ବିଜେପି ଠାରୁ ଲୋକଙ୍କର ଆଶା ଦିନକୁ ଦିନ ବଢ଼ିବାରେ ଲାଗିଛି; ତେଣୁ ଆମକୁ ବର୍ତ୍ତମାନ ନିରନ୍ତର କାମ କରିବାକୁ ପଡ଼ିବ: ମୋଦି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭାରତୀୟ ଜନତା ପାର୍ଟିର ଜାତୀୟ କାର‌୍ୟ୍ୟାଳୟ ଧାରଣକାରୀ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ବଡ଼ ବୟାନ ଦେଇଛନ୍ତି । ତେବେ ଏକବିଂଶ ଶତାବ୍ଦୀର ସମୟ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୟ। ସ୍ୱତନ୍ତ୍ର ସ୍ନେହ, ବିଶ୍ୱାସ ଏବଂ ଭରସା ଆଶାରେ ବିଜେପିକୁ ସାଧାରଣ ଜନତା ଦେଖୁଛନ୍ତି । ଦେଶର ଲୋକଙ୍କ ଆକାଂକ୍ଷା ଏବଂ ଆଶା ଆମର ଦାୟିତ୍ୱକୁ ଆହୁରି ବଢ଼ାଇଥାଏ । ସ୍ୱାଧୀନତାର ୭୫ ତମ ବର୍ଷ ଅବସରରେ, ଆଗାମୀ ୨୫ ବର୍ଷ ପାଇଁ ଲକ୍ଷ୍ୟ ସ୍ଥିର କରି ସେମାନଙ୍କ ପାଇଁ ନିରନ୍ତର କାର‌୍ୟ୍ୟ କରିବାର ସମୟ ଆସିଛି । ଆମକୁ ଦେଶର ଲୋକଙ୍କ ଆଶା ପୂରଣ କରିବାକୁ ପଡିବ । ଦେଶ ସମ୍ମୁଖରେ ଖରେ ଥିବା ଆହ୍ୱାନଗୁଡ଼ିକୁ ଲୋକଙ୍କ ସହିତ ସହିତ ମିଶି ପରାସ୍ତ କରିବାକୁ ହେବ । ଆମର ମନ୍ତ୍ର ହେଉଛି ସମସ୍ତଙ୍କର ସହଯୋଗ, ସମସ୍ତଙ୍କର ବିଶ୍ୱାସ ଏବଂ ସମସ୍ତଙ୍କର ପ୍ରୟାସ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହା ସହ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଯେତେବେଳେ ମୁଁ ଦଳୀୟ କର୍ମୀମାନଙ୍କୁ ଭେଟେ ତାଙ୍କ ଠାରୁ ଅନେକ କିଛି ଜାଣେ । କର୍ମୀମାନଙ୍କ ଦ୍ୱାରା ପ୍ରାପ୍ତ ସୂଚନା ଅତ୍ୟନ୍ତ ସଠିକ୍ ସୂଚନା ।

ସେ କହିଛନ୍ତି ଯେ ଜଣେ ବ୍ୟକ୍ତି ଯଦି ଏକ ଗୁରୁତର ରୋଗରେ ପୀଡିତ ହୁଏ ଆଉ ସେ ସୁସ୍ଥ ହୋଇପାରିନେ ସେତେବେଳେ ସେ ଏହି ରୋଗ ଦ୍ୱାରା ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଗ୍ରହଣ କରନ୍ତି। ସେ ଭାବନ୍ତି ଯେ କୌଣସି ପ୍ରକାରରେ ଦିନ ଅତିବାହିତ କରିବାକୁ ପଡ଼ିବ । ବେଳେବେଳେ ଏହା ଦେଶର ଜୀବନରେ ମଧ୍ୟ ଘଟେ । ଯେତେବେଳେ ଲୋକଙ୍କ ଚିନ୍ତାଧାରା ଏପରି ହୋଇଗଲା ଯେ ଆଉ ସରକାରଙ୍କ ଠାରୁ ସାହାଯ୍ୟ ମିଳିବନି । ଫଳରେ ଲୋକମାନେ ମଧ୍ୟ ତାଙ୍କ ସମୟକୁ ଅତିବାହିତ କରି ଜୀବନକୁ ବିତାଇଥାନ୍ତି । ହେଲେ ବର୍ତ୍ତମାନ ହେଉଛି ଆଶାର ଯୁଗ ନିରାଶାର ନୁହଁ । ଲୋକମାନେ ସରକାରଙ୍କ କାର୍ଯ୍ୟ ଗୁଡ଼ିକ ଦେଖିବାକୁ ଚାହୁଁଛନ୍ତି । ମୁଁ ଏହାକୁ ସର୍ବସାଧାରଣଙ୍କ ମନରେ ସବୁଠାରୁ ବଡ ସକରାତ୍ମକ ପରିବର୍ତ୍ତନ ବୋଲି ବିବେଚନା କରେ । ଏହା ନିଶ୍ଚିତ ଭାବରେ ସରକାରଙ୍କ ଉତ୍ତରଦାୟିତ୍ୱକୁ ମଧ୍ୟ ବଢାଇଥାଏ । ଜନସଚେତନତା କାର‌୍ୟ୍ୟ କରିବାକୁ ପ୍ରେରିତ କରେ ଏବଂ ଚାପ ମଧ୍ୟ ସୃଷ୍ଟି କରେ । ଦେଶର ଲୋକଙ୍କ ବଢ଼ୁଥିବା ଆକାଂକ୍ଷାରେ ମୁଁ ଦେଶର ଉଜ୍ଜ୍ୱଳ ଭବିଷ୍ୟତ ଦେଖୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି ।

Related Posts