ବହୁ ଦିନର ଦାବି ପରେ ମିଳିଲା ଅନୁମତି: ଆଜିଠୁ ପଶ୍ଚିମ ଦ୍ୱାରରୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ

ପୁରୀ ; ବହୁଦିନରୁ ଚାରିଦ୍ବାର ଦର୍ଶନ ଦାବି କରିଆସୁଥିବା ଭକତ ଙ୍କ ଇଛା ପୂରଣ ହୋଇଛି | ଆଜିଠୁ ପଶ୍ଚିମ ଦ୍ୱାରରୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ । ଉଭୟ ଶ୍ରୀମନ୍ଦିର ସିଂହଦ୍ୱାର ଓ ପଶ୍ଚିମଦ୍ୱାରରୁ ଦର୍ଶନ ପାଇଁ ଅନୁମତି ମିଳିଛି । ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ପରେ ଆଜିଠୁ ଏହି ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇଛି । ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ପରେ ଶୁକ୍ରବାରଠାରୁ ଏହି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେଉଛି। ଏହାର ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଭକ୍ତଙ୍କୁ ସୁବିଧାରେ ଦର୍ଶନ ସୁଯୋଗ ଦେବାପାଇଁ ପଶ୍ଚିମଦ୍ବାର ନିକଟରେ ସ୍ଥାୟୀ ସେଡ୍‌ ନିର୍ମାଣ ଆରମ୍ଭ ହୋଇଛି। ଦକ୍ଷିଣଦ୍ବାରରୁ ପଶ୍ଚିମଦ୍ବାରକୁ ଏହି ସେଡ୍‌ ସଂଯୋଗ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଣୁ ପଶ୍ଚିମଦ୍ବାରରୁ ଦର୍ଶନ ପାଇଁ ଚାହୁଁଥିବା ଭକ୍ତଙ୍କୁ ଦକ୍ଷିଣଦ୍ବାରରୁ ନିର୍ମାଣାଧୀନ ଏହି ସେଡ୍‌ ଦେଇ ଛାଡ଼ିବାକୁ ଯୋଜନା କରାଯାଇଛି।

ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଚାରିଦ୍ୱାରରୁ ଛାଡିବାକୁ ବହୁ ଦିନରୁ ଦାବି ହୋଇ ଆସୁଥିଲା । ଗତ ୨୨ ତାରିଖ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏପ୍ରିଲ ୨୯ ତାରିଖରୁ ସିଂହଦ୍ବାର ସହ ପଶ୍ଚିମଦ୍ବାରରୁ ଭକ୍ତଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିର ଭିତରକୁ ଛାଡ଼ିବାକୁ ନିଷ୍ପତ୍ତି ହୋଇଥିଲା। ଦର୍ଶନ ସାରିବା ପରେ ଭକ୍ତମାନେ ଉତ୍ତରଦ୍ବାର ଓ ଦକ୍ଷିଣଦ୍ବାର ଦେଇ ପ୍ରସ୍ଥାନ କରିପାରିବେ ବୋଲି ନିଷ୍ପତ୍ତି ହୋଇଥିଲା।

ଏହି ନିଷ୍ପତ୍ତିକ୍ରମେ ଆସନ୍ତାକାଲିଠାରୁ ସିଂହଦ୍ବାର ଓ ପଶ୍ଚିମଦ୍ବାରରୁ ସମସ୍ତ ଭକ୍ତଙ୍କୁ ଦର୍ଶନ ପାଇଁ ଛାଡ଼ିବାକୁ ନିଷ୍ପତ୍ତି ହୋଇଥିବାବେଳେ ଏହାର ପୂର୍ବପ୍ରସ୍ତୁତି ସ୍ବରୂପ ଦକ୍ଷିଣଦ୍ବାର ପରିକ୍ରମା ମାର୍ଗକୁ ଲାଗି ସେଡ୍‌ ନିର୍ମାଣ ଲାଗି ଲୁହା ପାଇପ୍‌ ପୋତି ଓଲ୍ଡିଂ ଜରିଆରେ ଯୋଡ଼େଇ କାମ ଚାଲିଛି। ଲୁହାର ପାଇପ୍‌ ଯୋଡ଼େଇ ପରେ ସେଡ୍‌ ଉପରେ ପାଲ ପକାଇ ଭକ୍ତଙ୍କୁ ଖରାରୁ ରକ୍ଷା ପାଇଁ ବ୍ୟବସ୍ଥା କରାଯାଇଛି। ସେପଟେ ପୂର୍ବରୁ ପଶ୍ଚିମଦ୍ବାରରୁ ପୁରୀ ସହରବାସୀଙ୍କୁ ଦର୍ଶନ ପାଇଁ ଛଡ଼ାଯାଉଥିଲା। ଏଣୁ ପୂର୍ବରୁ ଏଠାରେ ସେଡ୍‌ ବ୍ୟବସ୍ଥା ରହିଥିଲା। ଏହାକୁ ଆଉଥରେ କାର୍ଯ୍ୟକ୍ଷମ କରାଯାଇଛି। ସେପଟେ ପଶ୍ଚିମଦ୍ବାରରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି।

Related Posts