ପାଟକୁରା ବିଜୟକୁ ନେଇ କିଏ କଣ କହୁଛି ପଢ଼ନ୍ତୁ July 24, 2019 | 8:16 AMsatyapathaମୁଖ୍ୟ ଖବରରାଜନୀତିରାଜ୍ୟ ସତ୍ୟପାଠ ବ୍ୟୁରୋ : ପାଟକୁରା ନିର୍ବାଚନରେ ବିଜୟୀ ହେବା ପରେ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ । ଆଜି କର୍ମର ବିଜୟ ହୋଇଛି । ବିଗତ ୧୦ବର୍ଷ ଧରି ଆମେ ଏଠାରେ ପରିଶ୍ରମ କରିଛୁ । ଆମ କର୍ମୀ ବହୁତ ପରିଶ୍ରମ କରିଛନ୍ତି । ଆମର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଉପରେ ପାଟକୁରାବାସୀ ଭରସା କରିଛନ୍ତି ତେଣୁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି- ସାବିତ୍ରୀ ଅଗ୍ରୱାଲ, ବିଜୟୀ ପ୍ରାର୍ଥୀନି ବିଜେଡି ଉପରେ ପାଟକୁରା ବାସୀ ଭରସା କରିଛନ୍ତି । ରାଜ୍ୟର ବିକାଶ ହେବା ସହ ପାଟକୁରାର ବିକାଶ ଉପରେ ପାଟକୁରାବାସୀ ଆଶା ରଖିଛନ୍ତି । ତେଣୁ ପାଟକୁରାର ସ୍ୱାଭିମାନୀ ଭୋଟର ବିଜେଡି ପ୍ରତି ସ୍ପଷ୍ଟ ରାୟ ଦେଇଛନ୍ତି- ଅରୁଣ ସାହୁ, ବିଜେଡି ବିଧାୟକ ଅର୍ଥବଳ ଓ ବାହୁବଳର ପ୍ରଚୁର ବ୍ୟବହାର କଲା ବିଜେଡି । ଆମେ ଆମ ଲକ୍ଷ୍ମଣରେଖା ଭିତରେ ରହି ନିର୍ବାଚନ ଲଢ଼ୁଥିଲୁ । ଆମେ ଜିତିବା କଥା, କିନ୍ତୁ କାହିଁକି ପରାଜିତ ହେଲୁ ତାହାର କାରଣ ଖୋଜିବୁ – ଜୟ ନାରାୟଣ ମିଶ୍ର, ବିଜେପି ବିଧାୟକ ବିଜୁ ଜନତା ଦଳ ଭୋଟ ପିଛା ୫ହଜଜାର ଟଙ୍କା ଲେଖାଏଁ ଦେଲେ । ବିଜେପି ତରଫରୁ ୩ ହଜାର ଟଙ୍କା ଲେଖାଏଁ ଦିଆଗଲା । କିନ୍ତୁ ଆମେ ବୁଥ ପିଛା ମାତ୍ର ୨ହଜାର ଟଙ୍କା ଲେଖାଏଁ ଦେଇଥିଲୁ । ତେଣୁ ଆମେ ଅମାନତ ହରାଇଲୁ । ଆମ ପାଖରେ ଟଙ୍କା କି ସରକାରୀ କଳ ନାହିଁ । ତେଣୁ ଆମେ କେବଳ ସମୀକ୍ଷା କରିବୁ କଣ କରାଯାଇପାରିବ- ତାରା ପ୍ରସାଦ ବାହିନୀ ପତି, କଂଗ୍ରେସ ବିଧାୟକ ମୁଁ ମର୍ମାହତ । ଗତଥର ଠୁ ଆହୁରି କମ୍ ଭୋଟ ପାଇଛୁ । ଆମେ ସ୍ୱୀକାର କରୁଛୁ ଯେ, କଂଗ୍ରେସର ବିପର୍ଯ୍ୟୟ ହୋଇଛି । ଏହାସହ ସାମ୍ପ୍ରଦାୟିକ ଶକ୍ତିର ମଧ୍ୟ ପରାଜୟ ହୋଇଛି । ଏହା ଏକ ଶୁଭସୂଚନା- ନରସିଂହ ମିଶ୍ର, କଂଗ୍ରେସ ବିଧାୟକ
କଲ୍ୟାଣସିଂହପୁର ଭିଡ଼ ହିଂସା ମାମଲା ‘ରେଡ୍ ଫ୍ଲାଗ୍’ ଅନ୍ତର୍ଭୁକ୍ତ: ଏଡିଜି ଏସ୍. ସାଇନିଙ୍କ ନେତୃତ୍ୱରେ ତଦନ୍ତ କରିବ CAW ଟିମ୍ June 21, 2026 | 4:23 PM
କଳିଙ୍ଗ ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସ: ସାମିଲ ହେଲ ମୁଖ୍ୟମନ୍ତ୍ରୀ, କୋଲକାତାରୁ ଯୋଡ଼ିହେଲେ ପ୍ରଧାନମନ୍ତ୍ରୀ June 21, 2026 | 1:04 PM