ମୁଁ ଆତଙ୍କବାଦୀ କି ନୁହେଁ ତାହା ଜନତା ପ୍ରମାଣ ଦେଲେ: କେଜ୍ରିୱାଲ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଫଳାଫଳ ସାମ୍ନାକୁ ଆସିଛି । ତେବେ ଚାରୋଟି ରାଜ୍ୟରେ ଭାରତୀୟ ଜନତା ପାର୍ଟି ବାଜି ମାରିଥିବାବେଳେ ପଞ୍ଜାବରେ ଆମ ଆଦମି ପାର୍ଟି ସଂଖ୍ୟାଗରିଷ୍ଠତା ହାସଲ କରିଛି । ପଞ୍ଜାବରେ ଆପ ୯୧ଟି ଆସନ ଜିତି ସରକାର ଗଠନ କରିବାକୁ ଯାଉଛି । ସେପଟେ ପଞ୍ଜାବରେ ବିପୁଳ ବିଜୟ ପରେ ଆମ ଆଦମି ପାର୍ଟି ସଭାପତି ଅରବିନ୍ଦ କେଜ୍ରିୱାଲ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ପଞ୍ଜାବରେ ବିପ୍ଲବ ଆସିଛି । ଆଜି ବଡ଼ ବଡ଼ ନେତା ହାରିଯାଇଛନ୍ତି । ଆମେ ସଚ୍ଚୋଟ ରାଜନୀତି ଆରମ୍ଭ କରି ପୁରା ବ୍ୟବସ୍ଥାରେ ପରିବର୍ତ୍ତନ କରିଛୁ । ଆମେ ପିଲାମାନଙ୍କୁ ଶିକ୍ଷିତ କରିବାର କାର୍ଯ୍ୟ କରିଛୁ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସମସ୍ତ ଦଳ ଆମ ବିରୁଦ୍ଧରେ ଷଡଯନ୍ତ୍ର କରିଥିଲେ । ମୋତେ ଆତଙ୍କବାଦୀ ବୋଲି କହିଥିଲେ ।

ଆଜି ଲୋକମାନେ ପ୍ରମାଣ କରିଛନ୍ତି କେଜ୍ରିୱାଲ ଆତଙ୍କବାଦୀ ନୁହନ୍ତି ବରଂ ପ୍ରକୃତ ଦେଶଭକ୍ତ । ଆଜି ଆମ ପିଲାମାନଙ୍କୁ ଚିକିତ୍ସା ଶିକ୍ଷା ପାଇଁ ୟୁକ୍ରେନ ଯିବାକୁ ପଡ଼ୁଛି । କିନ୍ତୁ ଆମେ ଏପରି ଏକ ଭାରତ ତିଆରି କରିବୁ ଯେଉଁଠାରେ ପିଲାମାନେ କେବଳ ଏଙ୍ଖାରେ ଶିକ୍ଷା ପାଇବେ । ଅନ୍ୟ ଦେଶର ପିଲା ଆସି ଏଙ୍ଖାରେ ପଢ଼ିବେ । ଦିଲ୍ଲୀ-ପଞ୍ଜାବର ବିପ୍ଲବ ସାରା ଦେଶରେ ବ୍ୟାପିବ । ସମସ୍ତ ମହିଳା, ଯୁବକ ଏବଂ କୃଷକ ଆମ ଆଦମି ପାର୍ଟିରେ ଯୋଗଦେବା ଉଚିତ । ମରାମତି ଦୋକାନରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀଙ୍କୁ ପରାସ୍ତ କରିଛନ୍ତି । ଆମକୁ ଏତେ ସଂଖ୍ୟକ ଭୋଟ ମିଳିଛି । ଏହା ଦେଖି ମନରେ ଅହଂକାର ଆସିଯିବ ଭାବି ଆମକୁ ଡର ଲାଗୁଛି । ଅଂହକାର ଛାଡ଼ି କାର୍ଯ୍ୟ କରିବାକୁ ଦଳୀୟ ନେତାଙ୍କୁ ଅରବିନ୍ଦ କେଜ୍ରିୱାଲ ପରାମର୍ଶ ଦେଇଛନ୍ତି ।

Related Posts