ଝିଅମାନଙ୍କର ବିଶେଷ ଗୁଣ !

ଝିଅମାନଙ୍କର ସ୍ବଭାବ ବହୁତ ଚଞ୍ଚଳ ହୋଇଥାଏ। ସେମାନଙ୍କୁ ବୁଝିବା ବହୁତ କଷ୍ଟସାଧ୍ୟ। କିନ୍ତୁ ସବୁ ପୁଅମାନଙ୍କର ଇଛ୍ଛା ହୁଏ ଝିଅମାନଙ୍କ ବିଷୟରେ ଜାଣିବା ପାଇଁ। ତେବେ ଆସନ୍ତୁ ଝିଅମାନଙ୍କର ଜନ୍ମ ମାସରୁ ଜାଣିବା ତାଙ୍କ ଗୁଣ ବିଷୟରେ।

ଜାନୁୟାରୀ: ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ବହୁତ ମହତ୍ତ୍ବାକାଂକ୍ଷୀ ହୋଇଥାନ୍ତି ଏବଂ ଗପୁଡ଼ି ସ୍ବଭାବର ହୋଇଥାନ୍ତି। ତେବେ ସେମାନେ ନିଜର ଭାବନା ବିଷୟରେ କଥା ହେବାକୁ ପସନ୍ଦ କରିନଥାନ୍ତି। ସେମାନେ ତାଙ୍କ ସ୍ତରର ବ୍ୟକ୍ତିଙ୍କୁ ପସନ୍ଦ କରିଥାନ୍ତି ଏବଂ ତାଙ୍କ ସହିତ ସବୁ କଥା ସେୟାର କରିଥାନ୍ତି।

ଫେବୃୟାରୀ:  ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ବହୁତ ରୋମାଣ୍ଟିକ୍ ସ୍ବଭାବର ହୋଇଥାନ୍ତି।  ଏମାନଙ୍କ ମଧ୍ୟରେ ଅସୀମ ଧୈର୍ଯ୍ୟ ଏବଂ ପ୍ରେମ ରହିଥାଏ। ଏମାନଙ୍କ ମୁଡ୍ ସମୟ ସମୟରେ ପରିବର୍ତ୍ତନ ହୋଇଥାଏ। ଏହି ଝିଅମାନଙ୍କର ସବୁଠୁ ଖାସ୍ କଥା ହେଲା ଯେଉଁମାନେ ଏମାନଙ୍କୁ ଧୋକା ଦିଅନ୍ତି ସେମାନେ କେବେ ତାଙ୍କ ମୁହଁ ଚାହାଁନ୍ତି ନାହିଁ।

ମାର୍ଚ୍ଚ: ମାର୍ଚ୍ଚ ମାସରେ ଜନ୍ମ ହୋଇଥିବା ଝିଅମାନଙ୍କ ଭିତରେ ଏକ ଅଦ୍ଭୁତ ଆକର୍ଷଣ ରହିଥାଏ। ଏମାନେ ଯଦି ଆପଣଙ୍କୁ ଭଲ ପାଇଥାନ୍ତି ତାହେଲେ ଆପଣ ସବୁଠାରୁ ଭାଗ୍ୟଶାଳୀ । ଏମାନଙ୍କୁ ପ୍ରେମଜାଲରେ ଫସାଇବା ବହୁତ କଷ୍ଟକର ବ୍ୟାପାର।

ଅପ୍ରେଲ୍: ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ଜନ୍ମରୁ ସାହସୀ ହୋଇଥାନ୍ତି। ସେମାନେ କୈାଣସି ବ୍ୟକ୍ତିଙ୍କ ସହିତ କଥା ହେବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ଯଦି ସେ ପ୍ରେମ କରୁଥିବା ବ୍ୟକ୍ତି ଅନ୍ୟ କାହା ପ୍ରତି ବେଶୀ ଧ୍ୟାନ ଦିଅନ୍ତି ତେବେ ସେମାନେ ଈର୍ଷା ପରାୟଣ ହୋଇପଡ଼ନ୍ତି। ଯେଉଁ ବ୍ୟକ୍ତିମାନେ ଖୁବ୍ ବିଶ୍ବାସୀ ହୋଇଥାନ୍ତି  ଏବଂ କାହାର ଭରସା ଭାଙ୍ଗନ୍ତି ନାହିଁ ସେମାନେ ତାଙ୍କୁ ପସନ୍ଦ କରିଥାନ୍ତି।

ମଇ: ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ନିଜ ସିଦ୍ଧାନ୍ତରେ ଅଟଳ ରହିଥାନ୍ତି। ଏମାନେ ଆକର୍ଷଣର କେନ୍ଦ୍ରବିନ୍ଦୁ ମଧ୍ୟ ହୋଇଥାନ୍ତି। ଦ୍ବିତୀୟରେ ଯେଉଁମାନେ ଏମାନଙ୍କୁ ଭଲ ପାଇଥାନ୍ତି ସେମାନେ ତାଙ୍କ ପାଇଁ ଜୀବନ ମଧ୍ୟ ଦେଇ ଦେଇଥାନ୍ତି।

ଜୁନ୍: ଜୁନ୍ ମାସରେ ଜନ୍ମ ହୋଇଥିବା ଝିଅମାନେ ଉତ୍ସୁକ,ରଚନାତ୍ମକ ଏବଂ କଥାବାର୍ତ୍ତା କରିବାରେ ନିପୁଣ ହୋଇଥାନ୍ତି। ଏମାନଙ୍କ ବିଶେଷତା ହେଉଛି ଏମାନେ ଭାବିବା ପୂର୍ବରୁ କହିଥାନ୍ତି। ଏମାନଙ୍କ ମତରେ କାହାର ପିଠି ପଛେ କହିବାଠାରୁ ମୁହଁରେ କହିବା ଠିକ୍ ଅଟେ। ଏମାନେ ପ୍ରେମର ଭୟଙ୍କର ଖେଳାଳୀ।

ଜୁଲାଇ: ଏହି ମାସରେ  ଜନ୍ମ ହୋଇଥିବା ଝିଅମାନେ ସଚ୍ଚୋଟ,ସୁନ୍ଦର, ବୁଦ୍ଧିମତୀ ଏବଂ ରହସ୍ୟମୟୀ ହୋଇଥାନ୍ତି। ଏମାନେ ଝଗଡ଼ାକୁ ବିଲକୁଲ ପସନ୍ଦ କରିନଥାନ୍ତି ଏବଂ ଏହାଠାରୁ ଦୂରରେ ରହିଥାନ୍ତି। ଏମାନେ ସମସ୍ତଙ୍କ ପ୍ରତି ବିନମ୍ର ହୋଇଥାନ୍ତି। ଏମାନେ ଆଉ କାହା ମାମଲାରେ ପଡ଼ନ୍ତି ନାହିଁ।

ଅଗଷ୍ଟ: ଅଗଷ୍ଟ ମାସରେ ଜନ୍ମ ହୋଇଥିବା ଝିଅମାନେ ମହାନ୍ ହୋଇଥାନ୍ତି । ଏମାନଙ୍କ ସେନ୍ସ ଅଫ୍ ହ୍ୟୁମର୍ ବହୁତ ଭଲ ଥାଏ । ଏମାନେ ଥଟ୍ଟା ସହି ପାରନ୍ତି ନାହିଁ। ଏମାନଙ୍କୁ ଆକର୍ଷଣର କେନ୍ଦ୍ର ହେବାକୁ ଭଲ ଲାଗିଥାଏ।

ସେପ୍ଟେମ୍ବର: ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ସୁନ୍ଦର,ଅନୁଶାସିତ ଏବଂ ଦୟାଳୁ ସ୍ବଭାବର ହୋଇଥାନ୍ତି। ଧୋକା ଦେବା ଲୋକଙ୍କୁ ଏମାନେ କେବେ କ୍ଷମା କରିନଥାନ୍ତି। ଏଥିପାଇଁ ଧ୍ୟାନ ରଖନ୍ତୁ,ଯଦି ଆପଣ ତାଙ୍କ ହୃଦୟ ଭାଙ୍ଗିଥାନ୍ତି ତେବେ ସେ ଏହାର ପ୍ରତିଶୋଧ ନିଶ୍ଚୟ ନେବେ। ଦ୍ବିତୀୟରେ ଏମାନେ ବହୁତ କ୍ରିଟିକାଲ ହୋଇଥାନ୍ତି ଏବଂ ପିତାମାତାଙ୍କଠାରୁ ଅନେକ କିଛି ଆଶା କରିଥାନ୍ତି।

ଅକ୍ଟୋବର: ଏହି ମାସରେ ଜନ୍ମ ହୋଇଥିବା ଝିଅମାନଙ୍କ ଚରିତ୍ର ଉତ୍ତମ ଧରଣର ହୋଇଥାଏ। ଏମାନେ ଅତ୍ୟନ୍ତ ଭାବୁକ ହୋଇଥାନ୍ତି। ଏମାନେ କାହା ସମ୍ମୁଖରେ କାନ୍ଦିନଥାନ୍ତି। ଏମାନେ ସ୍ମାର୍ଟ ହୋଇଥାନ୍ତି। ଅଧିକାଂଶ ଥର ଅନ୍ୟ ଝିଅମାନେ ଏମାନଙ୍କୁ ଈର୍ଷା କରିଥାନ୍ତି ଏବଂ ଘୃଣା କରିଥାନ୍ତି।

ନଭେମ୍ବର: ନଭେମ୍ବର ମାସରେ ଜନ୍ମ ହୋଇଥିବା ଝିଅମାନେ ସବୁବେଳେ ଅନ୍ୟମାନଙ୍କଠାରୁ ଗୋଟିଏ ପାଦ ଆଗରେ ଥାଆନ୍ତି।  ଏମାନେ ମିଛକୁ ବହୁତ ଶୀଘ୍ର ଜାଣିଯାଆନ୍ତି। ଏମାନଙ୍କ ସହିତ ଖେଳିବା ଠିକ୍ ନୁହେଁ। ଯଦି ଏପରି କେହି କରନ୍ତି ତାହେଲେ ଏମାନେ ତାଙ୍କୁ ଛାଡ଼ନ୍ତି ନାହିଁ।

ଡିସେମ୍ବର: ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ବହୁତ ଅଧୀର ହୋଇଥାନ୍ତି। ଏହା ସହିତ ଭାଗ୍ୟଶାଳୀ ମଧ୍ୟ ହୋଇଥାନ୍ତି। ଏମାନେ ସବୁ ପରିସ୍ଥିତିରେ ଜିତି ଥାଆନ୍ତି । ଏମାନଙ୍କୁ ଭଲଭାବେ ଜଣା ଯଦି ତାଙ୍କର ମୁଡ୍ ଖରାପ ହୋଇଥାଏ ତେବେ ଏହାକୁ ଠିକ୍ କିପରି କରାଯାଇପାରିବ। ଏମାନେ ଦିଲଦାର ହୋଇଥାନ୍ତି। ଏମାନେ ସମସ୍ତଙ୍କର ଯତ୍ନ ନେଇପାରନ୍ତି।

 

Related Posts