ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଦମ୍ଭକ୍ତି: ୨୦୨୪ରେ କଂଗ୍ରେସ ବିଜେଡି ମଧ୍ୟରେ ହେବ ଲଢେଇ

ଭୁବନେଶ୍ବର: ପ୍ରକାଶ ପାଇଛି ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ | ବାଜିମାତ କରିଛି ଶାସକ ଦଳ | ତେବେ ଶାସକ ଦଳର ବିଜୟକୁ ନେଇ ସମ୍ପୂର୍ଣ୍ଣ ନିରାଶ ବିରୋଧୀ | ଏପରିକି ବିଜେପି ଇଭିଏମ୍‌ ଟାମ୍ପରିଂ ଅଭିଯୋଗ ଆଣିଛି। ସେହିଭଳି, ଦ୍ବିତୀୟ ସ୍ଥାନରେ ରହି ସାମାନ୍ୟ ଆଶ୍ବସ୍ତ ହୋଇଥିଲେ ମଧ୍ୟ ବୁଥ୍‌ ରିଗିଂ କରି ବିଜେଡି ବିଜୟୀ ହାସଲ କରିଥିବା କଂଗ୍ରେସ ଅଭିଯୋଗ କରିଛି।

ଅପରପକ୍ଷେ, କଂଗ୍ରେସ ଦ୍ବିତୀୟ ସ୍ଥାନରେ ରହିବା ଏବଂ ବିଜେପି ତୃତୀୟ ସ୍ଥାନରେ ରହିବା ଘଟଣା ଏବେ ବିରୋଧୀ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

ସେପଟେ ବିଜେପିର ଅଭିଯୋଗ ଉପରେ ଜବାବ ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । କଂଗ୍ରେସର କାହାକୁ ବିଜେଡି ଫଣ୍ଡିଙ୍ଗ କରିଛି। ତାହାର ପ୍ରମାଣ ଦେଲେ ଆମେ ତାକୁ ସଙ୍ଗେ ସଙ୍ଗେ ପାର୍ଟିରୁ ଏକ୍ସଫେଲ କରିବୁ। ଖାଲି କହି ଦେଲେ ହେବନି । ବିଜେଡି ବିଜେପି ଭାଇ ଭାଇ । ତାଙ୍କର ବିକଳ୍ପ ହେଉଛି କଂଗ୍ରେସ । ୨୦୨୪ରେ କଂଗ୍ରେସ ବିଜେଡି ଲଢେଇ ହେବ। କଂଗ୍ରେସ ୧ ନମ୍ବର ହେବ । ୨୨ ବର୍ଷ ଶାସନରେ ଲୋକ ଅସନ୍ତୋଷ ପ୍ରକାଶ କରି କଂଗ୍ରେସ ଉପରେ ଆସ୍ଥା ପ୍ରକଟ କରୁଛନ୍ତି ବୋଲି ଶରତ ପଟ୍ଟନାୟକ କହିଛନ୍ତି ।

Related Posts