ଅବଦୁଲ୍ଲ କାଲାମ ଦ୍ବୀପରୁ ସଫଳ ଭାବେ ପରୀକ୍ଷଣ ହେଲା ‘ଫେଜ-୨ ବାଲିଷ୍ଟିକ ମିସାଇଲ’

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବାଲିଷ୍ଟିକ ମିସାଇଲର ସଫଳ ଫ୍ଲାଇଟ ଟେଷ୍ଟ । ଫେଜ-୨ ବାଲିଷ୍ଟିକ ମିସାଇଲ ଡିଫେନ୍ସର ସଫଳ ପରୀକ୍ଷଣ ଶେଷ ହୋଇଛି। ବୁଧବାର ଓଡିଶା ଉପକୂଳର ଡ.ଏ.ପି.ଜେ ଅବଦୁଲ୍ଲ କାଲାମ ଦ୍ବୀପରୁ ଏହି ପରୀକ୍ଷଣ ସଫଳତାର ସହ ଶେଷ କରାଯାଇଛି । ବାଲିଷ୍ଟିକ ମିସାଇଲ ଡିଫେନ୍ସ ସିଷ୍ଟମର ସମସ୍ତ ଉଇପନ୍ସ ସିଣ୍ଟମ ସହ ଏହି ପରୀକ୍ଷଣ କରାଯାଇଥିବା ସୂଚନା ମିଳିଛି । ଏହି ପରୀକ୍ଷଣ ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା (ଡିଆରଡିଓ) ଦ୍ବାରା କରାଯାଇଛି । ପରୀକ୍ଷଣ ସମୟରେ ସଂସ୍ଥାର ବୈଜ୍ଞାନିକ ଓ ଅଧିକାରୀ ଲଞ୍ଚପ୍ୟାଡରେ ଉପସ୍ଥିତ ଥିଲେ ।

AD-1 (interceptor AD-1 missile) ହେଉଛି ଏକ ଦୂରଗାମୀ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ର ଯାହା ଉଭୟ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ଏୟାରକ୍ରାଫ୍ଟ ପାଇଁ ଡିଜାଇନ୍ କରାଯାଇଛି । ଏହା ସ୍ୱଦେଶୀ ବିକଶିତ ଉନ୍ନତ ନିୟନ୍ତ୍ରଣ ପ୍ରଣାଳୀ, ନାଭିଗେସନ୍ ସିଷ୍ଟମ ସହ ମଧ୍ୟ ବିକଶିତ ହୋଇଛି । ଏହାର ଏକାଧିକ ଭର୍ସନର ସଫଳ ପରୀକ୍ଷଣ ମଧ୍ୟ ଡିଆରଡିଓ ଦ୍ବାରା ନିକଟ ଅତୀତରେ କରାଯାଇ ସାରିଛି ।

Related Posts