ଏଣିକି ଉତ୍ତରପ୍ରଦେଶରେ ସଡ଼କ ଉପରେ ନମାଜ ପଢ଼ିବା ମନା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶରେ ସଡ଼କ ଉପରେ ନମାଜ ପଢ଼ିବା ମନା । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ସେପଟେ ଲାଉଡ ସ୍ପିକର ବିବାଦ ମଧ୍ୟରେ ଇଦ ପୂର୍ବରୁ ଶୁକ୍ରବାର ପାଳନ କରାଯାଉଛି ଅଲବିଦା ଜୁମେ କି ନମାଜ । ଏଥିପାଇଁ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ ଓ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିବାଦକୁ ଦେଖି ମୁସଲମାନ ଧର୍ମଗୁରୁମାନେ ସଡ଼କ ଉପରେ ନମାଜ ନ ପଢ଼ିବାକୁ ଲୋକଙ୍କୁ ଅପିଲ କରିଛନ୍ତି । ଏହାକୁ ନେଇ ପ୍ରଶାନସନ ମଧ୍ୟ ଆଡଭାଇଜରୀ ଜାରୀ କରିଛି । ଏଥିରେ ବି ସଡ଼କ ଉପରେ ନମାଜ ପଢ଼ିବାକୁ ବାରଣ କରାଯାଇଛି ।

ଅନ୍ୟପଟେ ଉତ୍ତରପ୍ରଦେଶ ସରକାରଙ୍କ ଗାଇଡ ଲାଇନ ଅନୁଯାୟୀ, କୌଣସି ସ୍ଥାନରେ ସଡ଼କ ଉପରେ ନମାଜ ପଢ଼ାଯାଇ ପାରିବ ନାହିଁ । ଲୋକମାନଙ୍କୁ ଘରେ କିମ୍ପା ମସଜିଦରେ ନମାଜ ପଢ଼ିବାକୁ କୁହାଯାଇଛି । କେବଳ ଏତିକି ନୁହେଁ ବରଂ ଲାଉଡ ସ୍ପିକରର ସାଉଣ୍ଡକୁ ମଧ୍ୟ ନିର୍ଦ୍ଧାରିତ ରେଞ୍ଜ ଭିତରେ ରଖିବାକୁ କୁହାଯାଇଛି । ସେପଟେ ପ୍ରଥମଥର ଲାଗି ମୁସଲମାନ ଧର୍ମଗୁରୁମାନେ ସାମ୍ନାକୁ ଆସି ଲୋକମାନଙ୍କୁ ସଡ଼କ ଉପରେ ନମାଜ ନ ପଢ଼ିବାକୁ ଅପିଲ କରିଛନ୍ତି ।

Related Posts