ଫୋନ ଟ୍ୟାପିଂ ମାମଲା; ଶିବସେନା ନେତା ସଞ୍ଜୟ ରାଉତଙ୍କ ବିବୃତ୍ତିକୁ ରେକର୍ଡ କଲା କୋଲାବା ପୁଲିସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶିବସେନା ସାଂସଦ ସଞ୍ଜୟ ରାଉତ ପୁଣିଥରେ ବିଜେପିକୁ ଟାର୍ଗେଟ କରିଛନ୍ତି । ତେବେ ନିକଟରେ ଅନୁଷ୍ଠିତ ଗୋଆ ବିଧାନସଭା ନିର୍ବାଚନରେ ସଞ୍ଜୟ ରାଉତ ବିଜେପିକୁ ନେଇ କରିଥିବା ଅଭିଯୋଗକୁ କେନ୍ଦ୍ରକରି ମୁମ୍ବାଇର କୋଲାବା ପୋଲିସ ଶିବସେନା ନେତା ସଞ୍ଜୟ ରାଉତଙ୍କ ବିବୃତ୍ତି ରେକର୍ଡ କରିଛି। ତେବେ ବିଜେପି ନିର୍ବାଚନ ପୂର୍ବରୁ ବିରୋଧୀ ନେତାମାନଙ୍କର ଫୋନଟ୍ୟାପ କରୁଥିବାର ଅଭିଯୋଗ ଶିବସେନା ନେତା ସଞ୍ଜୟ ରାଉତ କରିଥିଲେ । ଏହାକୁ ଭିତ୍ତି କରି ମୁମ୍ବାଇ ପୁଲିସ ତାଙ୍କ ବିବୃତ୍ତିକୁ ରେକର୍ଡ କରିଥିବାର ସୂଚନା ମିଳିଛି । ଏହାପୂର୍ବରୁ କୋଲାବା ପୋଲିସ ତାଙ୍କୁ ସମ୍ପୃକ୍ତ ମାମଲାରେ ତାଙ୍କ ବିବୃତ୍ତି ରେକର୍ଡ କରିବାକୁ ଡକାଇଥିଲା। ବାସ୍ତବରେ, ସଞ୍ଜୟ ରାଉତ ଭାରତୀୟ ଜନତା ଦଳକୁ ଟାର୍ଗେଟ କରି ଅଭିଯୋଗ କରିଥିଲେ ଯେ ଯେଉଁଠି ନିର୍ବାଚନ ଅନୁଷ୍ଠିତ ହୁଏ, ସେଠାରେ ଅନେକ ବିରୋଧୀ ଦଳର ନେତାଙ୍କ ଫୋନକୁ ବିଜେପି ଟ୍ୟାପ କରିଥାଏ । ସେ କହିଥିଲେ ଯେ ଗୋଆରେ ଅନୁଷ୍ଠିତ ନିର୍ବାଚନ ସମ୍ପର୍କରେ ଫୋନ୍ ଟ୍ୟାପ୍ କରିବା ବିଷୟରେ ଆମକୁ ଅନେକ ସୂଚନା ମିଳିଛି ବୋଲି ସଞ୍ଜୟ ରାଉତ କହିଛନ୍ତି ।

ଅନ୍ୟପଟେ ସଞ୍ଜୟ ରାଉତ ତାଙ୍କ ଟ୍ୱିଟରେ ଆଇପିଏସ୍ ଅଧିକାରୀ ରଶ୍ମୀ ଶୁକ୍ଲାଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି। ରାଜ୍ୟ ଗୁପ୍ତଚର ବିଭାଗର ମୁଖ୍ୟ ଥିବାବେଳେ ମହାରାଷ୍ଟ୍ର ନେତାଙ୍କ ଫୋନକୁ ସେ ଟ୍ୟାପ କରିଥିବାର ଅଭିଯୋଗରେ କରିଛନ୍ତି। ତାଙ୍କ ବିରୋଧରେ ମୁମ୍ବାଇ ଏବଂ ପୁଣେରେ ମାମଲା ରୁଜୁ ହୋଇଥିଲା। ସେପଟେ ଗତ ମାସରେ ଆଇପିଏସ୍ ଅଧିକାରୀ ତଥା ମହାରାଷ୍ଟ୍ର ଗୁପ୍ତଚର ବିଭାଗର ପୂର୍ବତନ ମୁଖ୍ୟ ରଶ୍ମୀ ଶୁକ୍ଲା ବେଆଇନ ଫୋନ୍ ଟ୍ୟାପ୍ ମାମଲାରେ ତାଙ୍କ ବିବୃତ୍ତିକୁ ରେକର୍ଡ କରାଯାଇଛି । ପୋଲିସ ତାଙ୍କୁ ପ୍ରାୟ ଅଢ଼େଇ ଘଣ୍ଟା ଧରି ପଚରାଉଚରା କରିଥିଲା। ଏହି ମାମଲାରେ ପୋଲିସ ପୂର୍ବରୁ କହିଥିଲା ଯେ ଶୁକ୍ଲା ମହାରାଷ୍ଟ୍ରର ରାଜ୍ୟ ଗୁପ୍ତଚର ବିଭାଗର ମୁଖ୍ୟ ଥିଲେ। ଟ୍ୱିଟରରେ ସେୟାର କରିଥିବା ପୋଷ୍ଟରେ ରାଉତ ଲେଖିଛନ୍ତି ଯେ ମହାରାଷ୍ଟ୍ରର ନେତାଙ୍କ ଫୋନ୍ ଯେପରି ଟ୍ୟାପ୍ ହୋଇଛି, ବର୍ତ୍ତମାନ ଗୋଆରେ ବିରୋଧୀ ଦଳର ନେତାଙ୍କ ଫୋନ୍ ଟ୍ୟାପ୍ ହୋଇଛି। ସୁଦର୍ଶନ ଧାଭାଲିକର, ବିଜୟ ସର୍ଦ୍ଦାର, ଡିଜିମ୍ବର କାମାଟ ଏବଂ ଗିରିଶ ଚୋଦାନକରଙ୍କ ଫୋନ୍ ଟ୍ୟାପ୍ କରାଯାଇଥିଲା। ଏହି ଟ୍ୟାପିଂ ପଛରେ ଗୋଆର ରଶ୍ମୀ ଶୁକ୍ଲା କିଏ ବୋଲି ପୁରା ଦେଶ ଜାଣିବାକୁ ଚାହୁଁଛି? ବୋଲି ସଞ୍ଜୟ ରାଉତ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି

Related Posts