” ଇଣ୍ଟରନେଟ୍ ସୁବିଧା ନଥିବା ଲୋକମାନଙ୍କ ଜୀବନର ଅଧିକାର ରହିଛି , ସମସ୍ତେ ଟୀକା ପାଇବା ଉଚିତ୍ ” – ରାହୁଲ ଗାନ୍ଧୀ

(ସତ୍ଯପାଠ ବ୍ଯୁରୋ) ଭୁବନେଶ୍ୱର : କୋଭିଡ୍ ଟୀକାକରଣ ପାଇଁ କେନ୍ଦ୍ର ସରକାରଙ୍କ ଅନଲାଇନ ପଞ୍ଜିକରଣ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସେ କହିଛନ୍ତି ଯେଉଁମାନଙ୍କ ପାଖରେ ଇଣ୍ଟରନେଟର ସୁବିଧା ନାହିଁ ସେମାନେ ମଧ୍ୟ ଟିକା ନେବା ଆବଶ୍ୟକ। ଯେଉଁମାନଙ୍କ ପାଖରେ ଇଣ୍ଟରନେଟ ସୁବିଧା ନାହିଁ ସେମାନଙ୍କର ମଧ୍ୟ ଜୀବନର ଅଧିକାର ଅଛି। COVID-19 ଟିକା ପାଇବା ପାଇଁ CoWIN ପଞ୍ଜିକରଣ ଏକମାତ୍ର ବିକଳ୍ପ କିମ୍ବା ବାଧ୍ୟତାମୂଳକ କରାନଯାଉ ବୋଲି ବିରୋଧୀ ଦଳ ଗୁଡ଼ିକ ଦାବି କରିଛନ୍ତି। କଂଗ୍ରେସ ନେତା ଟ୍ବିଟ୍ କରି କହିଛନ୍ତି, “ ଟିକା ପାଇଁ ଅନଲାଇନ୍ ପଞ୍ଜୀକରଣ ଯଥେଷ୍ଟ ନୁହେଁ। ଟୀକାକରଣ କେନ୍ଦ୍ରକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିକୁ ଟିକା ଦିଆଯିବ ଉଚିତ୍ । ଯେଉଁମାନଙ୍କ ପାଖରେ ଇଣ୍ଟରନେଟ୍ ର ସୁବିଧା ନାହିଁ, ସେମାନଙ୍କର ମଧ୍ୟ ଜୀବନର ଅଧିକାର ରହିଛି । ”

ସରକାରଙ୍କ ଟୀକାକରଣ ନୀତି ଏବଂ ଦେଶରେ COVID-19 ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ କଂଗ୍ରେସ ସମାଲୋଚନା କରିଛି। ସେହିପରି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୟରାମ ରମେଶ ମଧ୍ୟ ‘କୋ-ୱିନ’ ପଞ୍ଜିକରଣ କୁ ନେଇ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ, ‘ଆମେ ଅନେକ ଥର କହିଛୁ ଯେ ଏହା ବାଧ୍ୟତାମୂଳକ ହେବା ଉଚିତ ନୁହେଁ କାରଣ ଦେଶର ଅନେକ ଲୋକଙ୍କ ପାଖରେ ଇଣ୍ଟରନେଟ ସୁବିଧା ନାହିଁ। ସରକାର ଏହି ଦାବିକୁ ଶୁଣୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଲାଗୁ କରିନଥିଲେ। ବର୍ତ୍ତମାନ ସରକାରୀ ଡାକ୍ତରଖାନା ଗୁଡ଼ିକରେ ପଞ୍ଜୀକରଣ ବାଧ୍ୟତାମୂଳକ ନୁହେଁ, କିନ୍ତୁ ପ୍ରାଇଭେଟ୍ ହସ୍ପିଟାଲ ଗୁଡିକରେ ବାଧ୍ୟତାମୂଳକ କରାଯାଇଛି । ” ‘କୋ-ୱିନ’ ପଞ୍ଜିକରଣ ବାଧ୍ୟତାମୂଳକ ନକରିବାକୁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ।

Related Posts