ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା; ମୃତ ସୌମ୍ୟଙ୍କ ମା’ ସଞ୍ଜୁକ୍ତାଙ୍କ ହେଲା ସାକ୍ଷ୍ୟ ଗ୍ରହଣ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଶୁଣାଣି ପାଇଁ ପ୍ରତିଦିନ ସାକ୍ଷ ଗ୍ରହଣ ଚାଲିଛି। ପାର୍ସଲ ବୋମା ବିସ୍ଫୋରଣରେ ମୃତ୍ୟୁ ହୋଇଥିବା ସୌମ୍ୟଶେଖର ସାହୁଙ୍କ ମା’ ସଞ୍ଜୁକ୍ତା ସାହୁଙ୍କ ବୁଧବାର ସାକ୍ଷ୍ୟ ଗ୍ରହଣ କରାଯାଇଥିବା ଜଣାପଡିଛି।

ସୂଚନା ଅନୁସାରେ, ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଶୀଘ୍ର ଶୁଣାଣି ପାଇଁ କିଛି ମାସ ପୂର୍ବରୁ ମାନ୍ୟବର ହାଇକୋର୍ଟ ନିର୍ଦେଶ ଦେଇଥିଲେ।ଏହା ପରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫାରଣ ମାମଲାର ସାକ୍ଷ୍ୟ ପ୍ରମାଣ ପ୍ରତିଦିନ ଗ୍ରହଣ ହେଉଥିବା ଜଣାପଡିଛି। ସେହିପରି ଏହି ମାମଲାର ମୁଖ୍ୟ ସାକ୍ଷୀମାନଙ୍କ ମଧ୍ଯରୁ ମୃତ ସୌମ୍ୟଶେଖରଙ୍କ ମା’ ସଞ୍ଜୁକ୍ତା ସାହୁଙ୍କ ସାକ୍ଷ୍ୟ ପ୍ରମାଣ ବୁଧବାରରେ ଗ୍ରହଣ କରା ଯାଇଥିବା ଜଣାପଡିଛି।

ଶ୍ରୀମତୀ ସାହୁ ତାଙ୍କ ସାକ୍ଷ୍ୟ ପ୍ରମାଣ ପ୍ରଦାନ ସମୟରେ କହିଛନ୍ତି ଯେ, ତାଙ୍କର ଝାରବନ୍ଧ କଲେଜରୁ ପାଟଣାଗଡ଼ ବ୍ଲକ ଭଇଁଷା ଠାରେ ଥିବା ଯୁକ୍ତ ଦୁଇ କଲେଜକୁ ପଦୋନ୍ନତି ହୋଇଥିଲା। ହେଲେ ଭଇଁଷାରେ ପୂର୍ବରୁ ଅଧ୍ୟକ୍ଷ ଭାବେ ଥିବା ପୁଞ୍ଜିଲାଲ ମେହେର ତାଙ୍କ ପଦ ନ ଛାଡିବା, ତାଙ୍କୁ ମାନସିକ ପ୍ରତାରଣା ଦେଉଥିବା, ବିଭିନ୍ନ ସମୟରେ କଟୁ କଥା ତଥା ଧମକଉଥିବା ନେଇ କହିଥିବା ବେଳେ ପାର୍ସଲ ବୋମା ବିସ୍ଫୋରଣ ପରେ ବି ପୁଞ୍ଜିଲାଲ ମେହେର ସଞ୍ଜୁକ୍ତା ସାହୁଙ୍କୁ ତାଙ୍କ ପଦ ଛଡାଇବାର ଫଳ ପାଇଥିବା ନେଇ କହିଥିବା ଆଦି କହିଥିବା କହିଥିବା ଜଣାପଡିଛି।

ତେବେ ପୁଞ୍ଜିଲାଲଙ୍କ ଓକିଲ ପ୍ରମୋଦ ମିଶ୍ର ସଞ୍ଜୁକ୍ତାଙ୍କୁ ଆଜି କିଛି ପ୍ରଶ୍ନ କରି ଆସନ୍ତାକାଲି (ଗୁରୁବାର) ପୁଣି ପ୍ରଶ୍ନ କରିବେ ବୋଲି ଜଣାପଡିଛି। ତେଣୁ ଗୁରୁବାର ପୁଣି ସଞ୍ଜୁକ୍ତା ସାହୁ ନିଜର ସାକ୍ଷ୍ୟ ପ୍ରମାଣ ଦେବେ ବୋଲି ଜଣାପଡିଛି। ସାକ୍ଷ ପ୍ରମାଣ ସମୟରେ ବଲାଙ୍ଗୀର ଜିଲ୍ଲା କାରାଗାରରୁ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ପାଟଣାଗଡ଼ ଏଡିଜେ କୋର୍ଟରେ ହାଜର କରା ଯାଇଥିବା ଜଣାପଡିଛି।

Related Posts