
ପଟିଆଲା: ପଞ୍ଜାବ ପଟିଆଲାରେ ଶିଖ ସଂଗଠନର କିଛି ସଦସ୍ୟଙ୍କ ଖାଲିସ୍ତାନୀଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିବା ସହ ସଂଘର୍ଷ କରିଥିଲେ । ପରେ ଏହି ଘଟଣାକୁ ନିନ୍ଦା କରିବା ସହ ନିଜର ପଞ୍ଜାବ କାର୍ଯ୍ୟକାରୀ ସଭାପତିଙ୍କୁ ଦଳରୁ ବହିଷ୍କାର କରିଛି ଶିବସେନା । ପଟିଆଲାରେ ଖାଲିସ୍ତାନୀଙ୍କ ବିରୋଧରେ ଏହି ପ୍ରଦର୍ଶନ ବାହାର କରାଯାଇଥିଲା । ପଟିଆଲାରେ ଆଇନ ବ୍ୟବସ୍ଥା ବଜାଇ ରଖିବା ପାଇଁ ଶୁକ୍ରବାର ସଂଧ୍ୟାଠାରୁ ଶନିବାର ଏପ୍ରିଲ ୩୦ ସକାଳ ୬ଟା ଯାଏଁ କର୍ଫ୍ୟୁ ଜାରି କରାଯାଇଛି।
ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ, ଶିବସେନା ଏକ ବୟାନ ଜାରି ପଞ୍ଜାବ ନିଜର କାର୍ଯ୍ୟକାରୀ ଅଧ୍ୟକ୍ଷ ହରିସ ସିଙ୍ଗଲାଙ୍କୁ ଦଳରୁ ବହିଷ୍କାର କରିଛି। ସିଙ୍ଗଲା ପପଟିଆଲା ରାଲିର ନେତୃତ୍ୱ ନେଇଥିଲେ, ଯାହା ପରେ ହିଂସାର ରୂପ ନେଇଥିଲା। ପଟିଆଲାର କାଳୀ ମାଆଙ୍କ ମନ୍ଦିର ନିକଟରେ ଶୁକ୍ରବାର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଖାଲିସ୍ତାନୀ ବିରୋଧରେ ରାଲି ବାହାର କରିଥିବା ଶିବସେନା ଏବଂ କିଛି ଶିଖ ସଂଗଠନ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ହିଂସା ସମୟରେ ପଥର ଫିଙ୍ଗାଯିବା ସହ ତଲୱାର ବୁଲାଯାଇଥିଲା।
ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏହି ଘଟଣାକୁ ଦୁର୍ଭାଗ୍ୟପୂର୍ଣ୍ଣ କରିବା ସହ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ରିପୋର୍ଟ ମାଗିଛନ୍ତି। ଏହାସହ ପଞ୍ଜାବରେ ଶାନ୍ତି ଏବଂ ସଦଭାବ ବଜାଇ ରଖିବାକୁ ଅପିଲ କରିଛନ୍ତି। ଅନ୍ୟପଟେ ପଞ୍ଜାବ ପୋଲିସ ଡିଜି କହିଛନ୍ତି, କିଛି ଅପ୍ରଚାର ଯୋଗୁଁ ଏହି ପରି ଘଟଣା ଘଟିଥିଲା। ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି ।