ସନ୍ଦେହ ବଢ଼େଇଲା ପିନାକୀଙ୍କ ଟୁଇଟ୍, ଖରସ୍ରୋତା ପ୍ରକଳ୍ପ ଭଳି ଏଠି ବି ଫେକ୍ ରିପୋର୍ଟ କରାଯାଉନାହିଁ ତ?

ସତ୍ୟପାଠ ବ୍ୟୁରୋ, ୧୯/୦୫: ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦରେ ସାଂସଦ ପିନାକୀ ମିଶ୍ର ଙ୍କ ବିବାଦୀୟ ଟୁଇଟ ଏକ ସାଂଘାତିକ ମୋଡ ଆଡ଼କୁ ଈଶାରା କରିଛି। ରାଜ୍ୟ ସରକାରଙ୍କ ସମସ୍ତ ବେଆଇନ୍ କାମ ର ଗୋଟିଏ ପରେ ପ୍ରମାଣ ମିଳିବା ପରେ, ନିଜକୁ ବଞ୍ଚେଇବାପାଇଁ ସରକାର ଏକ ସାଂଘାତିକ ଚାଲ୍ ଟେ ଚଳେଇଛନ୍ତି ବୋଲି ସନ୍ଦେହ ସୃଷ୍ଟି ହୋଇଛି। ଏହି ସନ୍ଦେହର ପୃଷ୍ଠଭୂମି ହେଉଛି ସାଂସଦ ପିନାକୀ ମିଶ୍ରଙ୍କ ଟୁଇଟ୍। ସରକାରଙ୍କୁ ବଞ୍ଚାଇବାକୁ ଯାଇ ପିନାକୀ ହଠାତ୍ ଘୋଷଣା ଟେ କରିଦେଇଛନ୍ତି କି ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ର ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର ବା ( ଜିପିଆରଏସ ) ସର୍ଭେ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷେଉ ନିୟୋଜିତ ପ୍ରକଳ୍ପ କାର୍ଯ୍ୟକାରୀ ଏଜେନ୍ସୀ ଠାରୁ ଆରମ୍ଭ କରି ଏଏସଆଇ ପର୍ଯ୍ୟନ୍ତ ସମସ୍ତେ ସ୍ଵୀକାର କରିଛନ୍ତି ଯେ ଜିପିଆରଏସ ଏବଂ ହେରିଟେଜ୍ ଇମ୍ପାକ୍ଟ ଆସେସମେଣ୍ଟ ରିପୋର୍ଟ ପ୍ରସ୍ତୁତ କରାଯାଇନାହିଁ। ଏପରିକି ଏ ଏସ ଆଇ ସତ୍ୟପାଠ ରେ ମାନ୍ୟବର ହାଇକୋର୍ଟଙ୍କୁ ମଧ୍ୟ ଜିପିଆରଏସ କରାଯାଇନାହିଁ ବୋଲି ଜଣାଇସାରିଛନ୍ତି।

ଯେତେବେଳେ ରାଜ୍ୟ ସରକାର ନିଜେ ପୂର୍ବରୁ ସ୍ଵୀକାର କରିଛନ୍ତି ପ୍ରକଳ୍ପ କାର୍ଯ୍ୟ ପୁର୍ବରୁ ଜିପିଆରଏସ ସର୍ଭେ କରାଯାଇନାହିଁ ବୋଲି, ସେତିକିବେଳେ ପିନାକୀ ଙ୍କ ଟୁଇଟ ମାମଲାକୁ ଆହୁରି ବିବାଦୀୟ ଓ ସନ୍ଦେହପୂର୍ଣ୍ କରିଛି। ପିନାକୀମିଶ୍ରଙ୍କ ଟୁଇଟ ରେ ଯେଉଁ ଦୁଇ ପୃଷ୍ଠା କାଗଜ ର screenshot ସେୟାର କରାଯାଇଛି ଏହା କୁ ନେଇ ଉଠିଛି ଅନେକ ପ୍ରଶ୍ନ।

୧. ପିନାକୀ ତାଙ୍କ ଟୁଇଟ ରେ ବିରୋଧୀଙ୍କୁ ବହେ ଗାଳି ଦେବା ସହ, ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ର ଜିପିଆରଏସ ସର୍ଭେ କରାଯାଇଥିବା ନେଇ ରିପୋର୍ଟ ର ଏକ ସ୍କ୍ରିନ୍ ସଟ ସେୟାର କରିଛନ୍ତି। ଏଠାରେ ପ୍ରଶ୍ନ ଯଦି ବାସ୍ତବରେ ରିପୋର୍ଟ ଠିକଠାକ ହେଇଛି ତେବେ ପିନାକୀ ପୁରା ପେଜ୍ ର ସ୍କ୍ରିନ୍ ସଟ ନ ଦେଖାଇ, ଅଧା ବା ହାଲ୍ଫ ପେଜର କଟ ପିସ୍ ଫୋଟୋ କାହିଁକି ସେୟାର କଲେ?

ପିନାକୀ ଙ୍କ ଟୁଇଟ ରେ କିଛି ବି ନିଶ୍ଚିତ ସୂଚନା ନାହିଁ। ସର୍ଭେ କେଉଁ ସଂସ୍ଥା କରିଛି? କେବେ କରିଛି? ରିପୋର୍ଟ କାହାକୁ ଓ କେବେ ପ୍ରଦାନ କରାଯାଇଛି ଆଦି ସୂଚନା କିଛି ନାହିଁ ।

୨. ଦ୍ଵିତୀୟ ସ୍କ୍ରିନ୍ ସଟ ରେ ଜିପିଆରଏସ ଟେକ୍ନୋଲୋଜି କଣ ସେ ବାବଦରେ ଗୁଗଲ ରୁ କପି ପେଷ୍ଟ କରାଯାଇଛି। ମାତ୍ର ସର୍ଭେ ଫାଇଣ୍ଡିଂ କିଛି ନାହିଁ।

ଚିନ୍ତାର ବିଷୟ ହେଲା, ବାସ୍ତବରେ ଏ ରିପୋର୍ଟ ନିୟମାବଳୀ ମୁତାବିକ ପ୍ରକଳ୍ପ କାମ ଆରମ୍ଭ ପୂର୍ବରୁ କରାଯାଇଛି ନା ଏବେ ଗଳାବାଟ ରେ ବ୍ୟାକ ଡେଟରେ ଜାଲି ରିପୋର୍ଟ ଟେ ପ୍ରସ୍ତୁତ କରାଯାଇଛି ହାଇକୋର୍ଟ ଙ୍କୁ ଦେବାପାଇଁ? କାରଣ ଫେକ ବା ଜାଲି ରିପୋର୍ଟ ର ଆଶଙ୍କାକୁ ଏଡ଼ାଇ ଦିଆନଯାଇପାରେ। ନିକଟରେ ଖରସ୍ରୋତା ମେଗା ପାନୀୟ ଜଳ ପ୍ରକଳ୍ପ ମାମଲାରେ ରାଜ୍ୟ ସରକାର ଆଇ ଆଇ ଟି ହାଇଦ୍ରାବାଦ ନାଁ ରେ ଫେକ ରିପୋର୍ଟ ବି ଦେଇଦେଇଥିଲେ। କଂଗ୍ରେସ ପାର୍ଟି ସାମ୍ବାଦିକ ସମ୍ମିଳନୀ କରି ଏ ଜାଲି ରିପୋର୍ଟ ର ଖୁଲାଶା କରିଥିଲା। ସେତେବେଳେ କେନ୍ଦ୍ରାପଡ଼ା ର ଜିଲ୍ଲାପାଳ ଥିଲେ ସମର୍ଥ ବର୍ମା, ଯିଏ ଏବେ ପୁରୀ ର କଲେକ୍ଟର।

ଏବେ କଥା ଉଠୁଛି, ରାଜ୍ୟ ସରକାର ପୁରୀ ପ୍ରକଳ୍ପ ର ଜି ପି ଆର ଏସ ସର୍ଭେ ପାଇଁ କେଉଁ ସଂସ୍ଥା କୁ ନିୟୋଜିତ କରିଛନ୍ତି? ଏଥିପାଇଁ ସରକାର କେବେ ଟେଣ୍ଡର ନୋଟିଫିକେସନ୍ କରିଥିଲେ? କେଉଁ ମିଡିଆରେ ଜିପିଆରଏସ ଟେଣ୍ଡର ବିଜ୍ଞାପନ ଦେଇଥିଲେ? ଏଥିପାଇଁ କେତେ ଟଙ୍କା ପ୍ରଦାନ କରାଯାଇଛି? ସଂପୃକ୍ତ ସଂସ୍ଥା ସରକାରଙ୍କୁ କେବେ ରିପୋର୍ଟ ପ୍ରଦାନ କଲା? କାହିଁକି ରାଜ୍ୟ ସରକାର ରିପୋର୍ଟକୁ OBCC, ପୂର୍ତ୍ତ ବିଭାଗ ଓ ଏ ଏସ ଆଇ କୁ ଦେଲେନାହିନ?

Related Posts