
ସାଉଦି ଆରବ ତେଲ କାରଖାନାରେ ଡ୍ରୋନ୍ ଆକ୍ରମଣ ପରେ ଆନ୍ତର୍ଜାତିକ ତେଲ ବଜାରରେ ନିଆଁ ଲାଗିଛି। ଗୋଟିଏ ଦିନରେ ଅଶୋଧିତ ତେଲର ଦର ବ୍ୟାରେଲ ପିଛା ୧୨ ଡଲାର ବୃଦ୍ଧି ପାଇ ୭୨ ଡଲାରରେ ପହଂଚିଛି। ତେଲକୁ ନେଇ ଯେଉଁ ସଙ୍କଟ ସୃଷ୍ଟି ହୋଇଛି ତାହାର କିଭଳି ମୁକାବିଲା କରାଯିବ ସେନେଇ ସରକାର ଚିନ୍ତାରେ ପଡ଼ିଯାଇଛନ୍ତି। ଅଭିବୃଦ୍ଧି ହାର ଏବଂ ମାନ୍ଦାବସ୍ଥାର ମୁକାବିଲାରେ ସରକାରୀ ବ୍ୟବସ୍ଥା ଲାଗିଥିବା ବେଳେ ତେଲ ସଙ୍କଟ ନୂଆ ସମସ୍ୟା ସୃଷ୍ଟି କରିଛି। ନିଜର ଆବଶ୍ୟକତା ପୂରଣ ପାଇଁ ୮୩% ତେଲ ଆମଦାନୀ କରୁଥିବା ଭାରତ ଏବେ ଅଡ଼ୁଆରେ ପଡ଼ିଯାଇଛି।