ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି

ସତ୍ୟପାଠ ବ୍ୟୁରୋ : ପାଟକୁରା ନିର୍ବାଚନ ପୋଖରୀରେ ଫୁଟି ନପାରେ ପଦ୍ମ । ଫଳାଫଳର ଟ୍ରେଣ୍ଡ କହୁଛି ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି । ଆରମ୍ଭରୁ ଏ ଯାଏ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଲିଡ୍ ଦେଇ ନାହାଁନ୍ତି । ପ୍ରଥମ ରାଉଣ୍ଡରୁ ରିପୋର୍ଟ ଲେଖାହେବା ଯାଏ ବିଜେଡିର ସାବିତ୍ର ଅଗ୍ରୱାଲ ରାସ୍ତା ସଫା କରି କରି ମାଡି ଚାଲିଛନ୍ତି ଆଗକୁ । ଚିତ୍ର ପାଖା ପାଖି ସ୍ପଷ୍ଟ ହୋଇ ଆସିଲାଣି । ଅବଶ୍ୟ ନାଟକର ଶେଷଦୃଶ୍ୟ କଣ ହେବ ତାହା ବର୍ତ୍ତମାନ କୁହାଯାଇ ନପାରେୁ କିନ୍ତୁ ଏହି ଟ୍ରେଣ୍ଡ ଜାରୀ ରହିଲେ ଚିତ୍ର ସ୍ପଷ୍ଟ ହୋଇଯାଉଛି ।

ଷଷ୍ଠଦଶ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ ରହିଛ । ବିଜୟ ମହାପାତ୍ର ୭୨୧୫୫ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀନି ୮୯୩୮୯ ଭୋଟ ପାଇ ଆଗୁଆ ରହିଛନ୍ତି । ସେହିଭଳି କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ୨୦୧୬ଭୋଟ ପାଇଛନ୍ତି । ସାବିତ୍ରୀ ଅଗ୍ରୱାଲ ୧୭୨୩୪ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି ।

ଆରମ୍ଭରୁ ହିଁ ଏହି ଟ୍ରେଣ୍ଡ ଦେଖିବାକୁ ମିଳିଥିଲା । ପ୍ରାରମ୍ଭିକ ଭୋଟ ଗଣତି ବେଳ ଠୁ ହିଁ ବିଜୟ ମହାପାତ୍ରଙ୍କୁ ଆଗକୁ ଆସିବାକୁ ଦେଇନଥିଲେ ସାବିତ୍ରୀ । ଅବଶ୍ୟ ଦ୍ୱାଦଶ ରାଉଣ୍ଡରେ ମାତ୍ର ୨୪୭ ଖଣ୍ଡ ଅଧିକ ଭୋଟ ପାଇଥିଲେ ବିଜୟ । କିନ୍ତୁ ତାହା ବିଜେଡିକୁ କାଟିବା ପାଇଁ ଯଥେଷ୍ଟ ନଥିଲା । ଆଉ ମାତ୍ର କିଛି ସମୟ ଭିତରେ ଚିତ୍ର ସ୍ପଷ୍ଟ ହେବ । କିନ୍ତୁ ଲାଗୁଛି ବିଗତ ଦିନ ମାନଙ୍କ ଭଳି ଏଥର ବି ପଦ୍ମ ଫୁଟିବନି ପାଟକୁରାରେ…

Related Posts