନାଥ ସିଂହ ଦ୍ୱିତୀୟ ନମ୍ବର ଆସନରେ ବସିଥିଲେ ।

ସୁଷମା ସ୍ୱରାଜଙ୍କ ଆସନ ମିଳିଛି ଅମିତ ଶାହାଙ୍କୁ । ରାଜନାଥଙ୍କ ପାଖ ସିଟ ରେ ବସିଥିଲେ ଶାହା । ତାଙ୍କ ପରେ ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାଣୀଙ୍କ ଆସନରେ ଧାୱରଚନ୍ଦ୍ର ଗେହଲଟ ବସିଥିବା ବେଳେ ତାଙ୍କ ପରେ ନିତୀନ ଗଡକାରୀ, ସଦାନନ୍ଦ ଗୌଡା, ରବିଶଙ୍କର ପ୍ରସାଦ, ନରେନ୍ଦ୍ର ସିଂ ତୋମାର ଓ ହରସିମରତ କୌରଙ୍କୁ ପ୍ରଥମ ଧାଡିରେ ଦେଖିବାକୁ ମିଳିଥିଲା ।

Related Posts