ରୁଷ ସୈନିକମାନଙ୍କ ଠାରୁ ଦୁଷ୍କର୍ମରୁ ବର୍ତ୍ତିବା ପାଇଁ କେଶ କାଟି ଦେଉଛନ୍ତି ୟୁକ୍ରେନ ଯୁବତୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରୁଷ ସୈନିକମାନଙ୍କ ଠାରୁ ଦୁଷ୍କର୍ମରୁ ବର୍ତ୍ତିବା ପାଇଁ ଚୁଟି କାଟି ଦେଉଛନ୍ତି ୟୁକ୍ରେନ ଯୁବତୀ । ଆକର୍ଷଣ ଦେଖାଯିବା ପାଇଁ ରଖିଥିବା ଲମ୍ବା ଚୁଟିକୁ କାଟି ସେମାନେ ଏବେ ଛୋଟ କରିଦେଉଛନ୍ତି। କମ୍ ଆକର୍ଷଣୀୟ ଦିଶିବାକୁ ରାଜଧାନୀ କିଭରୁ ପ୍ରାୟ ୫୦ ମାଇଲ୍ ଦୂରରେ ଥିବା ଇଭାନ୍କିଭ୍ରେ ଯୁବତୀମାନେ ନିଜ ନିଜର କେଶକୁ କାଟି ଛୋଟ ଛୋଟ କରିବାକୁ ବାଧ୍ୟ ହେଉଛନ୍ତି ବୋଲି ଡେପୁଟି ମେୟର୍ ମାରିନା ବେଶାସ୍ତନା କହିଛନ୍ତି। ସେପଟେ ପ୍ରାୟ ମାସେ ପରେ ମାର୍ଚ ୩୦ ତାରିଖ ଦିନ ଇଭାନ୍କିଭ୍ ନଗରୀ ରୁଷ ସେନା ଦଖଲରୁ ମୁକ୍ତ ହୋଇଥିଲା।

ଇଭାନ୍କିଭ୍ ନଗରୀ ରୁଷ୍ ସେନା ନିୟନ୍ତ୍ରଣରେ ଥିବା ବେଳେ ସୈନିକମାମେ ସେଠାକାର ମହିଳାଙ୍କୁ ଦୁଷ୍କର୍ମ କରୁଥିଲେ। ସେଠାକାର ଘରର ‘ବେସ୍ମେଣ୍ଟ୍’ରୁ ଯୁବତୀ ଓ ମହିଳାମାନଙ୍କୁ ତାଙ୍କ କେଶକୁ ଟାଣି ବାହାରକୁ ଅଣାଯାଉଥିଲା ବୋଲି ଡେପୁଟି ମେୟର୍ କହିଛନ୍ତି। ଏଥିପାଇଁ କମ୍ ଆକର୍ଷଣୀୟ ଦେଖାଯିବା ପାଇଁ ମହିଳାମାନେ ନିଜ ନିଜ କେଶ କାଟୁଛନ୍ତି। ଫଳରେ କେହି ଆଉ ତାଙ୍କ ଆଡକୁ ଚାହିଁବେ ନାହିଁ ବୋଲି ସେ କହିଛନ୍ତି। ନିକଟବର୍ତ୍ତୀ ଗାଁରେ ଦୁଷ୍କର୍ମର ଶିକାର ହୋଇଥିବା ୧୫ ଓ ୧୬ ବର୍ଷୀୟ ୨ ଭଉଣୀଙ୍କ କଥା ମଧ୍ୟ ବଖାଣିଛନ୍ତି ଡେପୁଟି ମେୟର୍। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts