ନିୟମ ନମାନି ସ୍ନାନ ମଣ୍ଡପକୁ ଯାଇଥିଲେ ବିଧାୟକ

ସତ୍ୟପାଠ ବ୍ୟୁରୋ : ସ୍ନାନଯାତ୍ରା ଚାଲିଥିବା ବେଳେ ସ୍ନାନମଣ୍ଡପକୁ ଯାଇଥିବା ବିଧାୟକ ଓ ବିଶୃଙ୍ଖଳାକାରୀ ସେବାୟତଙ୍କୁ ନୋଟିସ୍ ପଠାଯାଇଛି । ତୁରନ୍ତ ଜବାବ ଦାଖଲ କରିବାକୁ ନୋଟିସ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ପୁରୀ ବିଧାୟକ ଜୟନ୍ତ ଷଢ଼ଙ୍ଗୀଙ୍କ ସମେତ ବହୁ ସେବାୟତ ଉକ୍ତ ଦିନ ସ୍ନାନମଣ୍ଡପକୁ ଚଢ଼ିଥିବା ଫଟୋ ପ୍ରକାଶ ପାଇବା ପରେ ପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରିଛି ।

ସ୍ନାନଯାତ୍ରା ସମୟରେ କେବଳ ନୀତି ସହ ସଂପୃକ୍ତ ସେବାୟତ ହିଁ ସ୍ନାନମଣ୍ଡପକୁ ଯିବା ନେଇ ନିଷ୍ପତି ହୋଇଥିଲା । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୩୫ଟି ସର୍ତ୍ତାବଳୀ ସହ ଏକ ସ୍ୱତନ୍ତ୍ର ବ୍ୟବସ୍ଥାବଳୀ ବି ପ୍ରସ୍ତୁତ କରାଯାଇଥିଲା । କିନ୍ତୁ ଏହାକୁ ଉଲଘଂନ କରାଯାଇଥିଲା । ବହୁ ଅଣସ୍ୱୀକୃତ ସେବାୟତ ମଣ୍ଡପକୁ ଚଢ଼ିଥିଲେ । ଖୋଦ ପୁରୀ ବିଧାୟକ ଜୟନ୍ତ ଷଢ଼ଙ୍ଗୀ ସେବା ନଥାଇ ବି ଏକାଧିକ ବାର ସ୍ନାନ ମଣ୍ଡପକୁ ଚଢ଼ିଥିବାର ଫଟୋ ବି ଭାଇରାଲ ହୋଇଥିଲା ।

Related Posts