ପାର୍ଟି ନେତୃତ୍ୱଙ୍କୁ ପାଇଲଟ କ୍ୟାମ୍ପର ସନ୍ଦେଶ -” ଏବେବି ଜିଦ୍ ରେ ଅଟଳ ଅଛନ୍ତି ଅଶୋକ ଗେହେଲୋଟ ବିବାଦ ସମାଧାନ ହେବା କଷ୍ଟକର “

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜସ୍ଥାନ କଂଗ୍ରେସରେ ପାଇଲଟ୍ ବନାମ ଗେହଲୋତ୍ ବିବାଦ ଦିନକୁ ଦିନ ଉଗ୍ର ରୂପ ନେଉଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ ନିଜ ଜିଦ୍ ରେ ଅଟଳ ରହିଥିବା ବେଳେ ତାଙ୍କର ଏହି କଡା ଆଭିମୁଖ୍ୟ ଯୋଗୁଁ ଦଳୀୟ କନ୍ଦଳ ଆହୁରି ଜଟିଳ ହେବାରେ ଲାଗିଛି। ପାଇଲଟ ଗୋଷ୍ଠୀର ନେତାଙ୍କୁ ସରକାରରେ ସ୍ଥାନ ଦେବାକୁ ଗେହେଲୋଟ କିଛି ସଙ୍କେତ ଦେଇ ନଥିବା ବେଳେ ଶୀର୍ଷ ନେତୃତ୍ୱ ଗେହଲଟଙ୍କୁ ମନାଇବା ପାଇଁ ଚେଷ୍ଟା କରୁଛନ୍ତି। କିନ୍ତୁ ଏଥିରେ ସଫଳ ହୋଇପାରି ନାହାନ୍ତି । ଏପଟେ ପାଇଲଟ୍ ଗୋଷ୍ଠୀ ଦାବି କରିଛନ୍ତି ଯେ ଗେହଲୋଟ୍ ଯେପରି ଜିଦ୍ ଅଟଳ ଅଛନ୍ତି, ବିବାଦର ସମାଧାନ କରିବା କଷ୍ଟସାଧ୍ୟ ହେବ। ଶୀର୍ଷ ନେତୃତ୍ୱ ମଧ୍ୟ ଗେହେଲୋଟଙ୍କୁ ନିଜ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିବା ପାଇଁ ଅନୁରୋଧ କରିଛନ୍ତି। ଉଭୟ ଗୋଷ୍ଠୀକୁ ବିଶ୍ୱାସକୁ ନେଇ ଦଳୀୟ କନ୍ଦଳ ସମାଧାନ କରିବା ପାଇଁ ହାଇକମାଣ୍ଡ ଚେଷ୍ଟା କରୁଥିବା ବେଳେ ପାଇଲଟ୍ ଗୋଷ୍ଠୀର ନେତାଙ୍କ ଦାବି ମାନିବାକୁ ଗେହଲୋଟ୍ ପ୍ରସ୍ତୁତ ନୁହଁନ୍ତି। ଦଳର ଶୀର୍ଷ ନେତୃତ୍ୱ ପାଇଲଟ୍ ଗୋଷ୍ଠୀ ସହ ସହମତ ଥିବା ଜଣାପଡିଛି । କିନ୍ତୁ ବିବାଦ ଏକ ବର୍ଷ ବିତିଯାଇଥିଲେ ମଧ୍ୟ ସମାଧାନର ରାସ୍ତା ଏବେବି ବାହାରି ପାରିନି। ଅନ୍ୟପକ୍ଷରେ ସଚିନ୍ ପାଇଲଟ୍ କହିଛନ୍ତି ଯେ ସେ ମନ୍ତ୍ରୀ ପଦ ମାଗିବା ଖବର ସମ୍ପୂର୍ଣ୍ଣ ଅସତ୍ୟ । ସେମାନେ କେବଳ ଚାହୁଁଛନ୍ତି ଯେ ସେମାନଙ୍କ ସହ ଥିବା ସମସ୍ତ ନେତା ସେମାନଙ୍କର ଉଚିତ ସ୍ଥାନ ଏବଂ ସମ୍ମାନ ପାଇବା ଉଚିତ ଏବଂ ସମସ୍ତେ ଏକତ୍ରିତ ହୋଇ କଂଗ୍ରେସ ପାର୍ଟିକୁ ମଜବୁତ୍ କରିବା ଉଚିତ । ଅନ୍ୟପକ୍ଷରେ, ସଚିନ ପାଇଲଟଙ୍କ ଗୋଷ୍ଠୀର ଜଣେ ନେତା କହିଛନ୍ତି ଯେ, ଏହି ବିବାଦର ସମାଧାନ ପାଇଁ ଗଠିତ ହୋଇଥିବା କମିଟିକୁ ଏକ ବର୍ଷ ବିତିଯାଇଥିଲେ ମଧ୍ୟ ପଞ୍ଜାବ ଭଳି ରାଜସ୍ଥାନ ସମସ୍ୟା ସମାଧାନ କରିବା ପାଇଁ ତତ୍ପରତା ପ୍ରକାଶ ପାଉନି। ପାଇଲଟ୍ କ୍ୟାମ୍ପ କହିଛନ୍ତି ଯେ, ଯଦି ପଞ୍ଜାବ ଭଳି ରାଜସ୍ଥାନ ସମସ୍ୟା ସମାଧାନ ପାଇଁ ତତ୍ପରତା ଦେଖାଇଥାନ୍ତେ ତେବେ ସମସ୍ୟା କେବେ ଠାରୁ ସମାଧାନ ହୋଇଯାଇଥାନ୍ତା। ଅନ୍ୟପକ୍ଷରେ, ସାଚିନ ପାଇଲଟ କ୍ୟାମ୍ପର କିଛି ନେତା ଗେହଲୋଟଙ୍କ କ୍ୟାମ୍ପକୁ ଚାଲିଯାଇଥିବା ଖବରକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି । ଦଳର ନେତାମାନେ କହିଛନ୍ତି ଯେ କଂଗ୍ରେସ ଛାଡିବାର ପ୍ରଶ୍ନ ଉଠୁ ନାହିଁ। ସେମାନଙ୍କର ଦଳର ହାଇକମାଣ୍ଡଙ୍କ ଉପରେ ସମ୍ପୂର୍ଣ୍ଣ ଭରଷା ରହିଛି। ପାଇଲଟ କ୍ୟାମ୍ପର ନେତାଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳୁଥିବା ଖବର ବାହାରକୁ ଆସିବା ପରେ ଗେହେଲୋଟ୍ ଦୁଇ ମାସ ପାଇଁ ନିଜକୁ କ୍ବାରେଣ୍ଟିନ କରିଦେଇଥିଲେ।

Related Posts