ପାଟଣାଗଡ ବିଧାୟକ ଗିରଫ

 

ସତ୍ୟପାଠ ବ୍ୟୁରୋ : ଶେଷରେ ଗିରଫ ହେଲେ ପାଟଣାଗଡ ବିଧାୟକ ସରୋଜ ମେହେର । ଏସସି-ଏସଟି ଆକ୍ଟରେ ବଲାଙ୍ଗୀର ପୁଲିସ ତାଙ୍କୁ ଗିରଫ କରିଛି । କନିଷ୍ଠ ଯନ୍ତ୍ରୀଙ୍କୁ ସର୍ବସାଧାରଣରେ ଅପାମାନିତ କରିବା ଓ ଉଠବସ ଘଟଣାରେ ବିଧାୟକଙ୍କୁ ପୁଲିସ ଗିରଫ କରିଛି । ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଚାଲିଛି । ତେବେ କିଛି ସମୟ ପରେ ତାଙ୍କୁ ଏଡିଜେ କୋର୍ଟକୁ ନିଆଯିବ । ସେଠାରେ ସେ ଜାମିନ ଆବେଦନ କରିବେ ବୋଲି ଜଣାପଡିଛି । ଆଜି ସକାଳୁ ତାଙ୍କୁ ନୂଆପଡାରୁ ପାଟଣାଗଡ ଥାନାକୁ ଆଣିଥିଲା ପୁଲିସ । ଥାନାରେ ବଳାଙ୍ଗୀର ଏସପି ଏସ୍ ଶିବା ସୁବ୍ରମଣି ମଧ୍ୟ ଉପସ୍ଥିତ ଅଛନ୍ତି ।

ସୂଚନାଯୋଗ୍ୟ, ଜେଇଙ୍କୁ ଉଠବସ କରାଇବା ଘଟଣାରେ ଜେଇଙ୍କ ପତ୍ନୀ ଥାନାରେ ଏତଲା ଦେଇଥିଲେ । ଅଭିଯୋଗକୁ ଭିତ୍ତି କରି ଥାନାରେ ବିଧାୟକଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ତେବେ ହାଇକୋର୍ଟରେ ତାଙ୍କ ଜାମିନ ଆବେଦନର ଶୁଣାଣୀ ହୋଇନଥିବା ବେଳେ ତାଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ମହଲରୁ ଚାପ ପଡୁଥିଲା ।

Related Posts